ଟିଭିଏସ୍ ମୋଟର କଂପାନି ପକ୍ଷରୁ ଓଡ଼ିଶାରେ ଟିଭିଏସ୍ ଆଇକ୍ୟୁବ୍ ସ୍କୁଟରର ମୂଲ୍ୟ ପାଇଁ ସ୍ୱତନ୍ତ୍ର ଅଭିଯାନ ଉନ୍ମୋଚିତ

ଭୁବନେଶ୍ୱର: ବିଶ୍ୱସ୍ତରୀୟ ଦୁଇ ଚକିଆ ଓ ତିନି ଚକିଆ ଯାନ ନିର୍ମାତା ଟିଭିଏସ୍ ମୋଟର କଂପାନି ସଷ୍ଟେନେବଲ ଫ୍ୟୁଚର ମୋବିଲିଟି ସଲ୍ୟୁସନ୍ସ ପ୍ରତି ଏହାର ପ୍ରତିବଦ୍ଧତା ପ୍ରଦର୍ଶନ ଜାରି ରଖିଛି । ଇଲେକ୍ଟ୍ରିକ୍ ଗମନାଗମନର ପ୍ରସାର ଲାଗି ଭାରତ ସରକାରଙ୍କ ରହିଥିବା ଲକ୍ଷ୍ୟ ଓ ଇଲେକ୍ଟ୍ରିକ୍ ଗମନାଗମନର ଦ୍ରୁତ ଗ୍ରହଣୀୟତା ଓ ଦେଶରେ ଇଲେକ୍ଟ୍ରିକ୍ ଯାନ ବ୍ୟବସ୍ଥାର ବିକାଶ ଅଭିଯାନକୁ ସମର୍ଥନ ଲାଗି ଟିଭିଏସ୍ ମୋଟରର ଏହା ହେଉଛି ଏକ ଉଦ୍ୟମ ।
ଟିଭିଏସ୍ ମୋଟର କଂପାନିର ବରିଷ୍ଠ ଉପସଭାପତି-ଇଲେକ୍ଟ୍ରିକ୍ ଯାନ ମନୁ ସକ୍ସେନା କହିଛନ୍ତି ଯେ, “ଦେଶରେ ଇଭି ରୂପାନ୍ତରଣ ନେତୃତ୍ୱ ନେଉଛି ଟିଭିଏସ୍ ମୋଟର । ଇଲେକ୍ଟ୍ରିଫିକେସନ ଯାତ୍ରା ଅନୁସାରେ ଗତ ଆର୍ଥିକ ବର୍ଷରେ ଟିଭିଏସ୍ ଆଇକ୍ୟୁବ୍‌ର ବିକ୍ରି ରେକର୍ଡ ୧,୦୦,୦୦୦ ମାଇଲଖୁଂଟ ହାସଲ କରିଛି ଯାହା ହେଉଛି ଏହାର ଖୁସିର ଗ୍ରାହକଙ୍କ ଦୃଢ଼ ଗୋଷ୍ଠୀ ପ୍ରତି ପ୍ରତୀକ ।’’
ଫେମ୍‌-୨ ସବ୍‌ସିଡିରେ ସଂଶୋଧନ ହେବା ପରେ ଗ୍ରାହକମାନଙ୍କ ଉପରେ ରହିଥିବା ଚାପକୁ କମ୍ କରିବା ଲାଗି ସୀମିତ ସମୟ ପାଇଁ ୨୦୨୩ ମେ’ ୨୦ ପର୍ଯ୍ୟନ୍ତ ଯେଉଁମାନେ ଟିିଭିଏସ୍ ଆଇକ୍ୟୁବ୍‌ର ବୁକିଂ କରିଛନ୍ତି ସେମାନଙ୍କୁ କଂପାନି ଏକ ଲୟାଲ୍‌ଟି ଲାଭ ପ୍ରୋଗ୍ରାମ ପ୍ରଦାନ କରିବ । ୨୦୨୩ ଜୁନ୍ ୧ରୁ ଶୁଭାରମ୍ଭ ହେଉଥିବା ଗାଡ଼ି ବୁକିଂରେ ଫେମ୍‌-୨ ସଂଶୋଧନର ପୂର୍ଣ୍ଣ ଭାରକୁ ନୂଆ ମୂଲ୍ୟରେ ବହନ କରିବାକୁ ପଡ଼ିବନି । ଫେମ୍‌-୨ରେ ସଂଶୋଧନ ହେବା ପରେ ଟିଭିଏସ୍ ଆଇକ୍ୟୁବ୍‌ର ବିଭିନ୍ନ ଭାରିଆଂଟ୍ ମୂଲ୍ୟରେ ୧୭,୦୦୦-୨୨,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ । ମେ’ ୨୦ ପୂର୍ବରୁ ଗାଡ଼ି ବୁକିଂ କରିଥିବା ଗ୍ରାହକମାନଙ୍କୁ କଂପାନି ସ୍ୱତନ୍ତ୍ର ଲୟାଲ୍‌ଟି ସୁବିଧା ପ୍ରଦାନ କରିବ ।
୨୦୨୩ ମେ’ ୨୦ ପର୍ଯ୍ୟନ୍ତ ବୁକିଂ କରିବାକୁ ଥିବା ଗ୍ରାହକମାନଙ୍କ ଲାଗି ଟିଭିଏସ୍ ଆଇକ୍ୟୁବ୍‌ର ଅନ୍‌-ରୋଡ୍ (ଭୁବନେଶ୍ୱର) ମୂଲ୍ୟ ୧,୧୬,୭୮୨ ଟଙ୍କା ଓ ଆଇକ୍ୟୁବ୍ ଏସ୍‌ର ମୂଲ୍ୟ ୧,୨୯,୪୪୮ ଟଙ୍କା ରଖାଯାଇଛି । ସେହିପରି, ୨୦୨୩ ମେ’ ୨୧ ପରେ ବୁକିଂ କରିବାକୁ ଥିବା ଗ୍ରାହକମାନଙ୍କ ପାଇଁ ଟିଭିଏସ୍ ଆଇକ୍ୟୁବ୍‌ର ଅନ୍‌-ରୋଡ୍ (ଭୁବନେଶ୍ୱର) ମୂଲ୍ୟ ୧,୨୩,୭୮୨ ଟଙ୍କା ଓ ଆଇକ୍ୟୁବ୍ ଏସ୍‌ର ମୂଲ୍ୟ ୧,୩୮,୮୮୮ ଟଙ୍କା ରହିଛି ।
ଟିଭିଏସ୍ ପକ୍ଷରୁ ଟିଭିଏସ୍ ଆଇକ୍ୟୁବ୍‌ରେ ତିନିଟି ମୂଳ ତତ୍ୱକୁ ସାମିଲ କରାଯାଇଛି ଯାହା ହେଉଛି ପସନ୍ଦର ଶକ୍ତି, ମାନସିକ ଶାନ୍ତିି ଓ ପରିଚାଳନାରେ ସହଜତା । ବର୍ତମାନ, ସାରା ଭାରତର ୧୪୦ ସହରରେ ଏହି ସ୍କୁଟର ଉପଲବ୍ଧ ହେଉଛି ।

Share

Leave a Reply

Your email address will not be published. Required fields are marked *

five × one =