ହସ୍ପିଟାଲରେ ଭର୍ତ୍ତିହେଲେ ଦିଲ୍ଲୀପ କୁମାର

ମୁମ୍ବାଇ: ମୁ୍‌ମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର । ନିଶ୍ୱାସ ନେବାରୁ ଅସୁବିଧା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାରେ ଦିଲ୍ଲୀପ କୁମାରଙ୍କ ଆଡମିଶନ ସମ୍ପର୍କରେ ପତ୍ନୀ ସାଇରା ବାନୁ କହିଛନ୍ତି, ଦିଲ୍ଲୀପ କୁମାରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା କାରଣରୁ ତାଙ୍କୁ ଆଜି ସକାଳ ୮.୩୦ ସମୟରେ ମହିମସ୍ଥିତ ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦିଲ୍ଲୀପ କୁମାରଙ୍କ ସମସ୍ତ ପରୀକ୍ଷା ନିତିନ ଗୋଖଲେଙ୍କ ତତ୍ତ୍ବାବଧାନରେ ନିଆଯାଉଛି ଏବଂ ସେ ଚିକିତ୍ସିତ ହେଉଛନ୍ତି। ଶୀଘ୍ର ସୁସ୍ଥ ହେବା ପାଇଁ ଆପଣ ସମସ୍ତେ ପ୍ରାର୍ଥନା କରନ୍ତୁ।

Share

Leave a Reply

Your email address will not be published. Required fields are marked *

18 − twelve =