୧୯୪୩ ଲୋକଙ୍କ ପିଛା ଜଣେ ଡାକ୍ତର

ଭୁବନେଶ୍ୱର: ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତର ରଖି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତେବେ ରାଜ୍ୟର ଲୋକସଂଖ୍ୟା ଦୃଷ୍ଟିରୁ ୧୯୪୩ ଲୋକଙ୍କ ପିଛା ଜଣେ ଡାକ୍ତର ଥିବା ଏହି ଲିଖିତ ଉତ୍ତରରେ କୁହାଯାଇଛି । ତେବେ ନିୟମ ଅନୁସାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜଣେ ଲେଖାଏଁ ଡାକ୍ତର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୮ଜଣ କରି ଡାକ୍ତର ରହିବା କଥା ।ଇଣ୍ଡିଆନ ପବ୍ଲିକ ହେଲଥ ଷ୍ଟାଣ୍ଡାର୍ଡ ଅନୁସାରେ ମୋଟ୍ ୬ ହଜାର ୩୧୫ ଏଲୋପାଥିକ ଡାକ୍ତର ଆବଶ୍ୟକ ଥିବାବେଳେ ବର୍ତମାନ ୭ ହଜାର ୨୪ ଜଣ ଡାକ୍ତର କାର୍ଯ୍ୟରତ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ସେହିପରି ଗୃହରେ କୋଭିଡ ଖର୍ଚ୍ଚ ହିସାବ ଦେଇଛନ୍ତି ସରକାର । ଏଥିରେ କୁହାଯାଇଛି ରାଜ୍ୟର ମୋଟ୍ ୩୩ଟି ଘରୋଇ ହସ୍ପିଟାଲ ମୋଟ୍ ୪୭୯ କୋଟି ୯୦ ଲକ୍ଷ ୪୪ ହଜାର ୮୯୩ ଟଙ୍କା ଦାବି କରିଛନ୍ତି । ତେବେ ସରକାର ୩୪୪ କୋଟି ୫୫ ଲକ୍ଷ ୫୪ ହଜାର ଟଙ୍କା ପ୍ରଦାନ କରିଛନ୍ତି ।ସେହିପରି କଟକ ମହାନଗର ନିଗମର କୋଭିଡ ଖର୍ଚ୍ଚ ନେଇ ମଧ୍ୟ ବିଧାନସଭାରେ ତଥ୍ୟ ଦିଆଯାଇଛି । କଂଗ୍ରେସ ବିଧାୟକ ମହମଦ ମୋକ୍କିମଙ୍କ ଏକ ପ୍ରଶ୍ନର ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି- କଟକ ମହାନଗରରେ କୋଭିଡ ଆକ୍ରାନ୍ତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ପିଛା ୧୬ ହଜାର ୨୭୯ ଟଙ୍କା ୩୨ ପଇସା ଖର୍ଚ୍ଚ କରିଛନ୍ତି ସରକାର । କେବଳ କଟକ ମହାନଗର ନିଗମକୁ ଏଥିପାଇଁ ୨୬ କୋଟି ୭୪ ଲକ୍ଷ ୮୬୮ ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।

Share

Leave a Reply

Your email address will not be published. Required fields are marked *

19 − 5 =