ଶପଥ ନେଲେ ସାବିତ୍ରୀ ରଥ

କଟକ() ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥ । ସକାଳ ୧୦.୩୦ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୁରୁଣା ହାଇକୋର୍ଟ ବିଲ୍ଡିଂର ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ହୋଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ସାବିତ୍ରୀ ରଥଙ୍କୁ ଶପଥ ପାଠ କରାଇଛନ୍ତି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଅଳ୍ପ ସଂଖ୍ୟକ ହାଇକୋର୍ଟ କର୍ମଚାରୀ ଓ ବିଚାରପତି ଯୋଗଦେଇଥିଲେ ।ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ୧୫ ଜଣ ବିଚାରପତି ଅଛନ୍ତି । ସାବିତ୍ରୀ ରଥ ଦାୟିତ୍ୱ ନେବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି ।

Share

Leave a Reply

Your email address will not be published. Required fields are marked *

20 − 8 =