ଚଳିତ ବର୍ଷ ମଧ୍ୟ +୨ରେ ହ୍ରାସ ପାଇଲା ୩୦% ସିଲାବସ୍

ଭୁବନେଶ୍ୱର: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ +୨ରେ ସିଲାବସ୍ ହ୍ରାସ କରାଯିବ । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ୩୦% ସିଲାବସ ହ୍ରାସ କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମହାମାରୀ ଭଳି ସ୍ଥିତି ବଳବତ୍ତର ରହିଲେ ମୂଲ୍ୟାୟନ ପାଇଁ ବ୍ୟବସ୍ଥା କରାଯିବ । ପ୍ରଥମ ବର୍ଷ ଏବଂ ଦ୍ୱିତୀୟ ବର୍ଷରେ ହେବ ଟର୍ମିନାଲ ପରୀକ୍ଷା । ପ୍ରଥମ ବର୍ଷରେ ୩ଟି ଓ ଦ୍ୱିତୀୟ ବର୍ଷରେ ୩ଟି ଟର୍ମିନାଲ ପରୀକ୍ଷା ହେବ ।ପ୍ରତି କ୍ୱାଟରରେ ୩୦ ନମ୍ବର ବିଶିଷ୍ଟ ଟର୍ମିନାଲ ପରୀକ୍ଷା ହେବ । ୩୦ ନମ୍ବରରୁ ୨୦ ନମ୍ବର ଥିଓରୀ ଓ ୧୦ ନମ୍ବର ପ୍ରାକ୍ଟିକାଲ ରହିବ । ପ୍ରଥମ ବର୍ଷ ଶେଷରେ ଓ ଦ୍ୱିତୀୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା ହେବ । ମହାମାରୀ ସ୍ଥିତି ନଉପୁଜିଲେ ବାର୍ଷିକ ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶ ପାଇବ । ମହାମାରୀ ପାଇଁ ପରୀକ୍ଷା ବନ୍ଦ ହେଲେ ଟର୍ମ ପରୀକ୍ଷା ଭିତ୍ତିରେ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ ଏହି ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 5 =