ପିଏମ୍ କେୟାର୍ସରୁ ଜାତୀୟ ବିପର୍ୟ୍ୟୟ ମୁକାବିଲା ଫଣ୍ଡକୁ ପାଣ୍ଠି ସ୍ଥାନାନ୍ତର ହୋଇପାରିବ ନାହିଁ

ନୂଆଦିଲ୍ଲୀ() ପିଏମ୍ କେୟାର୍ସରୁ ଜାତୀୟ ବିପର୍ୟ୍ୟୟ ମୁକାବିଲା ଫଣ୍ଡକୁ ପାଣ୍ଠି ସ୍ଥାନାନ୍ତର ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି ଯେ, ପିଏମ୍ କେୟାର୍ସରେ ଥିବା ଅର୍ଥକୁ ଜାତୀୟ ବିପର୍ୟ୍ୟୟ ମୁକାବିଲା ପାଣ୍ଠିରେ ଜମା କିମ୍ବା ସ୍ଥାନ୍ତାନ୍ତର କରାଯାଇପାରିବ ନାହିଁ ।
ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, କେହି ସ୍ୱେଚ୍ଛାକୃତ ଭାବରେ ବିପର୍ୟ୍ୟୟ ମୁକାବିଲା ପାଣ୍ଠିକୁ ଦାନ କରିପାରିବେ ତେଣୁ ନୂତନ ବିପର୍ୟ୍ୟୟ ପ୍ରଶମନ ଯୋଜନାର କୌଣସି ଆବଶ୍ୟକତା ନାହିଁ । ଜାତୀୟ ବିପର୍ୟ୍ୟୟ ମୁକାବିଲା ପାଣ୍ଠି ବିପର୍ୟ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ସୃଷ୍ଟି ହୋଇଥିବା ଏକ ବିଧି ବ୍ୟବସ୍ଥା । ତେବେ ସୁପ୍ରିମକୋର୍ଟ ଏହି ଜନସ୍ୱାର୍ଥ ଆବେଦନ ଉପରେ ସମସ୍ତ ପକ୍ଷରୁ ଯୁକ୍ତି ଶୁଣିବା ପରେ ଜୁଲାଇ ୨୭ରେ ଆଦେଶ ସଂରକ୍ଷିତ ରଖିଥିଲେ । ଏହା ପୂର୍ବରୁ କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରିଥିଲେ ଯେ, ପିଏମ୍ କେୟାର୍ସ ପାଣ୍ଠିରେ ସଂଗୃହୀତ ଅର୍ଥ ଏନଡିଆର୍ଏଫ୍କୁ ସ୍ଥାନାନ୍ତର କରିବା ସମ୍ଭବ ନୁହେଁ, କାରଣ ପୃଥକ ବ୍ୟବସ୍ଥା ଅନୁଯାୟୀ ଉଭୟ ପାଣ୍ଠି ସୃଷ୍ଟି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

5 × 3 =