ଆପୋଲୋରେ ଅଭିଲିପ୍ସାର ଚିକିତ୍ସା କରାଇବେ ପ୍ରଣବ

ଯାଜପୁର (): ବେପରୁଆ ଗାଡି ଚାଳନର ପରିଣାମ ଭୋଗୁଛି କୁନି ଝିଅ ଅଭିଲିପ୍ସା । ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହୋଇଛି । ଆଉ ଅଭିଲିପ୍ସା ଗୁରୁତ୍ତର ଅବସ୍ଥାରେ କଟକର ଅଶ୍ବିନୀ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଏହି ଦୁର୍ଘଟଣାଟି ସ୍ଥାନୀୟ ବିଧାୟକ ପ୍ରଣବ ବଲବନ୍ତରାୟଙ୍କ ମନକୁ ଏତେ ମାତ୍ରାରେ ଆନ୍ଦୋଳିତ କରିଛି ଯେ, ସେ ଅଭିଲିପ୍ସାର ମାଗଣା ଚିକିତ୍ସା ପାଇଁ ଅଣ୍ଟା ଭିଡିଛନ୍ତି ।

ଗତ ୪ ତାରିଖ ଦିନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଭେଜିଗୋଠ ଗ୍ରାମର ଧୀରେନ୍ଦ୍ର ସ୍ୱାଇଁ ନିଜ ଝିଅକୁ ମୋଟରସାଇକେଲ ଯୋଗେ ଗୀତ ଶିଖାଇବା ପାଇଁ ନିକଟସ୍ଥ ବାରକଣା ଗାଁକୁ ନେଉଥିଲେ । ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥର ବାଘୁଆ ନିକଟରେ ମୋଟରସାଇକେଲ ଅଟକାଇ ରାସ୍ତା କଡରେ ଠିଆ କରାଇ ମୋବାଇଲରେ କଥା ହେଉଥିବାବେଳେ ଅଚାନକ ଏକ ଟ୍ରକ ଦ୍ରୁତ ବେଗରେ ଆସି ଧକ୍କା ଦେଇଥିଲା । ଏହାପରେ ଗୁରୁତର ଆହତ ଝିଅ ଅଭଲିିପ୍ସା ପ୍ରୀୟଦର୍ଶିନୀଙ୍କୁ ଅଶ୍ୱନୀ ହସ୍ପିଟାଲର ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣାସ୍ଥଳରେ ଅଭିଲିପ୍ସାଙ୍କର ମୁଣ୍ଡର ଉପର ଭାଗର ଚୁଟି ସହ ଚମଡା ପଡିଥିବାବେଳେ ମୁଣ୍ଡରେ ଗୁରୁତର ଅସ୍ତ୍ରୋପଚାର ହୋଇଛି । ଅଭିଲିପ୍ସାଙ୍କର ଡାହାଣଗୋଡ ଓ ଡାହାଣ ହାତବି ଭାଙ୍ଗିଯାଇଛି । ଆଇ.ସି.ୟୁରୁ ବାହାରି ଏବେ ଅଶ୍ୱନୀରେ ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କ ପାଇଁ ଅର୍ଥ ବଡ ବାଧକ ହୋଇଛି । ବାପା ନଥିବା ବେଳେ ଅଭିଲିପ୍ସାଙ୍କ ପରିବାର ନିହାତି ଗରିବ । ସେଥିପାଇଁ କେତେକ ଲୋକ ପରସ୍ପର ଭିତରେ ଚାନ୍ଦା କରି ଏହି ଦୁଃଖୀ ପରିବାରକୁ ଆର୍ଥିକ ସହାୟତାର ହାତ ବଢାଇଛନ୍ତି । ହେଲେ ଏଥିନେଇ ଅଧିକ ଅର୍ଥ ଆବଶ୍ୟକ ହେଉଥିବାରୁ ଏବେ ଅଭିଲିପ୍ସାଙ୍କ ପାଇଁ ବଡ ସଙ୍କଟ ହୋଇପଡିଛି ।

ଏହି ଦୁଃଖଦଘଟଣାରେ ଝିଅଟିର ଚିକିତ୍ସା ପାଇଁ ସହାୟତାର ହାତ ବଢାଇଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ । ଆଜି ପ୍ରଣବ ଅଶ୍ୱନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଝିଅଟିକୁ ଦେଖିବାକୁ ଯାଇଥିଲେ । ପରିବାର ସହ ଆଲୋଚନା କରି ଝିଅଟିର ମାଗଣା ଚିକିତ୍ସା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି । ଖୁବଶୀଘ୍ର ଝିଅକୁ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ।

Share

Leave a Reply

Your email address will not be published. Required fields are marked *

18 − seven =