ଘରେ ପହଁଚିଲା ପିଡିଏସ ସାମଗ୍ରୀ

ଭୁବନେଶ୍ବର () ପିଡିଏସ ବ୍ୟବସ୍ଥାରେ ଏକ ଦିଗନ୍ତ ସୃଷ୍ଟି ହୋଇଛି । ହିତାଧିକାରୀଙ୍କ ଘରେ ପହଁଚିଲା ପିଡିଏସ ସାମଗ୍ରୀ । ସୁବର୍ଣ୍ଣପୁର ଜିଲ୍ଲାରୁ ଏହି ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି ।

ଅନାହାରରେ ମୃତ୍ୟୁକୁ ରୋକିବା ଏବଂ ବୃଦ୍ଧ ଓ ଅକର୍ମଣ୍ୟ ଲୋକେ ଯେଭଳି ପିଡିଏସ ସୁବିଧାରୁ ବଞ୍ଚିତ ନହୁଅନ୍ତି ତାହାକୁ ସୁନିଶ୍ଚିତ କରିବାକୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ ମନିଷା ବାନାର୍ଜୀ କହିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ ଦେଉଲପଦର ଓ ସରଗଜ ପଂଚାୟତରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ପରବର୍ତ୍ତି ସମୟରେ ଜିଲ୍ଲା ପ୍ରଶାସନ ଅନ୍ୟ ସ୍ଥାନରେ ଯେଉଁଠାରେ ହିତାଧିକାରୀମାନେ ରେସନ ଦୋକାନକୁ ଯିବାକୁ ସମସ୍ୟା ଅଛି ସେଠାରେ ମଧ୍ୟ ଏହିଭଳି ଲୋକଙ୍କ ଦୁଆରମୁହଁରେ ପିଡିଏସ ସାମଗ୍ରୀ ପହଁଚାଇବାକୁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

fifteen + four =