ଜାଣନ୍ତୁ ମଦରୁ କେତେ ମିଳିଥାଏ ରାଜସ୍ବ ?

ନୂଆଦିଲ୍ଲୀ () ସାରା ଦେଶରେ ଲକଡାଉନ ଜାରି ରହିଥିବାବେଳେ ମେ ୩ ତାରିଖରେ ମଦ କାରବାରକୁ ଖୋଳି ଦିଆଯାଇଛି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ବହୁ ଚର୍ଚ୍ଚା ହେଉଛି କି ରାଜ୍ୟର ଅର୍ଥବ୍ୟବସ୍ଥା ମଦ ଭରୋସାରେ ଚାଲିଛି। ଆସନ୍ତୁ ଜାଣିବା ପ୍ରକୃତ ସତ କଣ ? ପ୍ରକୃତରେ ରାଜ୍ୟରେ ମିଳୁଥିବା ମଦରୁ କେତେ ମିଳିଥାଏ ରାଜସ୍ବ।

ଅନେକ ସମୟରୁ ଇଣ୍ଡଷ୍ଟ୍ରି ମଦ ବିକ୍ରି ଖୋଲିବା ପାଇଁ ଦାବି କରାଯାଉଥିଲା। ହରିୟାଣା ଭଳି ଅନେକ ରାଜ୍ୟ ସରକାର ବି ଏହାକୁ ନେଇ ଦାବି କରୁଥିଲେ। ରାଜସ୍ଥାନ ସରକାର ଲକଡାଉନ୍ ମଧ୍ୟରେ ଅବକାରୀ ଶୁଳ୍କ ବଢ଼ାଇଦେଇଛନ୍ତି। ଏଥିରୁ ଜଣାପଡ଼ିଯାଇଥିଲା କି ଲକଡାଉନରେ ମଧ୍ୟରେ ମଦ ବିକ୍ରି କରାଯିବ ବୋଲି।

ରାଜସ୍ବର ମୁଖ୍ୟ ସ୍ରୋତ ହେଉଛି- ରାଜ୍ୟ ଜିଏସ୍‌ଟି, ଭୂ-ରାଜସ୍ବ, ପେଟ୍ରୋଲ-ଡିଜେଲ ଉପରେ ଲାଗୁଥିବା ଟ୍ୟାକ୍ସ। ମଦ ଉପରେ ଲାଗୁଥିବା ଏକ୍ସାଇଜ୍ ଏବଂ ଗାଡ଼ି ଉପରେ ଲାଗୁଥିବା ଅନ୍ୟ ଟ୍ୟାକ୍ସ। ମଦ ଉପରେ ଲାଗୁଥିବା ଏକ୍ସାଇଜ୍ ଟ୍ୟାକ୍ସ ଅର୍ଥାତ୍ ଅବକାରୀ ଶୁଳ୍କ ରାଜ୍ୟର ରାଜସ୍ବରେ ଏକ ବଡ଼ ଯୋଗଦାନ କରିଥାଏ। ମଦ ଏବଂ ପେଟ୍ରୋଲ-ଡିଜେଲକୁ ଜିଏସ୍‌ଟିରୁ ବାହାର କରିଦିଆଯାଇଛି। ଏଥିପାଇଁ ରାଜ୍ୟ ଏହାଉପରେ ଭାରି ଟ୍ୟାକ୍ସ ଲଗାଇ ନିଜର ରାଜସ୍ବ ବଢ଼ାଉଛି। ରାଜସ୍ଥାନ ସରକାର ମଦ ଉପରେ ଏକ୍ସାଇଜ ଟ୍ୟାକ୍ସ ୧୦ ପ୍ରତିଶତ ବଢ଼ାଇଦେଇଛନ୍ତି। ରାଜ୍ୟରେ ଏବେ ଦେଶରେ ନିର୍ମିତ ବିଦେଶୀ ମଦ (ଆଇଏମ୍‌ଏଫ୍‌ଏଲ୍‌) ଉପରେ ଟ୍ୟାକ୍ସ ୩୫ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ କରିଦିଆଯାଇଛି। ଅର୍ଥାତ୍ ୧୦୦ ଟଙ୍କାର ବିୟ;ରରେ ୪୫ ଟଙ୍କା ଗ୍ରାହକ ସରକାରଙ୍କୁ ଟ୍ୟାକ୍ସ ଦେଇଛନ୍ତି।

ଅଧିକାଂଶ ରାଜ୍ୟର ମୋଟ ରାଜସ୍ବର ୧୫ରୁ ୩୦ ପ୍ରତିଶତ ଭାଗ ମଦରୁ ଆସିଥାଏ। ମଦ ବିକ୍ରି ଦ୍ବାରା ୟୁପିର ମୋଟ ଟ୍ୟାକ୍ସ ରାଜସ୍ବର ପ୍ରାୟ ୨୦ ପ୍ରତିଶତ ଭାଗ ମିଳିଥାଏ। ଉତ୍ତରାଖଣ୍ଡରେ ମଧ୍ୟ ମଦ ଦ୍ବାରା ମିଳୁଥିବା ଅବକାରୀ ଶୁଳ୍କ ମୋଟ ରାଜସ୍ବର ପ୍ରାୟ ୨୦ ପ୍ରତିାତ ହୋଇତାଏ। ସମସ୍ତ ରାଜ୍ୟର ସମ୍ପର୍କରେ କହିବା ତ ଗତ ଆର୍ଥିକ ବର୍ଷରେ ସବୁକୁ ମିଶାଥ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ରାଜସ୍ବ ଅର୍ଥାତ୍ ଟ୍ୟାକ୍ସ ରାଜସ୍ବ ମଦ ବିକ୍ରିରୁ ହାସଲ କରିଥିଲେ। ମଦ ବିକ୍ରି ଦ୍ବାରା ଆର୍ଥିକ ବର୍ଷ ୨୦୧୯-୨୦ରେ ମହାରାଷ୍ଟ୍ର ୨୪,୦୦୦ କୋଟି ଟଙ୍କା, ଉତ୍ତରପ୍ରଦେଶ ୨୬,୦୦୦ କୋଟି, ତେଲେଙ୍ଗାନା ୨୧,୫୦୦ କୋଟି, କର୍ଣ୍ଣାଟକ ୨୦,୯୪୮ କୋଟି, ପଶ୍ଚିମବଙ୍ଗ ୧୧,୮୭୪ କୋଟି ଟଙ୍କା, ରାଜସ୍ଥାନ ୭,୮୦୦ ଟଙ୍କା ଏବଂ ପଞ୍ଜାବ ୫,୬୦୦ କୋଟି ଟଙ୍କାର ରାଜସ୍ବ ହାସଲ କରିଥିଲେ। ଦିଲ୍ଲୀ ଏହି ହିସାବରେ ପ୍ରାୟ ୫,୫୦୦ କୋଟି ଟଙ୍କାର ଅବକାରୀ ଶୁଳ୍କ ହାସଲ କରାଯାଇଥିଲା। ରେଜ୍ୟର ମୋଟ ରାଜସ୍ବର ଏହା ମୋଟ ୧୪ ପ୍ରତିଶତ ଅଟେ। ବିହାର ଏବଂ ଗୁଜରାଟରେ ମଦ ବିକ୍ରୀ ଉପରେ ପ୍ରତିବନ୍ଧ ଲଗାଯାଇଛି।

Share

Leave a Reply

Your email address will not be published. Required fields are marked *

4 × two =