ଦେହ ବ୍ୟବସାୟରେ ବଲିଉଡର ହଟ୍ ଷ୍ଟାର …

ଭୁବନେଶ୍ବର () ବଲିଉଡ ତାରକାଙ୍କୁ ଟିଭି ପରଦାରେ ଦେଖି ଦର୍ଶକ ନାନା କଥା କଳ୍ପନା କରିଥାନ୍ତି । କିଏ ସେମାନଙ୍କ ପୋଷାକ ପରିଛେଦ କଥା ତ କିଏ ସେମାନଙ୍କ ସୌନ୍ଦର୍ଯ୍ୟ ଓ ଆଉ କିଏ ସେମାନଙ୍କ ସମ୍ପତ୍ତିକୁ ନେଇ ଆକଳନ କରିଥାନ୍ତି । କିନ୍ତୁ ସ୍କିନକୁ ଆସିବା ପାଇଁ ସେମାନଙ୍କ ସଂଘର୍ଷର କାହାଣୀ କେହି ଜାଣନ୍ତିନାହିଁ । କ୍ୟାରିୟର ଆରମ୍ଭ ସମୟରେ ସିନେମା ବା ସିରିୟଲରେ ଏକ ଭଲ ଭୂମିକା ଖଣ୍ଡେ ପାଇବାକୁ ଅନେକ କିଛି ବାଜି ଲଗେଇବାକୁ ପଡିଥାଏ । ଏପରିକି ଏହି ବ୍ୟବସାୟରେ ସେମାନେ ଜଣାଶୁଣା ହୋଇଯିବା ପରେ ମଧ୍ୟ କିଛି ପାଇବାକୁ କିଛି ଦେବାର ମୁଲଚାଲରେ ପୁର୍ଣ୍ଣଛେଦ ପଡେନାହିଁ । କ୍ୟାରିୟରର ଦ୍ବିତୀୟାର୍ଦ୍ଧରେ ସେମାନଙ୍କୁ କେତେକ କ୍ଷେତ୍ରରେ ବିଦ୍ରୋହ କରିବାକୁ ପଡିଥାଏ । ବଞ୍ଚିବା ପାଇଁ କିଛି ଦେହ ବ୍ୟବସାୟକୁ ମଧ୍ୟ ଆପଣେଇଛନ୍ତି । ବଲିଉଡର ଏମିତି କିଛି ନାୟିକା ଦେହ ବ୍ୟବସାୟ କରୁଥିବା ସମୟରେ ଧରାପଡି ଲଜ୍ଜିତ ହୋଇଥିବା ଏମିତି କିଛି ନାୟିକାଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା ।

ଜଣାଶୁଣା ଟିଭି ଓ ବଲିଉଡ ତାରକା ଶ୍ବେତା ପ୍ରସାଦ ବାସୁ ରଙ୍ଗୀନ ଦୁନିଆରେ କ୍ୟାରିୟର ସରିଯିବା ପରେ ଦେହ ବ୍ୟବସାୟରେ ଲିପ୍ତ ହୋଇଥିଲେ । ହାଇଦ୍ରାବାଦରେ ଏକ ଦେହ ବ୍ୟବସାୟ ର୍ୟାକେଟ ସହ ଯୋଡି ହେବା ସମୟରେ 2014ରେ ସେ ଧରାପଡିଥିଲେ । ପ୍ରଥମରୁ ସେ ଅଭିଯୋଗକୁ ଅସ୍ବୀକାର କରୁଥିଲେ ବି ହାଇଦ୍ରାବାଦ ସେସନସ୍ କୋର୍ଟ ତାଙ୍କ ଉପରୁ ଦେହ ବ୍ୟବସାୟର ସବୁ ମାମଲା ପ୍ରତ୍ୟାହାର କରିଥିଲେ ।

ହଟ୍ କାମସୁତ୍ର ନାୟିକା ସେରଲିନ ଚୋପ୍ରା ଅର୍ଥ ରୋଜଗାର ପାଇଁ ନିଜେ ଏହି ବ୍ୟବସାୟରେ ସଂପୃକ୍ତ ହୋଇଥିବା ମାନିଥିଲେ । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ତାଡନାରେ ସେ ଏହି ବ୍ୟବସାୟରେ ଜଡିତ ହୋଇଥିଲେ ।

‘ଲାଇଫ କି ତୋ ଲଗ ଗଇ’ର ନାୟିକା ମିଷ୍ଟୋ ମୁଖାର୍ଜୀ ଏକ ସେକ୍ସ ର୍ୟାକେଟ ଚଳାଉଥିବା ଅଭିଯୋଗରେ ଗିରଫ ହୋଇଥିଲେ । ପୋଲିସ ତାଙ୍କ ଲଖଣ୍ଡୱାଲା ଫ୍ଲାଟରେ ରେଡ କରିବା ସମୟରେ ତାଙ୍କ ବାପା ଓ ଭାଇ ପୋଲିସକୁ ଅଶ୍ଲୀଳ ସାମଗ୍ରୀ ଯାଚିଥିଲେ । ପୋଲିସ ତାଙ୍କ ଫ୍ଲାଟରୁ 25ହଜାର ବ୍ଲୁ ସିଡି ଜବତ କରିଥିଲା ।

କନଡ ଫିଲ୍ମ ଇଣ୍ଡଷ୍ଟିର ଜଣାଶୁଣା ନାୟିକା ଜମୁନା ଅଶ୍ଲୀଳ ପ୍ରଦର୍ଶନ ଅଭିଯୋଗରେ ଗିରଫ ହୋଇଥିଲେ । ବାଙ୍ଗାଲୋରର ଏକ ଦାମୀ ହୋଟେଲରୁ 2011ରେ ପୋଲିସ ତାଙ୍କୁ ଦେହ ବ୍ୟବସାୟ ପାଇଁ ଗିରଫ କରିଥିଲା । ସେହିଭଳି ଦକ୍ଷିଣି ଫିଲ୍ମ ଇଣ୍ଡଷ୍ଟିରର ସାଇରା ବାନୁ ଓ ଭୁବନେଶ୍ବରୀ ମଧ୍ୟ ଏହି କାରନାମା ପାଇଁ ଧରାପଡିଥିଲେ । ତାମିଲ ଷ୍ଟାର ଆଇସ ଅନସାରୀ, କାରୋଲିନ ଓ ତେଲୁଗୁ ତାରକା ଦିବ୍ୟାଶ୍ରୀ ଓ ନିତୁ ଅଗ୍ରୱାଲ ମଧ୍ୟ ଦେହ ବ୍ୟବସାୟରେ ସଂପୃକ୍ତ ଥିବା ସମୟରେ ଧରା ପଡିଥିଲେ ।

Share

Leave a Reply

Your email address will not be published. Required fields are marked *

19 − 15 =