କ୍ଷମା ମାଗିଲେ ବିଗ ବ

ମୁମ୍ବାଇ() ସୋନି ଟିଭିରେ ପ୍ରସାରିତ ହେଉଥିବା ଶୋ’ ‘କୌନ୍ ବନେଗା କରୋଡ଼ପତି’ ନଭେମ୍ବର ୬ ତାରିଖର ଏପିସୋଡ୍ ପରେ ସୋଶାଲ୍ ମିଡିଆରେ ଚାଲିଛି ୰ଈକ୍ଟଚ୍ଚମକ୍ଟଗ୍ଧଗ୍ଧକଈଉଝକ୍ଟଦ୍ଭଚ୍ଚଞଠ ଟ୍ରେଣ୍ଡ। ଏପରିକି କୋହ୍ଲାପୁରଠାରେ ଶିବସେନା କର୍ମୀମାନେ ଅମିତାଭ ବଚ୍ଚନଙ୍କର ପୋଷ୍ଟର ଜଳାଇ ପ୍ରତିବାଦ କରିଛନ୍ତି।

ସୂଚନାଅନୁସାରେ ନଭେମ୍ବର ୬ର ଏପିସୋଡ୍ରେ ଏକ ପ୍ରଶ୍ନ ପଚରାଯାଇଥିଲା, ‘ଏମାନଙ୍କ ମଧ୍ୟରୁ କେଉଁ ଶାସକ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମକାଳୀନ ଥିଲେ? ଇ) ମହାରାଣା ପ୍ରତାପ, ଈ) ରାଣା ସାଂଗା, ଉ) ମାହାରାଜା ରଣଜିତ ସିଂହ ଊ) ଶିବାଜୀ।’ ଏଥିରେ ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତଥା ଶାସକ ଛତ୍ରପତି ଶିବାଜୀ ମହାରଜଙ୍କୁ କେବଳ ଶିବାଜୀ ଲେଖାଯିବାରୁ ଦର୍ଶକ ଏହାର କଡ଼ା ବିରୋଧ କରିଥିଲେ। ଏହା କେବଳ ଲେଖାଯାଇ ନଥିଲା ବିଗ୍ବି ମଧ୍ୟ ପ୍ରଶ୍ନର ଉତ୍ତର ଦେଇ କେବଳ ‘ଶିବାଜୀ’ ବୋଲି କହି ସମ୍ବୋଧନ କରିଥିଲେ। ଏହାପରେ ଶିବସେନା ଓ କରଣୀ ସେନା ଏହି ଶୋ’କୁ ବନ୍ଦ କରିବାକୁ ଦାବି କରିଥିଲେ। ସେମାନେ ଅମିତାଭଙ୍କ ପୋଷ୍ଟର୍ ଜଳାଇ ତାଙ୍କ ବିରୋଧରେ ନାରାବାଜି କରିଥିଲେ। ଏଥିସହ ସୋନି ଟିଭି ଓ ବିଗ୍ ବିଙ୍କଠୁ କ୍ଷମାପ୍ରାର୍ଥନା ଦାବି କରିଥିଲେ।

ଏହି ମାମଲାରେ ବିଗ୍ ବି ଟ୍ୱିଟ୍ କରି କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି, ’ଛତ୍ରପତି ଶିବାଜୀ ମହାରାଜାଙ୍କ ସ୍ମୃତିରେ କେବିସି ୧୧ରେ ପଚରାଯାଇଥିବା ପ୍ରଶ୍ନ ପଛରେ କାହାକୁ ଅପମାନିତ ବା ଅସମ୍ମାନିତ କରିବାର କୌଣସି ଉଦ୍ଦେଶ୍ୟ ନଥିଲା। ଭୁଲବଶତଃ ଛାଡ଼ି ହୋଇଯାଇଥିବା ଶବ୍ଦ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି।”

Share

Leave a Reply

Your email address will not be published. Required fields are marked *

13 + 16 =