ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ପୁନର୍ବାସ ପରିବାରର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କଳିଙ୍ଗନଗର: ଓଡ଼ିଶାର ଯାଜପୁର ଜିଲ୍ଲା ଅଧିନସ୍ଥ ଡୁବୁରିର ଗୋବରଘାଟି କଲୋନିର ଗୋଷ୍ଠୀ କେନ୍ଦ୍ରରେ ମଙ୍ଗଳବାର ଆୟୋଜିତ ଏକ ସମାରୋହରେ ଟାଟା ଷ୍ଟିଲ୍ ପକ୍ଷରୁ ସଫଳତାର ସହ ମ୍ୟାଟ୍ରି୍‌କ୍ ଓ ଯୁକ୍ତ ଦୁଇ (ମାଧ୍ୟମିକ) ପାସ୍ କରିଥିବା ୬୦ ଜଣ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଟାଟା ଷ୍ଟିଲ୍ କଳିଙ୍ଗନଗରର ପୁନର୍ବାସ ଓ ଥଇଥାନ (ଆର୍‌ଆଣ୍ଡ୍‌ଆର୍‌) ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋବରଘାଟି, ସନ୍‌ସାଇଲୋ ଓ ତ୍ରିଜଙ୍ଗାର ଟାଟା ଷ୍ଟିଲ୍ ବିସ୍ଥାପିତ ପରିବାରର ୬୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଶିଳ୍ପରେ କାର୍ଯ୍ୟ କରିବା ଲାଗି ପ୍ରସ୍ତୁତ ହେବା ନିମନ୍ତେ ଉପଲବ୍ଧ ଥିବା କ୍ୟାରିୟର ସୁଯୋଗ ଓ ବିଭିନ୍ନ ବୈଷୟିକ ପାଠ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ସେଂଟ୍ରାଲ୍ ଟୁଲ୍ ରୁମ୍ ଓ ଟ୍ରେନିଂ ସେଂଟର (ସିଟିଟିସି), ଭୁବେନେଶ୍ୱର ପକ୍ଷରୁ ଏହି ଅବସରରେ ଏକ କ୍ୟାରିୟର କାଉନ୍‌ସେଲିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଟାଟା ଷ୍ଟିଲ୍ କଳିଙ୍ଗନଗର ଶ୍ରମିକ ସଂଘର ସଭାପତି ରବିନ୍ଦ୍ର କୁମାର ଜାମୁଦା, ଟାଟା ଷ୍ଟିଲ୍ କଳିଙ୍ଗନଗରର ଆର୍‌ଆଣ୍ଡ୍‌ଆର୍ ବିଭାଗର ମୁଖ୍ୟ ସୁବ୍ରତ ମହାପାତ୍ର, ସିଟିଟିସି କଳିଙ୍ଗନଗର ଏକ୍ସଟେନ୍‌ସନ୍ ସେଂଟରର ଟ୍ରେନିଂ ଇନ୍‌ଚାର୍ଜ ଶ୍ରୀକାନ୍ତ କୁମାର ପତି ଓ ବିରେନ ଜାମୁଦା, ତ୍ରିଲୋଚନ ମହନ୍ତ, ସୁରେଶ ଚନ୍ଦ୍ର ହାଇବ୍ରୁ, ଧ୍ରୁବ ଚରଣ ମହନ୍ତ, ଲାଲ ମୋହନ ସୋୟ, ବିନୋଦ ହେମ୍ବ୍ରମଙ୍କ ସମେତ ଗୋଷ୍ଠୀର ଅନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ ଯୁବପିଢ଼ିଙ୍କ ନିଯୁକ୍ତି ହାସଲ କ୍ଷମତାରେ ଉନ୍ନତି ଆଣିବା ଲାଗି ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ପାଠ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସିଟିଟିସି କଳିଙ୍ଗନଗର ଏକ୍ସଟେନ୍‌ସନ୍ ସେଂଟରର ଟ୍ରେନିଂ ଇନ୍‌ଚାର୍ଜ ଶ୍ରୀକାନ୍ତ କୁମାର ପତି ଅବଗତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

three × 5 =