ଅଭିନେତା ଶିବ କୁମାର ସୁବ୍ରମଣ୍ୟମଙ୍କ ପରଲୋକ

ବଲିଉଡର ଲୋକପ୍ରିୟ ଅଭିନେତା ତଥା ସ୍କ୍ରିନ୍ ରାଇଟର୍ ଶିବ କୁମାର ସୁବ୍ରମଣ୍ୟମଙ୍କ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି। ସୁବ୍ରମଣ୍ୟମଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଶିବ କୁମାରଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଦୁଇ ମାସ ତଳେ ଶିବ କୁମାରଙ୍କ ପୁଅ ଜହାନଙ୍କ ବ୍ରେନ୍ ଟ୍ୟୁମର ଯୋଗୁଁ ମୃତ୍ୟୁ ହୋଇଥିଲା। ନିଜ ୧୬ତମ ଜନ୍ମଦିନ ପୂର୍ବରୁ ଏହାଙ୍କ ମୃତ୍ୟୁ ହୋଇଥିଲା ।

ଶିବ କୁମାର ସୁବ୍ରମଣ୍ୟମଙ୍କୁ ଗତ ବର୍ଷର ଫିଲ୍ମ ‘ମୀନାକ୍ଷୀ ସୁନ୍ଦରେଶ୍ୱର’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହାଛଡ଼ା ଶିବ କୁମାର ଅନେକ ଫିଲ୍ମ ଏବଂ ଟିଭି ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି | ସେ କିଛି ଫିଲ୍ମ ପାଇଁ ପଟ୍ଟକଥା ମଧ୍ୟ ଲେଖିଛନ୍ତି | ଏହି ଅଭିନେତା ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ‘ପରିନ୍ଦା’ ଏବଂ ସୁଧୀର ମିଶ୍ରଙ୍କ ଫିଲ୍ମ ‘ହାଜାରୋଁ ଖ୍ବାଇସେଁ ଐସି’ର ପଟକଥା ରଚନା କରିଥିଲେ ।

ତାଙ୍କର ସଫଳ କ୍ୟାରିଅରରେ ଶିବ କୁମାର ସୁବ୍ରମଣ୍ୟମଙ୍କୁ ‘ପରିନ୍ଦା’ ପାଇଁ ଶ୍ରେଷ୍ଠ ସ୍କ୍ରିନ ପ୍ଲେ ଏବଂ ‘ହାଜାରୋଁ ଖ୍ବାଇସେଁ ଐସି’ ପାଇଁ ଶ୍ରେଷ୍ଠ କାହାଣୀକାର ଭାବେ ଫିଲ୍ମଫେୟାର ପୁରସ୍କାର ମିଳିଥିଲା | ଏହାଛଡ଼ା ଶିବ କୁମାରଙ୍କୁ ‘୨ ଷ୍ଟେଟ୍ସ’, ‘ତିନ ପତ୍ତୀ’, ‘ପ୍ରହାର’ ଏବଂ ରାଣୀ ମୁଖାର୍ଜୀ ଅଭିନୀତ ‘ହିଚ୍କି’ରେ ମଧ୍ୟ ଦେଖିବାକୁ ମିଳିଥିଲା। ଶିବ କୁମାର ସୁବ୍ରମଣ୍ୟମ୍ ଟିଭି ଶୋ ‘ମୁକ୍ତି ବନ୍ଧନ’ରେ ମଧ୍ୟ କାମ କରିଥିଲେ।

Share

Leave a Reply

Your email address will not be published. Required fields are marked *

7 + thirteen =