ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮,୧୦୨କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଳାଗିଛି କରୋନା । ଏନେଇ ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮ହଜାର ଟପି ୮,୧୦୨ରେ ପହଞ୍ଚିଛି । ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୬ହଜାର ୫୭୯ ରହିଛି । ଏହାସହ ୧,୪୧,୦୨୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧,୩୭,୪୪୮ ଆକ୍ଟିଭ କେସ୍ ରହିଛି ।
ଗତ ୨୪ଘଣ୍ଟାରେ ଦେଶରେ ୯,୯୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୭ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ୩,୪୩୮, ଗୁଜୁରାଟରେ ୧୩୪୭, ଦିଲ୍ଲୀରେ ୯୮୪, ମଧ୍ୟପ୍ରଦେଶରେ ୪୨୭, ପଶ୍ଚିମବଙ୍ଗରେ ୪୩୨, ତାମିଲନାଡ଼ୁରେ ୩୨୬, ଉତ୍ତରପ୍ରଦେଶରେ ୩୨୧ଜଣଙ୍କର ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

thirteen − 9 =