ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆଉ ୧୦ ଦିନ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୧୦ ଦିନ ବାକି ଅଛି । ଏବେ ରଥ ମହାଖଳାରେ ରଥ କାମ ବି ଠିକଣା ଭାବେ ଜାରି ରହିଛି । ରଥର ସବୁଠାରୁ ସିଂହଭାଗ କାମ ହେଲା ଚକ ନିର୍ମାଣ । ଯାହା ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଚାରିଟି ଯାକ ଚକରେ ବଦଳିଆ, ପଇ ଓ ଅର ଲାଗି ସାରିଛି ।

 ଆଉ କେବଳ ବତା ବାଡିଆ ହେବା ସହ ଘୋଷ ବିନ୍ଧ ଓ ମଠା ହେବା କାମ ବାକି ଅଛି । ବରିଷ୍ଠ କାରିଗର ବଟକୃଷ୍ଣ ଓ ସୋମନାଥ ମହାରଣାଙ୍କ ସମେତ ପ୍ରାୟ ୭୦ ଜଣ ବଢେଇ ଏବଂ ଭୋଇ ସେବାୟତ ରଥ ନିର୍ମାଣ କାମରେ ନିୟୋଜିତ ଅଛନ୍ତି ।  ଆବଶ୍ୟକୀୟ କାଠ ବୁଧବାର ସୁଦ୍ଧା ପହଞ୍ଚିବ ବୋଲି ଆଶା କରାଯାଉଛି । ଏଥିପାଇଁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନ, ନୟାଗଡ଼ ଡିଏଫଓ ଓ ମନ୍ଦିର କାର୍ଯ୍ୟାଳୟ ସମସ୍ତ ପ୍ରକାରର ଚେଷ୍ଟା ଜାରି ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

two + ten =