ୟୁଟିଆଇ ଫ୍ଲେକ୍ସି କ୍ୟାପ୍ ଫଣ୍ଡ୍‌: ବ୍ୟବସାୟ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରୁଥିବା ଏକ ଫ୍ଲେକ୍ସି କ୍ୟାପ୍ ପୋର୍ଟଫୋଲିଓ

ଭୁବନେଶ୍ୱର: କୌଣସି ନିବେଶକଙ୍କ ପାଇଁ ସଫଳ ପୁଞ୍ଜିନିବେଶ ଦିଗରେ ବାସ୍ତବିକ ଆର୍ôଥକ ଲକ୍ଷ୍ୟ ଧାର୍ଯ୍ୟ କରିବା ହେଉଛି ପ୍ରଥମ ପଦକ୍ଷେପ । ସମ୍ପତି ଶ୍ରେଣୀରେ ବିଭିନ୍ନ ଉତ୍ପାଦରୁ ନିବେଶ କରିବାକୁ ପସନ୍ଦ କରିବା ସମୟରେ ସ୍ୱଳ୍ପକାଳୀନରୁ ଦୀର୍ଘକାଳୀନ ପର୍ଯ୍ୟନ୍ତ ଆର୍ôଥକ ଲକ୍ଷ୍ୟ ପୂରଣ ପାଇଁ ମ୍ୟୁଚୁଆଲ ଫଣ୍ଡ ବିକଳ୍ପ ଅନୁସନ୍ଧାନ କରାଯାଇପାରିବ । ଏଠାରେ ଗୋଟିଏ ମ୍ୟୁଚୁଆଲ ଫଣ୍ଡ ପ୍ରଡକ୍ଟ ବର୍ଗ ଅଛି ଯାହାକୁ ନିବେଶକମାନେ ଦୀର୍ଘମିଆଦୀ ସମ୍ପତି ସୃଷ୍ଟି ଲକ୍ଷ୍ୟ ପୂରଣ କରିବାରେ ନିବେଶ କରିପାରିବେ । ଫ୍ଲେକ୍ସି-କ୍ୟାପ୍ ଫଣ୍ଡ୍ ହେଉଛି ଓପନ୍‌-ଏଣ୍ଡେଡ୍ ଇକ୍ୱିଟି ଫଣ୍ଡ୍ ଯାହା ମୋଟ ସମ୍ପତିର ଅତିକମରେ ୬୫% ବିଭିନ୍ନ ବଜାର ପୁଞ୍ଜି ଯଥା ଲାର୍ଜ-କ୍ୟାପ୍‌, ମିଡ୍ କ୍ୟାପ୍ କିମ୍ବା ସ୍ମଲ୍ କ୍ୟାପ୍ ଫଣ୍ଡ୍‌ରେ ନିବେଶ କରୁଥିବା କମ୍ପାନିଗୁଡ଼ିକର ଇକ୍ୱିଟିରେ ବିନିଯୋଗ କରାଯାଉଛି । ୟୁଟିଆଇ ଫ୍ଲେକ୍ସି କ୍ୟାପ୍ ଫଣ୍ଡ ଏହି ବର୍ଗର ସବୁଠାରୁ ପୁରୁଣା ପାଣ୍ଠି ଯାହା ୧୯୯୨ରେ ଆରମ୍ଭ ହୋଇଛି ଏବଂ କ୍ରମାଗତ ପ୍ରଦର୍ଶନ କରିବାରେ ଏହାର ଦୀର୍ଘକାଳୀନ ରେକର୍ଡ ରହିଛି । ୨୦୨୪ ଫେବ୍ରୁଆରି ୨୯ ସୁଦ୍ଧା ଏହି ଫଣ୍ଡ୍‌ରେ ୨୪,୬୮୪ କୋଟି ଟଙ୍କାର ପାଣ୍ଠି ରହିଛି । ଗୁଣାତ୍ମକ ବ୍ୟବସାୟରେ ନିବେଶ କରି ଦୀର୍ଘକାଳୀନ ନିବେଶ ଚାହୁଥିବା ନିବେଶକମାନଙ୍କ ଲାଗି ୟୁଟିଆଇ ମୁଚ୍ୟୁଆଲ୍ ଫଣ୍ଡ୍ ହେଉଛି ଉପଯୁକ୍ତ ।
ୟୁଟିଆଇ ଫ୍ଲେକ୍ସି କ୍ୟାପ୍ ଫଣ୍ଡର ନିବେଶ ଦର୍ଶନ ଗୁଣବତା, ଅଭିବୃଦ୍ଧି ଏବଂ ମୂଲ୍ୟାୟନର ତିନୋଟି ସ୍ତମ୍ଭ ଉପରେ ପର୍ଯ୍ୟବେସିତ । ଏହି ଫଣ୍ଡ୍ର ପୋର୍ଟଫୋଲିଓ ରଣନୀତି ହେଉଛି ସେହି ବ୍ୟବସାୟଗୁଡିକ ଉପରେ ଧ୍ୟାନ ଦେବା ଯେଉଁମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦୃଢ଼ ଅଭିବୃଦ୍ଧି ପ୍ରଦର୍ଶନ କରିବାର କ୍ଷମତା ରଖିଛନ୍ତି ଏବଂ ଅଭିଜ୍ଞ ପରିଚାଳନା ଦ୍ୱାରା ପରିଚାଳିତ ହେଉଛନ୍ତି ।
ଏହି ଫଣ୍ଡ୍‌ରେ ଗୁଣବତାର ଅର୍ଥ ହେଉଛି ପୁଞ୍ଜି ଉପରେ ଉଚ୍ଚ ରିଟର୍ଣ୍ଣ କିମ୍ବା ଦୀର୍ଘକାଳୀନ ଭିତିରେ ଇକ୍ୱିଟି ଉପରେ ରିଟର୍ଣ୍ଣ ପ୍ରଦାନ କରିବାରେ ବ୍ୟବସାୟର କ୍ଷମତା । ଏଭଳି କମ୍ପାନିଗୁଡ଼ିକ ଦୃଢ଼ ନଗଦ ପ୍ରବାହ ସୃଷ୍ଟି କରିଥାନ୍ତି ଯାହା ଅର୍ଥନୈତିକ ମୂଲ୍ୟ ସୃଷ୍ଟିର ଉତ୍ସ ହୋଇଥାଏ । ଅନ୍ୟ ପକ୍ଷରେ ଅଭିବୃଦ୍ଧିର ଅର୍ଥ ହେଉଛି ବ୍ୟବସାୟ ପାଇଁ ଦୀର୍ଘମିଆଦୀ ଅଭିବୃଦ୍ଧି । ଚକ୍ରାକାର ଓ ଅସ୍ଥିର ବଦଳରେ ଦ୍ରୁତ ଓ ସମ୍ଭାବ୍ୟ ଅଭିବୃଦ୍ଧି ଉପରେ ଆଲୋକପାତ କରୁଥିବା ବ୍ୟବସାୟ ଉପରେ ଗୁରୁତ୍ୱାରୋପ କରାଯାଇଥାଏ । ଉଚ୍ଚ ଗୁଣାତ୍ମକ ବ୍ୟବସାୟ ଅର୍ଥନୈତିକ ମୂଲ୍ୟ ସୃଷ୍ଟି କରୁଥିବା ବେଳେ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ବ୍ୟବସାୟ ତାହାକୁ ବହୁଗୁଣିତ କରିଥାଏ । ତାହାକୁ ଦୃଷ୍ଟିରେ ରଖି ଏହି ଫଣ୍ଡ୍‌ରେ ଷ୍ଟକ୍ ଚୟନ କରାଯାଊଛି ।
ଏହି ଫଣ୍ଡ୍‌ର ଅନ୍ୟତମ ସ୍ତମ୍ଭ ହେଉଛି “ମୂଲ୍ୟାଙ୍କନ” । ଏକ ଶ୍ରେଷ୍ଠ ବ୍ୟବସାୟରେ ପ୍ରବେଶ କରିବାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ମୂଲ୍ୟାଙ୍କନ । ତେଣୁ କୌଣସି ଷ୍ଟକ୍‌ରେ ପ୍ରବେଶ କରିବା ପୂର୍ବରୁ ଏଥିପ୍ରତି ଧ୍ୟାନ ଦେବାକୁ ହେବ । କେବଳ ପ୍ରାଇସ୍ ଟୁ ଆର୍ଣ୍ଣିଂ ଉପରେ ଭରସା କରିହେବ ନାହିଁ । ଉଚ୍ଚ ଆର୍‌ଓସିଇ ଏବଂ ଉଚ୍ଚ ବ୍ୟବସାୟ ଅଭିବୃଦ୍ଧି ଅଧିକ ମୂଲ୍ୟ ସୃଷ୍ଟି କରିବ । ବ୍ୟବସାୟର ମୂଳଦ୍ରୁଆ ଆଧାରରେ ନିବେଶ କରିବାକୁ ହେବ । କେବଳ ପିଇ ଉପରେ ଭରସା ନକରି ପ୍ରତି ବ୍ୟବସାୟର ଚରିତ୍ର ଜାଣିବା ଜରୁରୀ ।
ଏହି ପାଣ୍ଠି ନିବେଶର “ଅଭିବୃଦ୍ଧି” ଶୈଳୀ ଅନୁସରଣ କରି ବଜାର ପୁଞ୍ଜିରେ ନିବେଶ କରେ । ଏହି ଯୋଜନାର ଶୀର୍ଷ ୧୦ଟି ଷ୍ଟକ୍ ହେଉଛି ଆଇସିଆଇସିଆଇ ବ୍ୟାଙ୍କ ଲିମିଟେଡ, ଏଚଡିଏଫସି ବ୍ୟାଙ୍କ ଲିମିଟେଡ, ଏଲ୍‌ଟିଆଇମାଇଣ୍ଡଟ୍ରି, ବଜାଜ ଫାଇନାନ୍ସ ଲିମିଟେଡ, ଇନଫୋସିସ ଲିମିଟେଡ, ଆଭେନ୍ୟୁ ସୁପରମାର୍ଟସ ଲିମିଟେଡ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ, ଇନଫୋ-ଏଜ୍ (ଇଣ୍ଡିଆ) ଲିମିଟେଡ, କୋଫୋର୍ଜ ଲିମିଟେଡ ଏବଂ ଟାଇଟାନ କମ୍ପାନି ଲିମିଟେଡ ଭଳି ସଂସ୍ଥାର ପୋର୍ଟପୋଲିଓ ପ୍ରତି ୪୩% ଅବଦାନ ରହିଛି ।
ୟୁଟିଆଇ ଫ୍ଲେକ୍ସି କ୍ୟାପ୍ ଫଣ୍ଡ୍ ସେହି ଇକ୍ୱିଟି ନିବେଶକମାନଙ୍କ ପାଇଁ ଉପଯୁକ୍ତ ଅଟେ ଯେଉଁମାନେ ସେମାନଙ୍କର ମୂଳ ଇକ୍ୱିଟି ପୋର୍ଟଫୋଲିଓ ନିର୍ମାଣ କରିବାକୁ ଚାହୁଁଛନ୍ତି ଏବଂ ଅର୍ଥନୈତିକ ମୂଲ୍ୟ ସୃଷ୍ଟି କରୁଥିବା ଗୁଣାତ୍ମକ ବ୍ୟବସାୟରେ ନିବେଶ ମାଧ୍ୟମରେ ଦୀର୍ଘମିଆଦୀ ପୁଞ୍ଜି ଅଭିବୃଦ୍ଧି ଚାହୁଁଛନ୍ତି । ମଧ୍ୟମ ଧରଣର ବିପଦ ଗ୍ରହଣ କ୍ଷମତା ଥିବା ଏବଂ ଦୀର୍ଘମିଆଦୀ ଆର୍ôଥକ ଲକ୍ଷ୍ୟ ପୂରଣ ପାଇଁ ଅତି କମ୍‌ରେ ୫ରୁ ୭ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ଚାହୁଁଥିବା ନିବେଶକମାନେ ଏହି ପାଣ୍ଠିରେ ନିବେଶ କରିବାକୁ ବିଚାର କରିପାରନ୍ତି ।

Share

Leave a Reply

Your email address will not be published. Required fields are marked *

5 × one =