SCB ମେଡିକାଲ ହେବ ଏମସ ପ୍ଲସ, ଖର୍ଚ୍ଚ ହେବ ୧୦୦୦ କୋଟି

ଭୁବନେଶ୍ୱର () କଟକସ୍ଥିତ ଶ୍ରୀରାରମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ଓ ହସ୍ପିଟାଲ ରାଜ୍ୟ ସରକାର ଏମସ୍ ପ୍ଲସ୍ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଭାବେ ବିକଶିତ କରିବେ । ଏଥିପାଇଁ ୧୦୦୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଲୋକସେବା ଭବନରେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଫେସର, ବିଭାଗୀୟ ମୁଖ୍ୟ ଓ ଛାତ୍ର ପ୍ରତିନିଧିମାନଙ୍କୁ ଭେଟି ହସ୍ପିଟାଲର ବିକାଶ ସଂପର୍କରେ ଆଲୋଚନା କରିଥିଷଲ । ଏହି ଅନୁଷ୍ଠାନକୁ ଏମ୍ସ ପ୍ଲସ ଅନୁଷ୍ଠାନ ଭାବରେ ଗଢ଼ିତୋଳିବା ସହିତ ଶଯ୍ୟା ସଂଖ୍ୟା ୩ ହଜାରକୁ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିପାଇଁ ଏକ ହଜାର କୋଟିରୁ ଅଧିକ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୁଇ ଶହ ବର୍ଷ ତଳେ ସ୍ଥାପିିତ ହୋଇଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଦୀର୍ଘ ଦିନ ଧରି ଓଡ଼ିଶାବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଆସିଛି । ଏଠାରୁ ଅନେକ ବିଶିଷ୍ଟ ଡାକ୍ତର ବାହାରିଛନ୍ତି ଯେଉଁମାନେ କି କେବଳ ଓଡ଼ିଶା ନୁହେଁ, ସାରା ପୃଥିବୀରେ ଲୋକମାନଙ୍କୁ ଚିକିତ୍ସାସେବା ଦେଇ ଆସୁଛନ୍ତି ।

ଏଠାରେ ଅନେକ ବିଶିଷ୍ଟ ଡାକ୍ତର ବାହାରିଛନ୍ତି ଯେଉଁମାନେ କି କେବଳ ଓଡ଼ିଶା ନୁହେଁ, ସାରା ପୃଥିବୀରେ ଲୋକମାନଙ୍କୁ ଚିକିତ୍ସା ସେବା ଦେଇଆସୁଛନ୍ତି । ସେମାନେ ଆମ ରାଜ୍ୟର ଗୌରବ । ବର୍ତ୍ତମାନ ଆମର ଦାୟିତ୍ୱ ହେଉଛି ଏହି ଅନୁଷ୍ଠାନର ଗୁରୁତ୍ୱକୁ ଆହୁରି ବୃଦ୍ଧି କରି ଏହାକୁ ଏକ ବିଶ୍ୱସ୍ତରୀୟ ଚିକିତ୍ସା କେନ୍ଦ୍ରରେ ପରିଣତ କରିବା ।

ମୋର ସ୍ୱପ୍ନ ହେଉଛି ଓଡ଼ିଶାର ପ୍ରତ୍ୟେକ ଜନସାଧାରଣ ସୁଲଭ ତଥା ଉଚ୍ଚ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ପାଆନ୍ତୁ । ଏଥିପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ଗୁରୁତ୍ୱ ଦେଇ ଏଥିରେ ଅଧିକ ସମ୍ବଳ ବିିନିଯୋଗ କରୁଛନ୍ତି । ମାତ୍ର ୩ଟି ମେଡ଼ିକାଲ କଲେଜରୁ ଆଜି ଆମେ ଦଶଟିରୁ ଅଧିକ ମେଡ଼ିକାଲଊ କଲେଜ କରିବା ସ୍ତରରେ ପହଂଚି ପାରିଛୁ ।ସୁଲଭ, ଗୁଣାତ୍ମକ ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଆମ ପରିକଳ୍ପନାର କେନ୍ଦ୍ରରେ ରହିଛି ।

ଏଥିପାଇଁ ଆମେ ଏକ ଅତ୍ୟାଧୁନିକ ୩ ହଜାର ଶଯ୍ୟା ବିଶିଷ୍ଟ ସମନ୍ୱିତ ହସ୍ପିଟାଲ ନିର୍ମାଣ କରିବୁ । ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିବ । ଦେଶର ଶ୍ରେଷ୍ଠ ଚିକିତ୍ସା ସେବା ଅନୁଷ୍ଠାନ ସହିତ ତୁଳନୀୟ ହେବା ପାଇଁ ଆମେ ସକ୍ଷମ ହେବା ଉଚିତ୍ । ବାସ୍ତବରେ ଆମ ପରିବର୍ତ୍ତନର ଲକ୍ଷ୍ୟ ଏମ୍ସ ପ୍ଲସ୍ ହେବା ଉଚିତ୍ ।

ହସ୍ପିଟାଲର ଉନ୍ନତି ସହିତ ଡାକ୍ତର ଓ ଛାତ୍ର ମାନଙ୍କ ରହିବା ଓ ମନୋରଂଜନ ପାଇଁ ଆମେମ ଏକ ଉତମ ପରିବେଶ ମଧ୍ୟ ସୃଷ୍ଟି କରିବୁ । ଏହି ସୁଯୋଗ ଏପରି ହେବା ଉଚିତ ଯେପରି ଓଡ଼ିଶା ବାହାରେ ରହୁଥିବା ଚିକିତ୍ସକମାନେ ମଧ୍ୟ ଏଠାକୁ ଆସି ଲୋକଙ୍କ ସେବା କରିବାକୁ ପସନ୍ଦ କରିବେ ।

ଏହାଦ୍ୱାରା ଆମ ରାଜ୍ୟର ଜନସାଧାରଣଙ୍କୁ ବହୁତ କିଛି ଆର୍ଥିକ ଖର୍ଚ୍ଚ ବହନ କରିବାକୁ ହେବ – ପ୍ରାୟ ଏକ ହଜାର କୋଟିରୁ ଅଧିକ – ତେବେ ଏହାଦ୍ୱାରା ଏପରି ଏକ ପରିବର୍ତନ ଆସିପାରିବ ଯେ ଓଡ଼ିଶାରୁ କୌଣସି ବ୍ୟକ୍ତି ନିଜ ଚିକିତ୍ସା ପାଇଁ ଓଡ଼ିଶା ବାହାରକୁ ଯିବା ଆବଶ୍ୟକ ହେବ ନାହିଁ । ରାଜ୍ୟ ଚିକିତ୍ସା କ୍ଷେତ୍ରର ଶ୍ରେଷ୍ଠ ବ୍ୟକ୍ତିମାନେ ସେମାନଙ୍କର ଯୌବନ ଏହି ମେଡ଼ିକାଲ କଲେଜ ପାଇଁ ସମର୍ପିତ କରିଛନ୍ତି । ମୁଁ ଭାବୁଛି ଯେ ସାରା ଦେଶରେ ଏସସିବିର ର‌୍ୟାଙ୍କ ୧୪ ଅଛି । ମୁଁ ନିଶ୍ଚିତ ଯେ ଆପଣ ମାନଙ୍କର ତ୍ୟାଗ, ପରିଶ୍ରମ ଓ ସମର୍ପିତ ଭାବ ସହିତ ରାଜ୍ୟ ସରକାରଙ୍କ ସହଯୋଗରେ ଏହାକୁ ଆମେ ଦେଶର ଶ୍ରେଷ୍ଠ ୩ ଅନୁଷ୍ଠାନ ମଧ୍ୟରେ ରଖିପାରିବୁ ।

ଓଡ଼ିଶ ବିଭିନ୍ନ କ୍ଷେତ୍ରରେ ବିଶ୍ୱ ସ୍ତରୀୟ ମର୍ଯ୍ୟାଦା ହାସଲ କରିପାରିଛି । ବର୍ତମାନ ସମୟ ଆସିଛି, ସାରା ବିଶ୍ୱ ଓଡ଼ିଶାକୁ ତାର ସୁଲଭ, ଗୁଣାତ୍ମକ ଚିକିତ୍ସା ସେବା ପାଇଁ ମାନ୍ୟତା ଦେବ ।  ଏହି ଆଲୋଚନା ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ଆର ବାଲକ୍ରିଷ୍ଣନ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଏବଂ ଶାସନ ସଚିବମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

eight + one =