ସାଧାରଣ ଲୋକଙ୍କ ବିଶ୍ବାସର ଅନ୍ୟ ନାଁ ଆଶିଷ ସିଂହ

ଭୁବନେଶ୍ବର () ଓଡିଶାର ସାଂସ୍କୃତିକ ରାଜଧାନୀ ପୁରୀକୁ ନେଇ ଦେଶବାସୀଙ୍କ ହୃଦୟରେ ରହିଛି ସ୍ବତନ୍ତ୍ର ସ୍ଥାନ । ଦେଶର ଅନ୍ୟତମ ପୂରାତନ ସହର ହୋଇଥିବା ବେଳେ ବିଶ୍ବସ୍ତରରେ ଏହାର ରହିଛି ସ୍ବାତନ୍ତ୍ରତା । ଏବେ ରାଜ୍ୟ ସରକାର ଏହି ସହରକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ରୂପାନ୍ତରିତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ବିଶ୍ବସ୍ତରରେ ଏହି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଏହା କେନ୍ଦ୍ରାଞ୍ଚଳ ପୋଲିସ ରେଂଜ ମଧ୍ୟରେ ଆସୁଛି । ତେଣୁ ଏହାର ଆଇନ ଶୃଙ୍ଖଳା ଦାୟିତ୍ବ ମଧ୍ୟ ପୁରୀର ରୂପାନ୍ତରଣ ଭଳି ଗୁରୁତ୍ବପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜଣେ ଦକ୍ଷ ଓ ଅନୁଭବୀ ଆଇପିଏସ ଅଫିସର ଆଶିଷ ସିଂହଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଅବସ୍ଥାପିତ କରିଛନ୍ତି ।

ପୂର୍ବର ଟ୍ରାକ ରେକର୍ଡକୁ ଦେଖି ରାଜ୍ୟ ଜଣେ ଉପଯୁକ୍ତ ପୋଲିସ ଅଧିକାରୀଙ୍କୁ କେନ୍ଦ୍ରାଞ୍ଚଳ ଦାୟିତ୍ବ ଦେଇଛନ୍ତି । ହେଲେ କେନ୍ଦ୍ରାଞ୍ଚଳ ପୋଲିସ ରେଂଜ ମଧ୍ୟରେ ଆସୁଥିବା କଟକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଯଜପୁର, ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ଆଇନ ଶୃଙ୍ଖଳ ତାଙ୍କ ପାଇଁ ବେଶ ଚ୍ୟାଲେଂଜିଂ ହେବ । ଏହିସୁବ ଜିଲ୍ଲା ବ୍ୟବସାୟ ବାଣିଜ୍ୟ ଓ ପର୍ଯ୍ୟଟନ ଦୃଷ୍ଟିରୁ ସମ୍ବେଦନଶୀଳ ହେବ । ତେଣୁ ଏହିସବୁ ଜିଲ୍ଲାରେ ଆଇନ ଶୃଙ୍ଖଳା ସହ ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ସର୍ବୋପରି ଶାନ୍ତି ବଜାୟ ରଖିବାକୁ ସରକାର ସର୍ବାଧିକ ଗୁରୁତ୍ବ ଦେଇ ଜଣେ ଯୁବ ଓ ଦକ୍ଷ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ।

ପୋଲିସ ମହଲରେ ଆଶିଷ ସିଂହ ଏକ ଚର୍ଚ୍ଚିତ ଅଫିସର ହୋଇଥିବା ବେଳେ ତାଙ୍କ ନିଯୁକ୍ତି ରାଜ୍ୟ ସରକାରଙ୍କ ଦ୍ବାରା ଏକ ସୁଚିନ୍ତିତ ଷ୍ଟ୍ରୋଟେଜି ବୋଲି କୁହାଯାଉଛି । କାରଣ ଏବେ ରାଜ୍ୟ ସରକାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସ୍ବତନ୍ତ୍ର ନୀତି ଆପଣେଉଥିବା ବେଳେ ଆଇନ ଶୃଙ୍ଖଳା ସବୁ ବେଳେ ମହତ୍ବପୂର୍ଣ୍ଣ ଦିଗ ହୋଇ ରହିଛି । ସେହିଭଳି କେନ୍ଦ୍ରାପଡା ଠାରୁ ପୁରୀ ପର୍ଯ୍ୟନ୍ତ ବିସ୍ତ୍ରୁତ ତଟବର୍ତ୍ତୀ ଅଂଚଳର ସୁରକ୍ଷା ଚିନ୍ତା ବି ରହିଛି । କେନ୍ଦ୍ରାଞ୍ଚଳ ପୋଲିସ ରେଂଜ ମଧ୍ୟରେ ସହରାଞ୍ଚଳ ସଂଖ୍ୟା ଅଧିକ ରହିବା ସହ ଖୋର୍ଦ୍ଧା ଓ ନୟାଗଡ ଭଳି ଆଇନ ଶୃଙ୍ଖଳା ଦୃଷ୍ଟିରୁ ସମ୍ବେଦନଶୀଳ ଅଂଚଳ ବି ରହିଛି । ତେଣୁ ସରକାର କୌଣସି ରିକ୍ସ ନେବାକୁ ନଚାହିଁ ଜଣେ ପାରିବାର ଅଫିସରଙ୍କ ତତ୍ବାବଧାନରେ ରଖିଛନ୍ତି କେନ୍ଦ୍ରାଞ୍ଚଳ ପୋଲିସ ରେଂଜକୁ ।

ତେବେ ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ଗୁଇନ୍ଦା ତଥ୍ୟ ସଂଗ୍ରହ, ଅପରାଧୀ ବିରୋଧୀ ଆଭିମୁଖ୍ୟ ରଖୁଥିବା ଆଶିଷ ସିଂହ ସରକାରଙ୍କ ପାଇଁ ନିଶ୍ଚିତ ଭାବେ ଲାଭଦାୟକ ସାବ୍ୟସ୍ତ ହେବେ । ଜଣେ ତୃଣମୂଳ ସ୍ତରର ଅଫିସ ଭାବେ ପରିଚିତ ଆଶୀଷ ସବୁବେଳେ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇଥାନ୍ତି । ଏଥିସହିତ ତାଙ୍କ ଅପରାଧ ବିରୋଧୀ ଏବଂ କ୍ରାଇମ ପ୍ରତି ଜିରୋ ଟଲେରାନ୍ସ ତାଙ୍କୁ ରାଜ୍ୟରେ ଦବଙ୍ଗ ଅଫିସର ଫେମ ଦେଇଛି ।

ଜଣେ ଆଇପିଏସ ଅଫିସର ଭାବେ ସେ ଯେଉଁ ସବୁ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି ସେଠାରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ଛାଡିଯାଇଛନ୍ତି । ପୂରୀ ଏସପି ଥିବା ସମୟରେ ମଧ୍ୟ ତାଙ୍କର ଲୋକାଭିମୁଖୀ ପୋଲିସ ବ୍ୟବସ୍ଥା ତାଙ୍କୁ ପ୍ରଶଂସାର ପାତ୍ର କରିଥିଲା । ପୁରୀକୁ ଆସୁଥିବା ବୟଷ୍କ ଭକ୍ତଙ୍କ ପାଇଁ ପରିବହନ ସୁବିଧା, ସ୍ଥାନୀୟ ଲୋକଙ୍କ ଜରିଆରେ ଟ୍ରାଫିକ ସମସ୍ୟାର ସମାଧାନ ଏବଂ ବରିଷ୍ଠ ନଗରିକଙ୍କ ପାଇଁ ସ୍ବାସ୍ଥ୍ୟ ଚେକ ଅପ ଭଲି କେତକ ପଦକ୍ଷେପ ପୁରୀରେ ବେଶ ଲୋକାଦୃତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

5 + 19 =