ଡ୍ରଗ୍ସ ମାମଲାରେ ତେଲୁଗୁ ଷ୍ଟାରଙ୍କ ସମେତ ୧୨ ଜଣଙ୍କୁ ଇଡି ନୋଟିସ୍

ହାଇଦ୍ରାବାଦ: ମାମଲାରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ସମେତ ଏକାଧିକ ସାଉଥ୍ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୪ ବର୍ଷ ପୂର୍ବର ଏକ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହଙ୍କ ସମେତ, ବାହୁବଳୀ ଅଭିନେତା ତଥା ନିର୍ଦେଶକ ରାଣା ଦଗ୍ଗୁବାତୀ, ରବି ତେଜା ଏବଂ ପୁରୀ ଜଗନ୍ନାଥ, ଚାର୍ମେ କୌର, ମୁମଥ ଖାଁ ପ୍ରମୁଖଙ୍କୁ ସମନ ଜାରି କରାଯାଇଛି।ରକୁଲ ପ୍ରୀତି ସିଂହଙ୍କୁ ସେପ୍ଟେମ୍ବର ୬ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ ନିକଟରେ ହାଜର ହେବାକୁ ନୋଟିସ ଜାରି ହୋଇଥିବା ବେଳେ ରାଣା ଦଗ୍ଗୁବାତୀଙ୍କୁ ସେପ୍ଟେମ୍ବର ୮, ରବି ତେଜାଙ୍କୁ ୯ ଏବଂ ନିର୍ଦେଶକ ପୁରୀ ଜଗନ୍ନାଥଙ୍କୁ ସେପ୍ଟେମ୍ବର ୩୧ ତାରିଖରେ ହାଜର ହେବାକୁ ନୋଟିସ ଜାରି ହୋଇଛି । ଏମାନଙ୍କ ଛଡା ଚାର୍ମୀ କୌର, ମୁମୈଥ ଏବଂ ଅନ୍ୟ କିଛି ସେଲିବ୍ରିଟିଙ୍କୁ ମଧ୍ୟ ଇଡି ସମନ୍ ପଠାଇଥିବା ସୂଚନା ମିଳିଛି ।ସୂଚନାଯୋଗ୍ୟ, ୪ ବର୍ଷ ତଳେ ୨୦୧୭ ଏକ ହାଇପ୍ରୋଫାଇଲ ଡ୍ରଗ୍ସ ରାକେଟ ପ୍ରସଙ୍ଗରେ ୧୨ ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକଙ୍କୁ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଜେରା କରିଥିଲା। ଡ୍ରଗ୍ସ ରାକେଟ ମାମଲାରେ ଗତ ଜୁଲାଇ ୨୦୧୭ରେ ହାଇଦ୍ରାବାଦ ଅବକାରୀ ବିଭାଗର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଏହି ୧୨ଜଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିଥିଲା। ଏହି ମାମଲାରେ ଏସଆଇଟି ୬୨ ଜଣ ସନ୍ଦିଗ୍ଧଙ୍କ କେଶ ଓ ନଖ ନମୁନା ସଂଗ୍ରହ କରିଥିଲା। ଘଟଣାରେ ୧୧ ପୃଷ୍ଠାର ଚାର୍ଜ ସିଟ୍ ଦାଖଲ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

twelve + 3 =