Business

ବିଶ୍ୱ ଟାୟାର ଶିଳ୍ପର ପ୍ରଥମ କଂପାନି ଭାବେ ଡେମିଂ ଗ୍ରାଣ୍ଡ୍ ପୁରସ୍କାର ହାସଲ ସହ ଇତିହାସ ରଚିଲା ସିଏଟ୍‌

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟାୟାର ନିର୍ମାତା ସିଏଟ୍‌କୁ ବିଶ୍ୱର ପ୍ରଥମ ଟାୟାର ବ୍ରାଣ୍ଡ୍ ଭାବେ ୨୦୨୩ର ଏକ ବିରଳ ସମ୍ମାନ ସ୍ୱରୂପ ସମ୍ମାନଜନକ ଡେମିଂ ଗ୍ରାଣ୍ଡ୍ ପୁରସ୍କାର ପ୍ରଦାନ କରାଯାଇଛି ।
ତିନି ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଟୋଟାଲ କ୍ୱାଲିଟି ମ୍ୟାନେଜମେଂଟ୍ (ଟିକ୍ୟୁଏମ୍‌)ରେ ସ୍ଥାୟିତ୍ୱ ଓ ଉନ୍ନତି ହାସଲ କରିବାରେ ସଫଳ ହୋଇଥିବା ସଂସ୍ଥାଗୁଡ଼ିକୁ ଡେମିଂ ଗ୍ରାଣ୍ଡ୍ ପୁରସ୍କାର ପ୍ରଦାନ କରାଯାଇଥାଏ । ସିଏଟ୍ ଟାୟାର ଦୀର୍ଘ ୧୫ରୁ ଅଧିକ ବର୍ଷ ଧରି ଟିକ୍ୟୁଏମ୍ ଯାତ୍ରାରେ ରହିଛି ଏବଂ ୨୦୧୭ରେ ଜାପାନ ବାହାରର ପ୍ରଥମ କଂପାନି ଭାବେ ଏହା ସମ୍ମାନଜନକ ଡେମିଂ ପୁରସ୍କାର ଜିତିଥିଲା ।
ଡେମିଂ ଗ୍ରାଣ୍ଡ୍ ପୁରସ୍କାରକୁ ୧୯୬୯ରେ ସ୍ଥାପନ କରାଯାଇଥିଲା ଏବଂ ଟୋଟାଲ କ୍ୱାଲିଟି ମ୍ୟାନେଜମେଂଟ୍ (ଟିକ୍ୟୁଏମ୍‌)ରେ ଉତ୍କର୍ଷ ହାସଲ କରୁଥିବା ସଂସ୍ଥାଗୁଡ଼ିକୁ ୟୁନିୟନ୍ ଅଫ୍ ଜାପାନିଜ୍ ସାଇଂଟିଷ୍‌ଟ୍ ଆଣ୍ଡ୍ ଇଞ୍ଜିନିୟର୍ସ (ଜେୟୁଏସ୍‌ଇ) ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଚଳିତ ବର୍ଷ ୩୩ଟି କଂପାନିକୁ ଏହି ପୁରସ୍କାର ମିଳିଥିବା ବେଳେ ସିଏଟ୍ ହେଉଛି ସେଥିରେ ଏକମାତ୍ର ଟାୟାର ବ୍ରାଣ୍ଡ୍ ।
ଏ ସମ୍ପର୍କରେ ସିଏଟ୍ ଲିମିଟେଡ୍‌ର ଉପାଧ୍ୟକ୍ଷ ଶ୍ରୀ ଅନନ୍ତ ଗୋଏଙ୍କା କହିଛନ୍ତି ଯେ, “ଡେମିଂ ଗ୍ରାଣ୍ଡ୍ ପୁରସ୍କାର ହାସଲ କରି ଆମେ ଅତ୍ୟନ୍ତ ଗର୍ବିତ । ଉତ୍କର୍ଷ ପ୍ରତି ଆମ ଅତୁଟ ପ୍ରତିବଦ୍ଧତାକୁ ଏହି ସମ୍ମାନ ଜଣାଉଛି । ଆମର ମୂଲ୍ୟବାନ ଭେଣ୍ଡର ଓ ସହଯୋଗୀଙ୍କ ସହଯୋଗ ପାଇଁ ଆମେ କୃତଜ୍ଞ । ଏହି ସମ୍ମାନ ଆମକୁ ବିଶ୍ୱବ୍ୟାପୀ ଟାୟାର ନିର୍ମାଣ ଶିଳ୍ପରେ ଆଗରେ ରହି ଗୁଣାତ୍ମକ ମାନ ଓ ଗ୍ରାହକ ସନ୍ତୁଷ୍ଟି ଉପରେ ଗୁରୁତ୍ୱାରୋପ କରିବାକୁ ଅନୁପ୍ରାଣିତ କରୁଛି ।”
ସିଏଟ୍ ଲିମିଟେଡ୍‌ର ଏମ୍‌ଡି ଓ ସିଇଓ ଶ୍ରୀ ଅର୍ନବ ବାନାର୍ଜୀ କହିଛନ୍ତି ଯେ,“ଏହି ସଫଳତାକୁ ନେଇ ଆମେ ବେଶ ଉତ୍ସାହିତ । ଏହି ପୁରସ୍କାର ଆମର ଦୃଢ଼ ବ୍ୟବସାୟ ବ୍ୟବସ୍ଥା ଓ ପ୍ରକ୍ର୍ରିୟାକୁ ପ୍ରତିଫଳିତ କରୁଛି ଯେଉଁଥିପାଇଁ ଏକ ଅତ୍ୟଧିକ ଭରସାଯୋଗ୍ୟ ଉତ୍ପାଦ ଓ ସେବା ପ୍ରଦାନକୁ ପ୍ରତି ଥର ସୁନିଶ୍ଚିତ କରାଯାଇପାରୁଛି । ସମସ୍ତ କର୍ମଚାରୀ ଓ ଅଂଶୀଦାରଙ୍କ ସଂପୃକ୍ତିରେ ଏହା ସମ୍ଭବ ହୋଇଛି ଯାହା ଏହାକୁ ଏକ ବାସ୍ତବ ସହଯୋଗିତା ଭିତିକ ମଡେଲ୍‌ରେ ପରିଣତ କରିଛି । ଆମର ବିଶ୍ୱାସ ରହିଛି ଯେ ସିଏଟ୍‌ର ଗ୍ରାହକ କୈନ୍ଦ୍ରୀକ ଦର୍ଷନ ଏବଂ ଉତ୍କୃଷ୍ଟ ଗୁଣାତ୍ମକ ମାନ ଆମକୁ ଏହି ସମ୍ମାନ ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।”

Share

Leave a Reply

Your email address will not be published. Required fields are marked *

sixteen − five =