ଉଠା ଦୋକାନୀଙ୍କ ପାଇଁ ୧୯ କୋଟି ମଞ୍ଜୁର

ଭୁବନେଶ୍ୱର : ଏପ୍ରିଲ ୨୫ – କୋଭିଡ୍-୧୯ର ଲକ୍ ଡାଉନ୍ ସମୟରେ ସହରାଞ୍ଚଳ ଉଠା ଦୋକାନୀମାନଙ୍କ ଜୀବିକା ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦେବା ନିମନ୍ତେ ରାଜ୍ୟ ସରକାର ୧୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟରେ ଥିବା ପ୍ରାୟ ୬୫୦୦୦ ଉଠା ଦୋକାନୀ ଏଥିରେ ଉପକୃତ ହେବେ । ଏ ପର୍ଯ୍ୟନ୍ତ ରାଜ୍ୟର ୧୧୧ଟି ପୌରାଞ୍ଚଳର ୩୭,୨୬୮ ଜଣ ଉଠାଦୋକାନୀଙ୍କୁ ୧୧ କୋଟି ୧୮ ଲକ୍ଷ ୪ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ବ୍ୟବସ୍ଥାରେ ସହାୟତା ପ୍ରଦାନ କରାଯାଉଛି ।

ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୮୭,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୬୧୦ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ଏହିସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତି । ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍ ସେଣ୍ଟର ଟୋଲ୍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛି ।

ରାଜ୍ୟର ୫୪୯୦ ଗ୍ରାମ ପଞ୍ଚାୟତରେ ୩,୪୮,୬୬୮ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୩ ଟି ପୌରାଞ୍ଚଳରେ ୪୬,୧୨୭ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୨୩ରୁ ଅପ୍ରେଲ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୬୬ଟି ମାମଲା ଦାୟର

Share

Leave a Reply

Your email address will not be published. Required fields are marked *

four × 1 =