ନାନା ପାଟେକରଙ୍କ ଚରିତ୍ରକୁ ନେଇ ପ୍ରଶ୍ନ କରି ଅଡୁଆରେ ଅଭିନେତ୍ରୀ

ଅଭିନେତ୍ରୀ ତନୁଶ୍ରୀ ଦତ୍ତା ୨୦୦୮ରେ ଅଭିଯୋଗ କରିଥିଲେ ଯେ ଅଭିନେତା ନାନା ପାଟେକରଙ୍କ ଉପରେ ‘ହର୍ଣ୍ଣ ଓକେ ପ୍ଲିଜ’ର ସୁଟିଂ ସମୟରେ ତାଙ୍କ ସହିତ ର୍ଦୁବ୍ୟବହାର କରିଥିଲେ । ତନୁଶ୍ରୀ କହିଥିଲେ ଯେ କଣ୍ଟ୍ରାକ୍ଟ ଅନୁସାରେ ଫିଲ୍ମରେ ତାଙ୍କର ଏକ ଆଇଟମ ନମ୍ବର କରିବାର ଥିଲା କିନ୍ତୁ ନାନା ପାଟେକର ସେଠାକୁ ଆସି ତାଙ୍କୁ ଖରାପ ଭାବରେ ଛୁଇଁଥିଲେ । ଏହା ପରେ ନିକଟରେ ତନୁଶ୍ରୀ ଜୁମ ଟିଭିକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଏହି ମାମଲା ଉପରେ ପୁଣିଥରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ନାନା କିପରି ତାଙ୍କୁ ହଇରାଣ କରିଥିଲେ ଏବଂ କିପରି ତାଙ୍କୁ ସେହି ପ୍ରୋଜେକ୍ଟରୁ ବାହାର କରିଦେଇଥିଲେ । ତନୁଶ୍ରୀ ଏହି ମାମଲାରେ କେରିଓଗ୍ରାଫର ଗଣେଶ ଆଚାର‌୍ୟ୍ୟଙ୍କ ନାମ ମଧ୍ୟ ସାମ୍ନାକୁ ଆଣିଛନ୍ତି । ସେ କହିଛନ୍ତି ଯେ ସେଠାରେ ଠିଆ ହୋଇ ସମସ୍ତେ ଦେଖିୁଥିଲେ ହେଲେ ମୋତେ କେହି ସାହାଯ୍ୟ କରିବାକୁ ଆଗାକୁ ଆସିନଥିଲେ । ତନୁଶ୍ରୀଙ୍କ ଏହି ବୟାନ ପରେ ଗଣେଶ ଆଚାର‌୍ୟ୍ୟ ସୋସିଆଲ ମିଡିଆରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଏହି କଥା ବହୁ ପୁରୁଣା ଏବଂ ମୋତେ ସେ ବିଷୟରେ ଭଲ ଭାବେ ଧ୍ୟ୍ୟାନ ନାହିଁ । ଯେଉଁ ପର‌୍ୟ୍ୟନ୍ତ ମୋର ମନେ ଅଛି ଏହା ଏକ ଡୁଏଟ ସଙ୍ଗ ଥିଲା ସୋଲୋ ସଙ୍ଗ ନୁହେଁ ଏବଂ ସେଦିନ କିଛି ମିସଅଣ୍ଡରଷ୍ଟାଣ୍ଡିଂ କାରଣରୁ ୩-୪ ଘଣ୍ଟା ସୁଟିଂ ବିଳମ୍ବ ହୋଇଥିଲା । ଏହା ସହିତ ଗଣେଶ ଆଚାର‌୍ୟ୍ୟ ନାନା ପାଟେକରଙ୍କ ସମର୍ଥନରେ କହିଛନ୍ତି, ସେ ଜଣେ ଖୁବ ଭଲ ବ୍ୟକ୍ତି । ସେ ଏପରି କିଛି କରି ପାରିବେ ନାହିଁ । ସେ ଲୋକମାନଙ୍କୁ ଅନେକ ସାହାଯ୍ୟ କରିଥାନ୍ତି । ତନୁଶ୍ରୀଙ୍କ ବୟାନକୁ ଗଣେଶ ଖଣ୍ଡନ କରିଥିବା ବେଳେ ଏବେ ତନୁଶ୍ରୀଙ୍କ ଉତ୍ତରକୁ ଅପେକ୍ଷା । ଏହା ସହିତ ନାନା ଏହାକୁ ନେଇ କ’ଣ କହୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Share

Leave a Reply

Your email address will not be published. Required fields are marked *

10 − 8 =