ଟାଟା ଷ୍ଟିଲ୍ ଇଣ୍ଡିଆର ଟିକସ ପରବର୍ତୀ ଲାଭ ୪୪୨୯ କୋଟି ଟଙ୍କା

ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଏବଂ ୯ ମାସର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଟାଟା ଷ୍ଟିଲ୍‌ର ଟିକସ ପରବର୍ତୀ ଲାଭ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକର ୧୭୮୬ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୩-୨୪ର ତୃତୀୟ ତ୍ରୈମାସିକରେ ୪୪୨୯ କୋଟି ଟଙ୍କା ହୋଇଛି । ଏହି ସମୟରେ ଟାଟା ଷ୍ଟିଲ୍‌ର ଭାରତ ରାଜସ୍ୱ ପରିମାଣ ୨୦୨୨-୨୩ରେ ଥିବା ୩୪,୦୫୯ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୩-୨୪ ତୃତୀୟ ତ୍ରୈମାସିକରେ ୩୫,୦୧୧ କୋଟି ଟଙ୍କା ହୋଇଛି ।
ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ କଂପାନିର ଟିକସ ପରବର୍ତୀ ଲାଭ ୫୨୨ କୋଟି ଟଙ୍କା ହୋଇଥିବା ବେଳେ ସମନ୍ୱିତ ରାଜସ୍ୱ ପରିମାଣ ୫୫,୩୧୨ କୋଟି ଟଙ୍କା ହୋଇଛି । ଏହି ସମୟରେ ଇବିଆଇଟିିଡିଏ ୪୭ ପ୍ରତିଶତ ବୃଦ୍ଧି ପାଇ ୬୩୩୪ କୋଟି ଟଙ୍କା ହୋଇଛି ଏବଂ ଇବିଆଇଟିଡିଏ ମାର୍ଜିନ୍ ୧୧% ରହିଛି ।
କଂପାନିର ବ୍ରିଟେନ୍ ରାଜସ୍ୱ ୬୦୩ ନିୟୁତ ପାଉଣ୍ଡ୍ ଥିବା ବେଳେ ନେଦରଲାଣ୍ଡ୍ ରାଜସ୍ୱ ପରିମାଣ ୧୨୩୯ ନିୟୁତ ପାଉଣ୍ଡ ରହିଛି ।
ଏହି ଅବସରରେ ଟାଟା ଷ୍ଟିଲ୍‌ର ସିଇଓ ଓ ଏମ୍‌ଡି ଟି ଭି ନରେନ୍ଦ୍ରନ୍ କହିଛନ୍ତି ଯେ, “ତ୍ରୈମାସିକ ଭିତିରେ ଅଧିକ ଡେଲିଭରି ଓ ରିଅଲାଇଜେସନ ଯୋଗୁଁ ଟାଟା ଷ୍ଟିଲ୍ ଇଣ୍ଡିଆର ମାର୍ଜିନ୍‌ରେ ଉନ୍ନତି ଆସିଛି । ଏହି ସମୟରେ ଦେଶରେ ଡେଲିଭରି ପରିମାଣ ୪.୭୮ ନିୟୁତ ଟନ୍ ରହିଥିଲା । ତ୍ରୈମାସିକ ଭିତିରେ ସେଥିରେ ୩ ପ୍ରତିଶତ ଓ ବର୍ଷକୁ ବର୍ଷ ଭିତିରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି । ଚଳିତ ଆର୍ôଥକ ବର୍ଷରେ ବିଭିନ୍ନ ତ୍ରୈମାସିକରେ ଅଶୋଧିତ ଇସ୍ପାତ ଉତ୍ପାଦନ ପାଖାପାଖି ୫ ନିୟୁତ ଟନ୍ ହୋଇଥିବାରୁ ଭାରତରେ ଡେଲିଭରିରେ କ୍ରମାଗତ ଅଭିବୃଦ୍ଧି ଘଟିଛି । ମୁଁ ଖୁସିର ସହ କହିବାକୁ ଚାହୁଁଛି ଯେ ଟାଟା ଷ୍ଟିଲ ମେରାମଣ୍ଡଳୀ ଏବଂ ଟାଟା ଷ୍ଟିଲ କଳିଙ୍ଗନଗର କାର୍ଯ୍ୟକ୍ଷେତ୍ର ରେସ୍‌ପନ୍‌ସିବଲ୍ ଷ୍ଟିଲ୍ ସାର୍ଟିଫିକେସନ ହାସଲ କରିଛନ୍ତି ଏବଂ ଜାମସେଦପୁର ସମେତ ଭାରତରେ ଆମର ତିନୋଟି ସାର୍ଟିଫାଏଡ୍ କାର୍ଯ୍ୟକ୍ଷେତ୍ର ରହିଛି ।
ଆର୍ôଥକ ବର୍ଷର ପ୍ରଥମ ୯ ମାସରେ ସମନ୍ୱିତ ରାଜସ୍ୱ ୧,୭୦,୪୮୩ କୋଟି ଟଙ୍କା ଥିଲା । ଆର୍ôଥକ ବର୍ଷର ପ୍ରଥମ ୯ ମାସରେ ଟାଟା ଷ୍ଟିଲ୍ ୧୬,୭୭୧ କୋଟି ଟଙ୍କାର ସମନ୍ୱିତ ଇବିଆଇଟିଡିଏ ହାସଲ କରିଛି ।
ଏହି ତ୍ରୈମାସିକରେ କଂପାନି ପୁଞ୍ଜି ବ୍ୟୟ ବାବଦରେ ୪,୭୧୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଚଳିତ ଆର୍ôଥକ ବର୍ଷରେ ୧୩,୩୫୭ କୋଟି ଟଙ୍କା ଖର୍ଚ୍ଚ କରିଛି । କଳିଙ୍ଗନଗରରେ ୫ ଏମ୍‌ଟିପିଏ ସମ୍ପ୍ରସାରଣ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହୋଇଛି ।
ଟାଟା ଷ୍ଟିଲ୍‌ର ଇଡି ଆଣ୍ଡ୍ ସିଏଫ୍‌ଓ କୌଶିକ ଚାଟାର୍ଜୀ କହିଛନ୍ତି ଯେ, “ଏହି ତ୍ରୈମାସିକରେ ଟାଟା ଷ୍ଟିଲର ସମନ୍ୱିତ ରାଜସ୍ୱ ୫୫,୩୧୨ କୋଟି ଟଙ୍କା ଏବଂ ଇବିଆଇଟିଡିଏ ୬,୩୩୪ କୋଟି ଟଙ୍କା ରହିଛି । ଭାରତ ଇବିଆଇଟିଡିଏ ୮,୩୦୨ କୋଟି ଟଙ୍କା ଥିଲା । ଭାରତରେ କାରବାରରୁ ନଗଦ ପ୍ରବାହ ଦ୍ରୁତ ଗତିରେ ବୃଦ୍ଧି ପାଇ ୯,୦୧୬ କୋଟି ଟଙ୍କାରେ ପହଂଚିଛି । ଟିନ୍‌ପ୍ଲେଟ୍‌୍ କମ୍ପାନି ଅଫ୍ ଇଣ୍ଡିଆ ଏବଂ ଟାଟା ମେଟାଲିକ୍ସର ଟାଟା ଷ୍ଟିଲରେ ମିଶ୍ରଣ ଶେଷ କରି ଆମେ ଭାରତରେ ଆମର ଉପସ୍ଥିତିକୁ ସରଳ କରିବା ପାଇଁ ଯୋଜନା କରିଛୁ ।’’

Share

Leave a Reply

Your email address will not be published. Required fields are marked *

eighteen − 16 =