ସମ୍ପର୍କ କାଟିଲା ପାକିସ୍ତାନ

ନୂଆଦିଲ୍ଲୀ()  ଧାରା ୩୭୦  ହଟିବା ପରେ ଭାରତ ସହ ସବୁ ଦ୍ୱିପାକ୍ଷୀକ ସମ୍ପର୍କ ବିଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ। ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ଛିନ୍ନ କଲା ପାକ୍ । ଜାତୀୟ ସୁରକ୍ଷା କମିଟି ବୈଠକରେ ଆଲୋଚନା ପରେ ଏଭଳି ନିଷ୍ପତି ନେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ।

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ଡକାଇଥିବା ଜାତୀୟ ସୁରକ୍ଷା ସମିତି ବୈଠକରେ ଭାରତ ସହ କୂଟନୈତିକ ସମ୍ପର୍କ ସମେତ ଦ୍ୱିପାକ୍ଷୀକ ବ୍ୟବସାୟିକ ସମ୍ପର୍କ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହି ଅନୁସାରେ ପାକିସ୍ତାନରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ ଭାରତ ଫେରାଇ ଦେଇଥିବା ବେଳେ ଭାରତକୁ ପଠାଇବାକୁ ଥିବା ନିଜର ଆଗାମୀ ରାଷ୍ଟ୍ରଦୂତଙ୍କୁ ନ ପଠାଇବାକୁ ନିଷ୍ପତ୍ତି ନେଇଛି।

ଏଥିସହ ଅଗଷ୍ଟ ୧୫କୁ କଳାଦିବସ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ଏତିକି ନୁହେଁ କାଶ୍ମୀର ପ୍ରସଙ୍ଗକୁ ଜାତିସଂଘକୁ ନେବାକୁ ଧମକ ଦେଇଛି ପାକିସ୍ତାନ । ଇମ୍ରାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜାତୀୟ ସୁରକ୍ଷା ବୈଠକରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରିବା ନେଇ ପ୍ରସ୍ତାବ ପାରିତ ହୋଇଛି ।

Share

Leave a Reply

Your email address will not be published. Required fields are marked *

17 + seven =