କ୍ୱାଲିଟି କନ୍‌ସେପ୍ଟ କନ୍‌ଭେନ୍‌ସନ୍ ୨୦୨୩ରେ ସମସ୍ତ ୧୦ ସ୍ୱର୍ଣ୍ଣ ପୁରସ୍କାର ଜିତିଲା ଟିପିସିଓଡିଏଲ୍‌

ପଂଚମ “ଚାପ୍ଟର କନ୍‌ଭେନ୍‌ସନ୍ ଅନ୍ କ୍ୱାଲିଟି କନ୍‌ସେପ୍ଟ ୨୦୨୩’ରେ ଉଲ୍ଲେଖନୀୟ ସଫଳତା
ବିଭିନ୍ନ ସଂସ୍ଥାର ୧୮୦ ପ୍ରକଳ୍ପ ଟିମ୍‌ର ଅଂଶଗ୍ରହଣ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) କ୍ୱାଲିଟି ସର୍କଲ ଫୋରମ୍ ଅଫ୍ ଇଣ୍ଡିଆ (କ୍ୟୁସିଏଫ୍‌ଆଇ) ପକ୍ଷରୁ ୨୦୨୩ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ସିଲିକନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପକ୍ଷରୁ ଅୟୋଜିତ ପଂଚମ “ଚାପ୍ଟର କନ୍‌ଭେନ୍‌ସନ୍ ଅନ୍ କ୍ୱାଲିଟି କନ୍‌ସେପ୍ଟ ୨୦୨୩’ରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି । “ଏକ ଉତମ ଭବିଷ୍ୟତ ପାଇଁ କ୍ୱାଲିଟି କନ୍‌ସେପ୍ଟକୁ ସୁଦୃଢ଼ କରିବା” ବିଷୟବସ୍ତୁ ଉପରେ ଆୟୋଜିତ ଏହି ସମ୍ମିଳନୀରେ ଟିପିସିଓଡିଏଲ୍ ସମସ୍ତ ସ୍ୱର୍ଣ୍ଣ ବର୍ଗ ପୁରସ୍କାର ହାସଲ କରି କ୍ୟୁସିସି, କାଇଜେନ୍ ଓ କର୍ମକ୍ଷେତ୍ର ପରିଚାଳନାରେ ଉତ୍କର୍ଷ ପ୍ରଦର୍ଶନ କରିଛି ।
ଏହି ଉପଲବ୍ଧି ହାସଲ କରିବାରେ ଟିପିସିଓଡିଏଲ, ମେଂଟର, ବରିଷ୍ଠ ଟିମ୍ ଲିଡର ଓ ଉତ୍ସର୍ଗୀକୃତ ଟିମ୍ ସଦସ୍ୟଙ୍କ ସାମଗ୍ରିକ ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ଥିଲା ।
୧୦ଟି ପ୍ରକଳ୍ପ ଜରିଆରେ ଟିପିସିଓଡିଏଲ୍ ଏହି ସଫଳତା ହାସଲ କରିଛି ଯାହା ନିରନ୍ତର ଉନ୍ନତି ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଓଡ଼ିଶା ଖଣି ନିଗମ, ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍‌, ନାଲ୍‌କୋ, ବାଲ୍‌କୋ, ୟୁଏଆଇଏଲ୍‌, ଟାଟା ଷ୍ଟିଲ୍ ଲିମିଟେଡ୍‌, ଟାଟା କଂଜ୍ୟୁମର ପ୍ରଡକ୍ଟସ୍‌, ଟିପିଡବ୍ଲୁଓଡିଏଲ୍‌, ଟିପିଏନ୍‌ଓଡିଏଲ୍‌, ଟିପିଏସ୍‌ଓଡିଏଲ୍ ଓ ଆର୍‌ସିଏଫ୍ ମୁ୍‌ମ୍ବାଇ ଭଳି ପ୍ରମୁଖ ସଂସ୍ଥାର ୧୮୦ ପ୍ରକଳ୍ପ ଟିମ୍‌କୁ ନେଇ ଏକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଦୃଶ୍ୟପଟ୍ଟରେ ଟିପିସିଓଡିଏଲ୍ ସର୍ବୋଚ୍ଚ ସ୍ୱର୍ଣ୍ଣ ବର୍ଗ ପୁରସ୍କାର ହାସଲ କରି ଚମ୍ପିଆନ୍ ଭାବେ ଉଭା ହୋଇଛି ।
୨୦୨୧ରେ ବ୍ୟବସାୟ ଉତ୍କର୍ଷ ଦିଗରେ ଆରମ୍ଭ ହୋଇଥିବା ଯାତ୍ରାରେ ଟିପିସିଓଡିଏଲ୍ ନିରନ୍ତର ଉନ୍ନତିକୁ ଆଗକୁ ବଢ଼ାଇବାରେ ଅଗ୍ରଣୀ ହୋଇଥିବା ବେଳେ ପ୍ରୟାସ/ କାଇଜେନ୍‌, କ୍ୱାଲିଟି କଂଟ୍ରୋଲ୍ ସର୍କଲ୍‌, କର୍ମକ୍ଷେତ୍ର ପରିଚାଳନା (୫ଏସ୍ କନସେପ୍ଟ) ଓ ଉନ୍ନତ ପ୍ରକଳ୍ପ ଜରିଆରେ ଉତ୍କର୍ଷର ଏକ ସଂସ୍କୃତିକୁ ସମୃଦ୍ଧ କରୁଛି ।
୨୦୨୧-୨୨ ଆର୍ଥିକ ବର୍ଷରେ ଟିପିସିଓଡିଏଲ୍‌ର ଟିମ୍ କ୍ୟୁସିଏଫ୍‌ଆଇ, ସିଆଇଆଇ ଓ ଆଇଏସ୍‌ଜିଏଫ୍ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ, ଆଂଚଳିକ ସ୍ତରୀୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରି କ୍ୱାଲିଟି ସର୍କଲ୍ କାର୍ଯ୍ୟକ୍ରମଗୁଡ଼ିକରେ ସର୍ବାଧିକ ଅଂଶଗ୍ରହଣ କରିଛି ଏବଂ ଏକ ଉତ୍ସର୍ଗୀକୃତ ରିୱାର୍ଡ ଓ ସ୍ୱୀକୃତି ନୀତି ଜରିଆରେ କର୍ମଚାରୀଙ୍କ ଉଦ୍ୟମକୁ ମାନ୍ୟତା ପ୍ରଦାନ କରୁଛି ।
ଚାପ୍ଟର କନ୍‌ଭେନସନ୍ ଅନ୍ କ୍ୱାଲିଟି କନସେପ୍ଟ ୨୦୨୩ରେ ଟିପିସିଓଡିଏଲ୍‌ର ସମସ୍ତ ୧୦ ଟିମ୍ ସ୍ୱର୍ଣ୍ଣ ବର୍ଗ ପୁରସ୍କାର ହାସଲ କରିଥିବା ବେଳେ ସମ୍ମାନଜନକ ନ୍ୟାସନାଲ୍ କନ୍‌ଭେନ୍‌ସନ୍ ଅନ୍ କ୍ୱାଲିଟି କନ୍‌ସେପ୍ଟ (ଏନ୍‌ସିକ୍ୟୁସି) ପାଇଁ ଯୋଗ୍ୟ ବିବେଚିତ ହୋଇଛି ।
ଟିମ୍‌ଗୁଡ଼ିକର ଉଲ୍ଳେଖନୀୟ ପ୍ରଦର୍ଶନରେ ଗର୍ବିତ ମନେ କରିବା ସହ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “କ୍ୱାଲିଟି ଓ ଉତ୍କର୍ଷ ପ୍ରତି ଟିପିସିଓଡିଏଲ୍‌ର ଅତୁଟ ପ୍ରତିବଦ୍ଧତା ଏହି ସମ୍ମାନଗୁଡ଼ିକରେ ପ୍ରତିଫଳିତ ହୋଇଛି । ସଫଳତା ପାଇଁ ନିରନ୍ତର ଉନ୍ନତି ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହି ସମ୍ମାନଗୁଡ଼ିକ ଆମ କର୍ମଚାରୀମାନଙ୍କ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବର ପ୍ରମାଣ । ଆଗାମୀ କ୍ୱାଲିଟି କନ୍‌ସେପ୍ଟର ଜାତୀୟ ସମ୍ମିଳନୀରେ ଆମର ଦକ୍ଷତା ପ୍ରଦର୍ଶନ କରିବାକୁ ଆମେ ଚାହିରହିଛୁ ।’’
ଉତ୍କର୍ଷରେ ଉନ୍ନତିକୁ ଜାରି ରଖିବା ସହିତ ପ୍ରଭାବଶାଳୀ ଓ ଭରସାଯୋଗ୍ୟ ବିଦ୍ୟୁତ ବଂଟନର ଲକ୍ଷ୍ୟ ପ୍ରତି ଟିପିସିଓଡିଏଲ୍ ସଂକଳ୍ପବଦ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

three × 1 =