ଋଣର ଦାୟିତ୍ୱବାନ ବ୍ୟବହାର ସହିତ ଉତ୍ସବ ଋତୁରେ ଆପଣଙ୍କ ସ୍ୱପ୍ନକୁ ସାକାର କରନ୍ତୁ

ଟ୍ରାନ୍ସୟୁନିୟନ୍ ସିବିଲ୍‌ର କଂଜ୍ୟୁମର ଇଟଂରଆକ୍ଟିଭ୍ (ଡାଇରେକ୍ଟ ଟୁ କଂଜ୍ୟୁମର)ର ବରିଷ୍ଠ ନିର୍ଦ୍ଦେଶକ ତଥା ମୁଖ୍ୟ ଭୂଷଣ ପାଡ୍‌କିଲ୍‌ଙ୍କ ଦ୍ୱାରା ଲିଖିତ
ଭୁବନେଶ୍ୱର: ଅନେକ ସଂସ୍କୃତିରେ ପର୍ବପର୍ବାଣୀ ଋତୁ ହେଉଛି ଭବ୍ୟ ଉତ୍ସବ, ଉପହାର ଏବଂ ଦୀର୍ଘ ଦିନର ସ୍ୱପ୍ନ କିମ୍ବା ଆକାଂକ୍ଷା ପୂରଣ କରିବାର ସମୟ । ବଡ଼ଦିନ ଏବଂ ନୂଆବର୍ଷ ଆମ ପାଇଁ ଆମର ପ୍ରିୟଜନ ଏବଂ ନିଜ ପାଇଁ ଆନନ୍ଦ ଆଣିବା ପାଇଁ ଏକ ଉପଯୁକ୍ତ ସମୟ । ସୁବିଧାର ଏହି ଯୁଗରେ କ୍ରେଡିଟ୍ କାର୍ଡ ହେଉ କି ଋଣ, ସହଜରେ ଋଣ ମିଳିବା ଏକ ବଡ଼ ଲାଭ ଏବଂ ତାହାସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ସହାୟକ ହେଉଛି । ତେବେ ଏହା ମନେ ରଖିବା ଜରୁରୀ ଯେ ଖର୍ଚ୍ଚ କରିବାର ଆର୍ôଥକ କ୍ଷମତା ସହିତ ଦାୟିତ୍ୱ ମଧ୍ୟ ଆସିଥାଏ ।
ଋଣର ଶକ୍ତିକୁ ଜାଣିବା
ଋଣର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ବିଷୟରେ ଜାଣିବା ପୂର୍ବରୁ ଏହାର ଶକ୍ତିକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ । ଋଣ ଏକ ଦୁଇ ପାଶ୍ୱର୍ ଧାର ଥିବା ଖଣ୍ଡା ହୋଇପାରେ । ଗୋଟିଏ ପଟେ ଏହା ଆପଣଙ୍କୁ ତୁରନ୍ତ ଲକ୍ଷ୍ୟ ହାସଲ କରିବାର ମାଧ୍ୟମ ପ୍ରଦାନ କରିପାରେ, ଯେପରିକି ଏକ ନୂତନ ଗ୍ୟାଜେଟ୍ କିଣିବା, ଆପଣଙ୍କ ଘରର ନବୀକରଣ କରିବା, କିମ୍ବା ଏପରିକି ସେହି ଅତ୍ୟନ୍ତ ଆବଶ୍ୟକ ଛୁଟି ନେବା । ଅପରପକ୍ଷରେ ଯଦି ଏହାକୁ ଭୁଲ ଭାବେ ପରିଚାଳନା ନ କରାଯାଏ ତେବେ ଏହା ଦୀର୍ଘକାଳୀନ ଆର୍ôଥକ ସଙ୍କଟର କାରଣ ହୋଇପାରେ ।
ଏହି ପାର୍ବଣ ଋତୁରେ ଋଣକୁ ବୁଦ୍ଧିମାନ ଭାବେ ବ୍ୟବହାର କରନ୍ତୁ
ଆପଣଙ୍କ ସିବିଲ୍ ସ୍କୋର ଜାଣନ୍ତୁ: କୌଣସି ଗୁରୁତ୍ୱପୂର୍ଣ୍ଣ କ୍ରୟ କରିବା କିମ୍ବା ଋଣ ପାଇଁ ଆବେଦନ କରିବା ପୂର୍ବରୁ, ଆପଣଙ୍କ କ୍ରେଡିଟ୍ ସ୍କୋର ଯାଂଚ କରନ୍ତୁ । ଏକ ଉଚ୍ଚ ସ୍କୋର କେବଳ ଆପଣଙ୍କ ଅନୁମୋଦନ ସମ୍ଭାବନାକୁ ବଢାଇନଥାଏ ବରଂ ଆପଣଙ୍କୁ କମ୍ ସୁଧ ହାର ମଧ୍ୟ ଆଣିପାରେ । ଟ୍ରାନ୍ସୟୁନିୟନ ସିବିଲରେ, ଆମେ ନିଜ କ୍ରେଡିଟ୍ ସ୍କୋର ବିଷୟରେ ସଚେତନ ହେବା ଏବଂ ନିଜ କ୍ରେଡିଟ୍ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦେଇଥାଉ ।
ସ୍ପଷ୍ଟ ବଜେଟ୍ ସ୍ଥିର କରନ୍ତୁ : ପ୍ରଥମେ ଉତ୍ସବ ସପିଂରେ ମୁଣ୍ଡ ଖେଳାଇବା ପୂର୍ବରୁ ଏକ ସ୍ପଷ୍ଟ ବଜେଟ୍ ସ୍ଥିର କରନ୍ତୁ । ଆପଣ ପ୍ରକୃତରେ କ’ଣ ଆବଶ୍ୟକ କରନ୍ତି ଏବଂ ଆପଣ କ’ଣ ଚାହୁଁଛନ୍ତି ତାହାର ଏକ ତାଲିକା କରନ୍ତୁ । ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ, ଏବଂ ମନେରଖନ୍ତୁ, କେବଳ ଆପଣଙ୍କ ପାଖରେ କ୍ରେଡିଟ୍ କାର୍ଡ ଅଛି ଏହାର ଅର୍ଥ ନୁହେଁ ଯେ ଆପଣ ଏହାକୁ ସର୍ବାଧିକ ବ୍ୟବହାର କରିବେ ।
ଏକାଧିକ ଋଣ ଆବେଦନଠାରୁ ଦୂରେଇ ରୁହନ୍ତୁ: ପ୍ରତିଥର ଯେତେବେଳେ ଆପଣ ଋଣ ପାଇଁ ଆବେଦନ କରନ୍ତି, ଆପଣଙ୍କ କ୍ରେଡିଟ୍ ରିପୋର୍ଟ ଉପରେ ଏକ କଠିନ ଅନୁସନ୍ଧାନ କରାଯାଏ । ଅଳ୍ପ ସମୟ ମଧ୍ୟରେ ଏକାଧିକ ପଚରାଉଚରା ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ତେଣୁ ଆବଶ୍ୟକତା ଅନୁସାରେ ଋଣ ପାଇଁ ଆବେଦନ କରନ୍ତୁ ।
ଠିକ୍ ସମୟରେ ଦେୟ ଦିଅନ୍ତୁ: ସର୍ବଦା ଠିକ୍ ସମୟରେ ଆପଣଙ୍କ ପ୍ରାପ୍ୟ ପୈଠ କରନ୍ତୁ । ବିଳମ୍ବିତ ଦେୟ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଠିକ୍ ସମୟରେ ଦେୟ ସୁନିଶ୍ଚିତ କରିବାକୁ ରିମାଇଣ୍ଡର ସେଟ୍ କରନ୍ତୁ କିମ୍ୱା ଅଟୋ-ଡେବିଟ୍ ଚୟନ କରନ୍ତୁ ।
ଆପଣଙ୍କ କ୍ରେଡିଟ୍ ସୀମାଠାରୁ ସର୍ବଦା ତଳେ ରୁହନ୍ତୁ: ଆପଣଙ୍କ କ୍ରେଡିଟ୍ କାର୍ଡକୁ ସର୍ବାଧିକ ବ୍ୟବହାର କରିବା କିମ୍ବା ଆପଣଙ୍କ ଋଣ ସୀମାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବ୍ୟବହାର କରିବା ସମସ୍ୟା ସୃଷ୍ଟି କରିପାରେ । ଆପଣଙ୍କ ଉପଲବ୍ଧ ଋଣ ସୀମାର ମାତ୍ର କିଛି ଅଂଶ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।
ସର୍ତାବଳୀ ବୁଝିବା: ପାର୍ବଣ ଅଫର ଆକର୍ଷଣୀୟ ହୋଇପାରେ, ଅନେକ ଆର୍ôଥକ ଅନୁଷ୍ଠାନ “ନୋ-କଷ୍ଟ ଇଏମଆଇ’, “କ୍ୟାସ୍ ବ୍ୟାକ୍‌’ ଏବଂ ଅନ୍ୟାନ୍ୟ ଡିଲ୍ ପ୍ରଦାନ କରନ୍ତି । ତେବେ ସବୁବେଳେ ତାହାକୁ ଭଲ ଭାବେ ପଢନ୍ତୁ । ସୁଧ ହାର, ଅବଧି ଏବଂ ଏହି ଅଫର ସହିତ ଆସୁଥିବା ଲୁକ୍କାୟିତ ଶୁଳ୍କକୁ ବୁଝନ୍ତୁ ।
ଦାୟିତ୍ୱବାନ କ୍ରେଡିଟ୍ ବ୍ୟବହାରର ପୁରସ୍କାର ପ୍ରାପ୍ତ କରିବା
ଯେତେବେଳେ କ୍ରେଡିଟକୁ ଦାୟିତ୍ୱପୂର୍ଣ୍ଣ ଭାବରେ ବ୍ୟବହାର କରାଯାଏ, ଏହା ଏକ ଉପକରଣ ଯାହା ଆପଣଙ୍କ ଆର୍ôଥକ ସ୍ଥିରତାକୁ ବଢାଇପାରେ । ଏକ ଦୃଢ଼ କ୍ରେଡିଟ୍ ଇତିହାସ ଏବଂ ଏକ ଉଚ୍ଚ କ୍ରେଡିଟ୍ ସ୍କୋର ଭବିଷ୍ୟତରେ ଉନ୍ନତ ଆର୍ôଥକ ସୁଯୋଗ ପାଇଁ ଦ୍ୱାର ଖୋଲିପାରେ – ଏହା ଏକ ସ୍ୱପ୍ନ ଘର ହେଉ, ଏକ ନୂତନ କାର୍ କିମ୍ବା ଏପରିକି ଏକ ବ୍ୟବସାୟିିକ ଋଣ ହେଉ । ଆଜି ଋଣ ସହିତ ଆପଣଙ୍କର ସମ୍ପର୍କ ଆସନ୍ତାକାଲି ଆପଣଙ୍କ ଆର୍ôଥକ ପ୍ରୟାସ ପାଇଁ ପଥ ପ୍ରଶସ୍ତ କରିବ ।
ଏହାବ୍ୟତୀତ ଦାୟିତ୍ୱସମ୍ପନ୍ନ ଋଣ ପରିଚାଳନା ମାନସିକ ଶାନ୍ତି ପ୍ରଦାନ କରିପାରିବ । ଅତ୍ୟଧିକ ଖର୍ଚ୍ଚ ଏବଂ ଋଣ ଏଡ଼ାଇବା ଦ୍ୱାରା, ଆପଣ ଆର୍ôଥକ ହ୍ୟାଙ୍ଗଓଭରର ଚାପ ବିନା ପ୍ରକୃତରେ ଉତ୍ସବକୁ ଉପଭୋଗ କରିପାରିବେ ।
ଶେଷରେ, ପର୍ବପର୍ବାଣୀ ଋତୁ ପାଖେଇ ଆସୁଥିବା ବେଳେ, ଆସନ୍ତୁ ଅଧିକ ଦାୟିତ୍ୱବାନ ହେବା ଏବଂ ସଚେତନ ନିଷ୍ପତିି ନେବାପାଇଁ ଶପଥ ନେବା । ମନେରଖନ୍ତୁ, କ୍ରେଡିଟ୍ କେବଳ ଖର୍ଚ୍ଚ କରିବା ପାଇଁ ନୁହେଁ; ଏହା ଏକ ସୁରକ୍ଷିତ ଆର୍ôଥକ ଭବିଷ୍ୟତ ନିର୍ମାଣ ପାଇଁ ସୁଯୋଗର ଉପଯୋଗ କରିବା ବିଷୟରେ । ଏହି ପାର୍ବଣ ଋତୁ ଆପଣଙ୍କ ଆର୍ôଥକ ବୁଦ୍ଧିମତା ଏବଂ ଦୂରଦୃଷ୍ଟିର ପ୍ରମାଣ ହେଉ ।
ଉତ୍ସବ ପାଳନ କରନ୍ତୁ, ଖର୍ଚ୍ଚ କରନ୍ତୁ, କିନ୍ତୁ ବୁଦ୍ଧିମତା ସହିତ କରନ୍ତୁ । ଏଠାରେ ଆପଣଙ୍କୁ ଏକ ସୁରକ୍ଷିତ ଓ ସମୃଦ୍ଧ ଆର୍ଥିକ ନବବର୍ଷର ଶୁଭେଚ୍ଛା ଜଣାଉଛି

Share

Leave a Reply

Your email address will not be published. Required fields are marked *

18 + 5 =