ଏସବିଆଇ ଲାଇଫ ପକ୍ଷରୁ “ଆପନେ ଲିୟେ, ଆପନୋ କେ ଲିଏ” ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅନ୍ୟତମ ସବୁଠୁ ବିଶ୍ୱାସଯୋଗ୍ୟ ଜୀବନ ବୀମା କମ୍ପାନି ଏସବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ “ଆପନେ ଲିଏ, ଆପନୋ କେ ଲିଏ” ଅଭିଯାନର ଶୁଭାରମ୍ଭ କରାଯାଇଛି । ଯେଉଁଥିରେ ଜଣେ ନିଜ ପରିବାରର ଦାୟିତ୍ୱ ଗ୍ରହଣ କରିବା ସହ ମୁକ୍ତ ଭାବେ ନିଜ ସ୍ୱପ୍ନକୁ ପୂରଣ କରିବା ଦିଗରେ ଅଗ୍ରସର ହେବାକୁ ପ୍ରୋତ୍ସାହିତ କରୁଛି । “ରେସପନସିବଲ ଆମ୍ବିସନ”ର ଭାବକୁ ଉତ୍ସାହିତ କରିବା ସହ ଲାଗି ପ୍ରତି ଭାବନାକୁ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟକୁ ନେଇ ନେଇ ଏହାକୁ ପ୍ରସ୍ତୁତ କରାଯାଇଛି । ନିଜ ପ୍ରିୟଜନଙ୍କ ଆବଶ୍ୟକତାକୁ ସୁରକ୍ଷିତ ରଖିବା ସଂହିତ ନିଜେ କ’ଣ ଚାହୁଛନ୍ତି ତାହା ଅନୁସନ୍ଧାନ କରିବା ଲାଗି ଲୋକମାନଙ୍କୁ ଅନୁପ୍ରାଣିତ କରାଯାଇଛି । ବ୍ୟକ୍ତିଗତ ଅଭିଳାଷ ଓ ପରିବାର ଦାୟିତ୍ୱ ଭିତରେ ଥିବା ହାଲୁକା ସନ୍ତୁଳନକୁ ଏଥିରେ ପ୍ରଦର୍ଶିତ କରାଯାଇଛି ।
ଏସବିଆଇ ଲାଇଫ୍‌ର ବ୍ରାଣ୍ଡ୍‌, କର୍ପୋରେଟ୍ କମ୍ୟୁନିକେସନ ଓ ସିଏସ୍‌ଆର୍ ମୁଖ୍ୟ ରବିନ୍ଦ୍ର ଶର୍ମା କହିଛନ୍ତି ଯେ, “ଆଜିର ଗ୍ରାହକମାନଙ୍କ ଆବଶ୍ୟକତାକୁ ପୂରଣ କରିବାରେ ଏସବିଆଇ ଲାଇଫ୍ ସଦା ସର୍ବଦା ତତ୍ପର ରହିଛି । ଦେଶବାସୀଙ୍କୁ ଜାଗ୍ରତ କରିବା ଲାଗି “ରେସପନସିବଲ ଆମ୍ବିସନ”ର ଆବଶ୍ୟକତାରେ ବୃଦ୍ଧି ଘଟିଛି ଯେଉଁଠାରେ ବ୍ୟକ୍ତିଗତ ସ୍ୱପ୍ନ ସହ ପରିବାର ଦାୟିତ୍ୱ ତୁଲାଇବା ସମାଜର ଏକ ନିୟମରେ ପରିଣତ ହୋଇଛି । ଏହା କେବଳ ଏକ ଅଭିଯାନ ନୁହେଁ, ବରଂ ଯେଉଁ ବିଶ୍ୱାସ ଓ ଭରସା ଲାଗି ଏସବିଆଇ ଲାଇଫ୍ ପରିଚିତ, ଏହା ତାହାର ଏକ ପ୍ରତିଫଳନ । ଲୋକମାନଙ୍କୁ ନିଜ ସ୍ୱପ୍ନ ପଛରେ ଗୋଡ଼ାଇବା ଲାଗି ଆମେ ସମର୍ଥନ କରୁଥିବା ବେଳେ ସେମାନଙ୍କ ପ୍ରିୟଜନଙ୍କ ଦାୟିତ୍ୱକୁ ସୁରକ୍ଷିତ ରଖିବାର ପ୍ରତିଶ୍ରୁତି ଦେଉଛୁ । ଆମର ପ୍ରଚଳିତ ଅଭିଯାନ ବ୍ୟକ୍ତିଗତ ଅଭିଳାଷ ଓ ପରିବାର ଦାୟିତ୍ୱ ଭିତରେ ଥିବା ସନ୍ତୁଳନକୁ କୃତଜ୍ଞତାର ସହ ପାଳନ କରୁଛି ଯାହା ଏସବିଆଇ ଲାଇଫ୍‌କୁ ନିର୍ଧାରଣ କରୁଥିବା ବିଶ୍ୱାସ, ଭରସା ଓ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।”
ଆଜିର ଯୁଗରେ ବ୍ୟକ୍ତି ଗତ ଇଚ୍ଛା ଓ ପରିବାର ପ୍ରତିବଦ୍ଧତା ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ଥିବା ବେଳେ ଏସବିଆଇ ଲାଇଫ୍‌ର ଏହି ଅଭିଯାନ ସେମାନଙ୍କୁ ସମ୍ମାନ ଜଣାଉଛି । ଯେଉଁମାନେ ନିର୍ଭୟର ସହ ସେମାନଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଅଗ୍ରସର ହେଉଛନ୍ତି ଏବଂ ଜଣେ ଦାୟିତ୍ୱବାନ ପରିବାର ସଦସ୍ୟର ଭୂମିକା ଗ୍ରହଣ କରୁଛନ୍ତି । ଏହି ଅଭିଯାନରେ ଋଷଭ ନାମକ ଜଣେ ପିତାଙ୍କ କାହାଣୀକୁ ଦର୍ଶାଯାଇଛି ଯିଏ ଜୀବନରେ ଜଣେ ଉଦ୍ୟୋଗୀ ହେବା ଯାତ୍ରାରେ ବାହାରିବା ସହିତ ବହୁ ଆହ୍ୱାନର ସାମ୍ନା କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + four =