ମାନସିକ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଗୋବିନ୍ଦା

ମୁମ୍ବାଇ()  ବଲିଉଡର କମେଡି କିଙ୍ଗ ଗୋବିନ୍ଦାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଗୋବିନ୍ଦା ମାନସିକ ରୋଗରେ ଆକ୍ରାନ୍ତ ଅଛନ୍ତି ବୋଲି ତାଙ୍କ ଘନିଷ୍ଠ ବନ୍ଧୁମାନେ କହିଛନ୍ତି।

ଗତକିଛି ଦିନ ହେଲା ଗୋବିନ୍ଦା ଅଜବ ପ୍ରକାର ବ୍ୟବହାର କରୁଛନ୍ତି। ଏହି ଅଜବ ପ୍ରକାର ବ୍ୟବହାର ପାଇଁ ଗୋବିନ୍ଦଙ୍କ ଉପରେ ତାଙ୍କ ସାଙ୍ଗସାଥୀ ବିରକ୍ତି ମଧ୍ୟ ହେଉଛନ୍ତି। ଏହିପ୍ରକାର ବ୍ୟବହାରର ପ୍ରଭାବ ତାଙ୍କର ଅଭିନୀତ ଫିଲ୍ମ ରଙ୍ଗିଲା ରାଜ ଉପରେ ପଡ଼ିଛି। ଗୋବିନ୍ଦାଙ୍କୁ ମାନସିକ ରୋଗରୁ ମୁକ୍ତି ଦେବା ପାଇଁ ଇଣ୍ଡଷ୍ଟ୍ରିରେ ଥିବା ତାଙ୍କର ବନ୍ଧୁମାନେ ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ ଅଛନ୍ତି।ଗୋବିନ୍ଦାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି। ଏହି କଥାର ସତ୍ୟତା ଜାଣିବା ପାଇଁ ଗୋବିନ୍ଦାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି। ହେଲେ ଏପର୍ୟ୍ୟନ୍ତ ଗୋବିନ୍ଦାଙ୍କ ପ୍ରତିକ୍ରିୟା ମଳିପାରି ନାହିଁ।

Share

Leave a Reply

Your email address will not be published. Required fields are marked *

one × one =