ମଦୁଆ ପୁଅର ଉନ୍ମୁକ୍ତ କାଣ୍ଡ, ବାପାକୁ ହାଣିଦେଲା

ବାଲେଶ୍ୱର: ମଦ ନିଶାରେ ବାପାକୁ ହାଣିଲା ପୁଅ । ଅଭିଯୁକ୍ତ ପୁଅର ଗୋଡ ହାତ ବାନ୍ଧି ପୋଲିସକୁ ଖବର ଦେଲେ ଗାଁଲୋକ । ଗତକାଲି ରାତିରେ ପୁଅ ଶ୍ରୀକାନ୍ତ ନାଇକି ମଦ ପିଇ ଘରକୁ ଆସି ବାପା ସହ ପାଟିତୁଣ୍ଡ କରି ଏଭଳି ଘଟଣା ଘଟାଇଥିବା ଗାଁଲୋକ କହିଛନ୍ତି । ଘଟଣାକୁ ଅନେକ ସମୟ ବିତି ଥିଲେ ମଧ୍ୟ ଗାଁରେ ଏପର‌୍ୟ୍ୟନ୍ତ ପହଂଚି ପାରି ନାହିଁ ପୋଲିସ ।

ଅନାମ ନାୟକଙ୍କ ପୁଅ ହେଉଛି ଶ୍ରୀକାନ୍ତ । ବାର୍ଦ୍ଧକ୍ୟ ଭତ୍ତା ପାଇଥିଲେ ଅନାମ । ଶ୍ରୀକାନ୍ତ ତାଙ୍କୁ ଏହି ଟଙ୍କା ମାଗିଥିଲା । ପୁଅକୁ ଟଙ୍କା ଦେଇ ନଥିଲେ ଅନାମ । ଏହି ରାଗରେ ନିଶାରେ ଘରକୁ ଆସି ବାପାକୁ ହାଣି ଦେଇଥିଲା ଶ୍ରୀକାନ୍ତ । ତେବେ ଗାଁ ଲୋକେ ଅଭିଯୁକ୍ତର ହାତଗୋଡ଼ ବାନ୍ଧି ପକାଇଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଅଭିଯୁକ୍ତକୁ ଗିରଫ କରିଛି ।

Share

Leave a Reply

Your email address will not be published. Required fields are marked *

three × 3 =