ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍ ଦ୍ୱାରା ଗୁରୁତର ଅଙ୍ଗ ଅସ୍ତ୍ରୋପଚାର ସଫଳ

କଳିଙ୍ଗନଗର: ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ ଜୀବନ ପ୍ରତି ବିପଦ ଥିବା କୋଳିଆ ଗ୍ରାମର ଜଣେ ରୋଗୀଙ୍କୁ ଠିକ୍ ସମୟରେ ଜଟିଳ ଅଙ୍ଗ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ କରିଛି, ଯାହା କି ଏହି ଅଂଚଳରେ ପ୍ରଥମ । ଏକ ଦୁର୍ଘଟଣାରେ ଭୀମସେନ୍ ମହନ୍ତ ତାଙ୍କର ଉଭୟ ଗୋଡ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇ ପ୍ରବଳ ରକ୍ତ ନଷ୍ଟ ଓ ନାଡି ନଥିବା ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଥିଲେ ।

ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲର ଡାକ୍ତର ସୁଧାକର ଜେନାଙ୍କ ନେତୃତ୍ୱରେ ଡାକ୍ତରଖାନାର ଜରୁରୀକାଳୀନ ଟିମ୍ ରୋଗୀ ପହଂଚିବା ପରେ ତୁରନ୍ତ ତାଙ୍କୁ ସ୍ଥିର କରିଥିଲେ । ନଷ୍ଟ ହୋଇଥିବା ବାମ ଗୋଡକୁ ଆଣ୍ଠୁ ଉପରକୁ କାଟି ଭବିଷ୍ୟତରେ ପ୍ରୋସ୍ଥେସିସ୍ ଫିଟିଂ ପାଇଁ ଚିକିତ୍ସା କରିଥିଲେ । ଡାହାଣ ଅଙ୍ଗ, ଯାହାର ଏକାଧିକ ଫ୍ରାକ୍ଚର ଏବଂ ଟିସୁ ନଷ୍ଟ ହୋଇଥିଲା, ବାହ୍ୟ ଫିକ୍ସିସନ୍‌, ଭାସ୍କୁଲାର ଚିକିତ୍ସା ଏବଂ ଚର୍ମ ଗ୍ରାଫ୍ଟିଙ୍ଗ୍ ସହିତ ଚିକିତ୍ସା କରାଯାଇଥିଲା ।

ହସ୍ପିଟାଲ ପକ୍ଷରୁ ରୋଗୀଙ୍କୁ ମାନସିକ ସହାୟତା ଓ ନିଜସ୍ୱ ଷ୍ଟୋରେଜ୍ ୟୁନିଟ୍‌ରୁ ୧୦ ୟୁନିଟ୍ ରକ୍ତ ଯୋଗାଇ ଦିଆଯାଇଥିଲା ।

ଏହି ଉଲ୍ଲେଖନୀୟ ଘଟଣା ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲର ଜଟିଳ ଏବଂ ଏକାଧିକ ଅସ୍ତ୍ରୋପଚାର କରିବାର କ୍ଷମତାକୁ ଦର୍ଶାଉଛି ଯାହା ସାଧାରଣତଃ ଦେଶର କେବଳ ବଡ଼ ଡାକ୍ତରଖାନାରେ କରାଯାଏ । ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏହି ଅଂଚଳରେ ଏକ କ୍ରିଟିକାଲ୍ କେୟାର ହବ୍ ଭାବରେ ଉଭା ହୋଇଛି ।

Share

Leave a Reply

Your email address will not be published. Required fields are marked *

fifteen + four =