ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘରେ ବୋମା ମାଡ ଘଟଣା,୨ ଗିରଫ

ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘରେ ବୋମା ମାଡ ଘଟଣାରେ ପୋଲିସକୁ ବଡ ସଫଳତା । ଘଟଣାରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୋଲିସ । ଗଁଦିଆ ଆରଦା ଗାଁରୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ପାଣ୍ଡେ ଓରଫ୍‌ ବିଶ୍ବଜିତ ବେହେରା ଏବଂ ଟିଟୁ ସାହୁ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି । ଗତ ୯ ତାରିଖରେ ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘରେ ହୋଇଥିଲା ବୋମାମାଡ ।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ଢେଙ୍କାନାଳ ପୌରାଧ୍ୟକ୍ଷ ଜୟନ୍ତୀ ପାତ୍ରଙ୍କ ଘରେ କିଛି ଦୁର୍ବୃତ୍ତ ବୋମା ମାଡ କରି ଫେରାର୍‌ ହୋଇଯାଇଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଯାଇଥିଲା । ଶାସକ ବିଜେଡି ଏବଂ ବିରୋଧୀ ବିଜେପି ମଧ୍ୟରେ ଘଟଣାକୁ ନେଇ ଆରମ୍ଭ ହୋଇଯାଇଥିଲା ବାକ୍‌ ଯୁଦ୍ଧ । ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୋଲିସ ଡିଜିଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । ଏହା ସହିତ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ପୋଲିସ ମଧ୍ୟ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ୍‌ ଜାରି ରଖିଥିଲା । ଏବେ ପୋଲିସକୁ ବଡ ସଫଳତା ମିଳିଛି । ଗଁଦିଆ ଅଞ୍ଚଳରୁ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଟାଉନ୍‌ ପୋଲିସ।

Share

Leave a Reply

Your email address will not be published. Required fields are marked *

4 + ten =