୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୧୪,୪୬୦ନୂଆ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୧.୧୪ ଲକ୍ଷରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୩ ହଜାର ତଳକୁ ରହିଛି। ଗତ ୫୯ ଦିନ ମଧ୍ୟରେ ଆଜି ସର୍ବନିମ୍ନ ଦୈନିକ ସଂକ୍ରମଣ ରିପୋର୍ଟ ହୋଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୧୪,୪୬୦ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨,୬୭୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୮୮,୦୯,୩୩୯ ଓ ମୃତ୍ୟୁସଂଖ୍ୟା ୩,୪୬,୭୫୯ରେ ପହଞ୍ଚିଛି।

Share

Leave a Reply

Your email address will not be published. Required fields are marked *

four × five =