ନବ ବର୍ଷ ଅବସରରେ ଏନ୍‌ଏସ୍‌ଇର ଏମ୍‌ଡି ଓ ସିଇଓ ଆଶିଷ କୁମାର ଚୌହାନ ସଚେତନ ବାର୍ତା

ଭୁବନେଶ୍ୱର: ଏନଏସଇ ସର୍ବଦା ବିଚକ୍ଷଣତା ଏବଂ ପରିଶ୍ରମ ସହିତ ଆର୍ôଥକ ଅଭିବୃଦ୍ଧିର ଯାତ୍ରା ଆରମ୍ଭ କରିବାକୁ ଉତ୍ସାହିତ କରିଆସିଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ତରଫରୁ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇ ଏନ୍‌ଏସ୍‌ଇର ଏମ୍‌ଡି ଓ ସିଇଓ ଆଶିଷ କୁମାର ଚୌହାନ କହିଛନ୍ତି, “କେବଳ ପଞ୍ଜୀକୃତ ସଂସ୍ଥାମାନଙ୍କ ସହିତ କାରବାର କରନ୍ତୁ ଏବଂ ଅନିୟନ୍ତ୍ରିତ ଉତ୍ପାଦରେ କେବେ ମଧ୍ୟ ନିବେଶ କରନ୍ତୁ ନାହିଁ । ଷ୍ଟକ ବଜାର ଜରିଆରେ ନିବେଶ ଦୀର୍ଘମିଆଦୀ ବା ସ୍ଥାୟୀ ସଂଚୟ ପାଇଁ ଉଦ୍ଦିଷ୍ଟ । ଏକ ଅପ୍ରୀତିକର ଅନୁଭୂତି ନିବେଶକମାନଙ୍କୁ ମଧ୍ୟ ନିରାଶ କରିପାରେ, ଯଦି ଆପଣ ଷ୍ଟକ ବଜାରରେ ନୂଆ ଅଟନ୍ତି କିମ୍ବା ବିଶେଷଜ୍ଞ ନୁହଁନ୍ତି, ତେବେ ସତର୍କତାର ସହ ଚାଲିବା ଜରୁରୀ ଅଟେ । ଉଚ୍ଚ ବିପଦପୂର୍ଣ୍ଣ ଡେରିଭେଟିଭ୍‌ର କ୍ଷତି କିମ୍ବା ଷ୍ଟକରେ ବାରମ୍ବାର କାରବାରରୁ ଦୂରେଇ ରୁହନ୍ତୁ । ଦୀର୍ଘମିଆଦୀ ପୁଞ୍ଜିନିବେଶ ସାଧାରଣତଃ ଅତୀତର ଅଭିଜ୍ଞତା ଆଧାରରେ ଉତମ ଫଳାଫଳ ପ୍ରଦାନ କରିଥାଏ । ଭାରତର ଅଭିବୃଦ୍ଧି କାହାଣୀରେ ଜଣେ ପ୍ରତିଶ୍ରୁତିବଦ୍ଧ ଅଂଶୀଦାର ହୁଅନ୍ତୁ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରନ୍ତୁ । ଆପଣଙ୍କୁ ୨୦୨୪ର ସୁଖ ଓ ସମୃଦ୍ଧି କାମନା କରୁଛି ।”

Share

Leave a Reply

Your email address will not be published. Required fields are marked *

three × 4 =