ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶାରେ ସ୍ୱେଚ୍ଛାସେବୀ ସପ୍ତାହ ପାଳିତ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ସପ୍ତାହବ୍ୟାପୀ ପାଳନ କରାଯାଇଥିବା ଟଟା ଷ୍ଟିଲ୍ ସ୍ୱେଚ୍ଛାସେବୀ ସପ୍ତାହରେ କଂପାନିର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ବିଭିନ୍ନ ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ୨୦୨୩ ଅଗଷ୍ଟ ୨୫ରୁ ଆରମ୍ଭ ହୋଇଥିବା ଏହି ସପ୍ତାହକୁ ଟାଟା ଷ୍ଟିଲ୍‌ର ବିଭିନ୍ନ କାର୍ଯ୍ୟକ୍ଷେତ୍ର ଯଥା ଟାଟା ଷ୍ଟିଲ୍ ଭୁବନେଶ୍ୱର, ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌), ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ) ଓ ଅନ୍ୟାନ୍ୟ ସ୍ଥାନରେ ପାଳନ କରାଯାଇଥିଲା । ସମାଜରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆୟୋଜିତ ଏହି ସପ୍ତାହରେ ବିଭିନ୍ନ ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମ ରହିଥିଲା ।
ଭୁବନେଶ୍ୱରରେ ଟାଟା ଷ୍ଟିଲ୍‌ର କର୍ମଚାରୀମାନେ ଏହି ସପ୍ତାହର ବଡ଼ ଉତ୍ସାହ ସହ ସମୁଦାୟର କଲ୍ୟାଣ ପାଇଁ ସମର୍ପିତ ଭାବ ପ୍ରଦର୍ଶନ କରିଥିଲେ । ଭୁବନେଶ୍ୱରରେ ଥିବା ପ୍ରତିଭା ଆଶ୍ରମର ପାଖାପାଖି ୩୦ଅନ୍ତେବାସୀଙ୍କୁ ରାସନ ଓ ଔଷଧ ସହାୟତା ପ୍ରଦାନ କରାଯାଇଥିଲା ।
ଦଶମ ପାଠପଢ଼ା ଶେଷ ହେବା ପରେ ଶିକ୍ଷାକୁ ବ୍ୟାପକ କରିବା ପାଇଁ ମୂଲ୍ୟବାନ କ୍ୟାରିୟର ସୁଯୋଗ ବିଷୟରେ ସୂଚନା ପ୍ରଦାନ କରି କ୍ୟାରିୟର କାଉନ୍‌ସେଲିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ କଂପାନିର କର୍ପୋରେଟ୍ ସେବା ମୁଖ୍ୟ ମୋହିତ ଦାସଙ୍କ ନେତୃତ୍ୱରେ କର୍ମଚାରୀମାନେ ଟାଟା ଷ୍ଟିଲ୍ ସ୍ୱେଚ୍ଛାସେବୀ ସପ୍ତାହର ଶୁଭାରମ୍ଭ କରି ଏକ ଉତ୍ସର୍ଗୀକୃତ ମୌସୁମୀ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜନ କରିଥିଲେ । ସ୍ଥାନୀୟ ପ୍ରଶାସନ ଓ ସମୁଦାୟର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗାଡ଼ି ଚାଳକ ଓ ପଥଚାରୀମାନଙ୍କୁ ଲିଫ୍‌ଲେଟ୍ ବଂଟନ କରାଯାଇଥିଲା ଏବଂ ସୁରକ୍ଷା ବିଭାଗ ପକ୍ଷରୁ ପଥପ୍ରାନ୍ତ ନାଟକ ଆୟୋଜନ କରାଯାଇଥିଲା । ହିନ୍ଦୋଳରେ ହାତୀମାନଙ୍କ ସୁରକ୍ଷାକୁ ନେଇ ଏକ ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା ।
ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ) କର୍ମଚାରୀମାନେ ମୌସୁମୀ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, ଇଂରାଜୀ ଭାଷା ଓ ଏନ୍‌ଆଇଆଇଟି, ଡୁବୁରିରେ ଏକ କ୍ୟାରିୟର କାଉନ୍‌ସେଲିଂ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଭଲ ଓ ମନ୍ଦ ସ୍ପର୍ଶ, ଆତ୍ମ ରକ୍ଷା କୌଶଳ, ଆତ୍ମବିଶ୍ୱାସ ସୃଷ୍ଟି, ସ୍ୱାସ୍ଥ୍ୟ ଓ ପରିମଳ, ବିଦ୍ୟୁତ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଭାବ ବିନିମୟ ସଚେତନତା ଅଧିବେଶନ ଆଦିକୁ ଜୁନିଅର କଲେଜର ଛାତ୍ରଛାତ୍ରୀମାନଙ୍କ ପାଇଁ ଟିଏସ୍‌କେ ପରିସରରେ ଆୟୋଜନ କରାଯାଇଥିଲା । ଏହି ସପ୍ତାହରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମଗୁଡ଼ିକରେ ସ୍ଥାନୀୟ ସ୍କୁଲର ଛାତ୍ରଛାତ୍ରୀ ଓ ଅନାଥାଶ୍ରମଗୁଡ଼ିକୁ ସାମିଲ କରାଯାଇଥିଲା ଓ କାର୍ଯ୍ୟକ୍ରମରେ ବୃକ୍ଷରୋପଣ, ସ୍ୱାସ୍ଥ୍ୟ ସେବା ଶିବିର ଓ କ୍ୟାରିୟର କାଉନ୍‌ସେଲିଂ ଅଧିବେଶନ ଆଦି ଆୟୋଜନ କରାଯାଇଥିଲା ।
ଅନ୍ୟାନ୍ୟ କାର୍ଯ୍ୟ କ୍ଷେତ୍ରଗୁଡ଼ିକରେ ଛୋଟ ସ୍ଥାନୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଥିଲା । ଟାଟା ଷ୍ଟିଲ୍ ସ୍ୱେଚ୍ଛାସେବୀ ସପ୍ତାହ ପାଳନ ହେଉଛି ଦୁନିଆ ଉପରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ପାଇଁ କଂପାନିର ରହିଥିବା ପ୍ରତିବଦ୍ଧତାର ପ୍ରମାଣ ।

Share

Leave a Reply

Your email address will not be published. Required fields are marked *

19 + thirteen =