କଶ୍ମୀରରେ ବନ୍ଦ ହେଲା ଇଣ୍ଟରନେଟ ସେବା

ଶ୍ରୀନଗର ()  ଜମ୍ମୁ-କାଶ୍ମୀରକୁ ନେଇ ଆସିବ କି କିଛି ବଡ ନିଷ୍ପତ୍ତି? ସୋମବାର ସକାଳ ସାଢେ ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନରେ ବସିବ କ୍ୟାବିନେଟ ବୈଠକ । ସମଗ୍ର କଶ୍ମୀରରେ ମୋବାଇଲ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। କ୍ରିମିନାଲ ପ୍ରୋସିଜିଓର କୋଡ୍ର ଧାରା ୧୪୪ ଅନୁଯାୟୀ କଟକଣା ଲାଗୁ ହୋଇଛି। ଜନସଭା ଏବଂ ରାଲି ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ପ୍ରଥମେ ଶ୍ରୀନଗର ପରେ ଜମ୍ମୁରେ ମଧ୍ୟ କଟକଣା ନେଇ ନିର୍ଦ୍ଦେଶ ଜାରି କରାଯାଇଛି।

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ଓମାର ଅବଦୁଲ୍ଲା ଏବଂ ବରିଷ୍ଠ ନେତା ସଜଦ ଲୋନ ଗୃହବନ୍ଦୀ । ଆର୍ଟିକିଲ ୩୫-ଏ ଉଛେଦ ନେଇ ଚାଲିଥିବା ତମାମ ଚର୍ଚ୍ଚା ଭିତରେ ମଧ୍ୟରାତ୍ରିରେ ଏହି ତିନିନେତାଙ୍କୁ ଗୃହବନ୍ଦୀ କରି ରଖିବା ଘଟଣା ଅନେକ କଳ୍ପନା ଜଳ୍ପନା ସୃଷ୍ଟି କରିଛି ।

ଅତିରିକ୍ତ ଭାବେ ଜମ୍ମୁକଶ୍ମୀର ଆସିଥିବା ସୁରକ୍ଷା କର୍ମୀମାନଙ୍କୁ ବର୍ତ୍ତମାନ ଶ୍ରୀନଗର ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ନିୟୋଜିତ କରାଯାଇଛି। ଶ୍ରୀନଗରକୁ ପ୍ରବେଶ ଏବଂ ପ୍ରସ୍ଥାନ ଆଦି ସ୍ଥାନ ସମେତ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ନିର୍ମାଣ କରାଯାଇଛି। କୌଣସି ଅଘଟଣ ଏବଂ ହିଂସାକାଣ୍ଡର ସମ୍ଭାବନା ପାଇଁ ଦଙ୍ଗା ନିୟନ୍ତ୍ରଣକାରୀ ଯାନ ମଧ୍ୟ ମହଜୁଦ ରଖାଯାଇଛି।

ସୂଚନା ଅନୁଯାୟୀ, ଜମ୍ମୁକଶ୍ମୀରବାସୀଙ୍କୁ ନିଯୁକ୍ତି, ଜମି ମାଲିକାନା ଏବଂ ନାଗରିକତ୍ୱ ଆଦି କ୍ଷେତ୍ରରେ ସ୍ୱତନ୍ତ୍ର ଅଧିକାର ଦେଇ ଆସୁଥିବା ୩୫ଏ ଧାରା ଏବଂ ରାଜ୍ୟର ଶାସନକୁ ଅତିରିକ୍ତ କ୍ଷମତା ଦେଥିବା ୩୭୦ ଧାରାକୁ କେନ୍ଦ୍ର ପ୍ରତ୍ୟାହାର ବା ପରିବର୍ତ୍ତନ କରିବା ନେଇ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Share

Leave a Reply

Your email address will not be published. Required fields are marked *

5 + three =