ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା ଟିମ୍ ପକ୍ଷରୁ ମେରାମଣ୍ଡଳୀରେ “ମନ୍ଥନ ଯାତ୍ରା’ ଆୟୋଜିତ

ନରେନ୍ଦ୍ରପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଏହାର ରିସ୍ତା (ରିଜିଓନାଲ୍ ଇନିସିଏଟିଭ୍ ଫୋର ଶେଫ୍ ସେକ୍ସ ହେଲଥ୍ ବାଇ ଆଡୋଲସେଣ୍ଟ)ଟିମ୍ ଜରିଆରେ ଓଡାପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ‘ମନ୍ଥନ ଯାତ୍ରା’ ଶୀର୍ଷକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମ୍ପ୍ରଦାୟ ମଧ୍ୟରେ ଯୌନ ସ୍ୱାସ୍ଥ୍ୟ, ସବୁଜ କୌଶଳ, ସୋସିଆଲ ମିଡିଆ ଏବଂ ବାଲ୍ୟ ବିବାହ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରିବା ଏବଂ ଆଲୋଚନା ଆରମ୍ଭ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ଥିଲା ।

ଏହି କାର୍ଯ୍ୟକ୍ରମରରେ ଓଡାପଡ଼ା ବ୍ଲକର ପ୍ରାୟ ୯୦ ଜଣ ଯୁବପିଢ଼ିଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ଯାହା ଏହି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଆହ୍ୱାନର ମୁକାବିଲା ପାଇଁ ଜନସାଧାରଣଙ୍କ ଆଗ୍ରହ ଓ ସକ୍ରିୟ ଅଂଶଗ୍ରହଣକୁ ପ୍ରତିଫଳିତ କରୁଛି । ବ୍ୟଙ୍ଗାତ୍ମକ ନାଟକ, ଫୋକସ୍ ଗ୍ରୁପ୍ ଆଲୋଚନା ଏବଂ ବିଷୟଗତ ନୃତ୍ୟ ଭଳି ଅଭିନବ ଉପାଦାନକୁ ବ୍ୟବହାର କରି ଏହି କାର୍ଯ୍ୟକ୍ରମର ମୁକ୍ତ ଆଲୋଚନା ପାଇଁ ଏକ ଉତ୍ତମ ପ୍ଲାଟଫର୍ମ ପ୍ରଦାନ କରିଥିଲା ।
କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଢେଙ୍କାନାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଅନୁରାଧା ଗୋସ୍ୱାମୀ ଯୋଗଦେଇ ଆଜିର ଯୁବପିଢ଼ିଙ୍କୁ ପ୍ରଭାବିତ କରୁଥିବା ଜଟିଳ ସମସ୍ୟାର ସମାଧାନ ଦିଗରେ ‘ମନ୍ଥନ ଯାତ୍ରା’ ଭଳି ପଦକ୍ଷେପର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ଢେଙ୍କାନାଳ ସିଡିପିଓ ଅନୁରାଧା ଗୋସ୍ୱାମୀ ଏବଂ ଟିଏସ୍‌ଏଫ୍‌ର ଜନସ୍ୱାସ୍ଥ୍ୟ ପରିଚାଳିକା ଗାୟତ୍ରୀ ନାୟକ ଯୁବପିଢ଼ିଙ୍କ ସହ ପ୍ରେରଣାଦାୟକ ବାର୍ତା ପ୍ରଦାନ କରିବା ସହ ସାମାଜିକ ପ୍ରସଙ୍ଗଗୁଡ଼ିକ ଉପରେ ସୂଚନା ଆଧାରିତ ନିଷ୍ପତିର ଗୁରୁତ୍ୱ ଉପରେ କହିଥଲେ । ଟିଏସଏଫର କ୍ଷେତ୍ର ସ୍ୱାସ୍ଥ୍ୟ ସଂଯୋଜକ ବିନିତା ଟପ୍ପୋ, ସୁବାସ ବେହେରା, କବିତା ଧଳ (ବିଓ) କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

one × 5 =