ଗ୍ରାହକଙ୍କୁ ୫ଜି ଅନୁଭୂତି ପ୍ରଦାନ କରିବା ଲାଗି ଶାଓମି ଇଣ୍ଡିଆ ଓ ୱି ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ୫ଜି ଅନୁଭୂିତି ପ୍ରଦାନ କରିବା ଲାଗି ଦେଶର ଅଗ୍ରଣୀ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଶାଓମି ଇଣ୍ଡିଆ ପକ୍ଷରୁ ଭୋଡାଫୋନ୍ ଆଇଡିଆ (ୱି) ସହିତ ସହଯୋଗିତା ସ୍ଥାପନ ଘୋଷଣା କରାଯାଇଛି । ୱି ପକ୍ଷରୁ ୫ଜି ସେବା ଆରମ୍ଭ ହେବା ପରେ ୱି ୫ଜିରେ ଶାଓମି ଓ ରେଡ୍‌ମି ଗ୍ରାହକମାନେ ଉନ୍ନତ ଡାଟା ଅନୁଭୂତି ପାଇପାରିବେ । ୱି ୫ଜିରେ ଶାଓମି ଓ ରେଡ୍‌ମିର ୧୮ ପ୍ରକାର ଡିଭାଇସ୍‌କୁ ପରୀକ୍ଷା କରାଯାଇଛି ଓ ଏଫ୍‌ଓଟିଏ ଅପ୍‌ଡେଟ୍ ପରେ ଏହା ନେଟ୍‌ୱର୍କକୁ ସମର୍ଥନ କରିବ । ୱି ପକ୍ଷରୁ ବାଣିଜ୍ୟିକ ଭାବେ ୫ଜି ସେବା ଆରମ୍ଭ କରାଯିବା ପରେ ଗ୍ରାହକମାନଙ୍କୁ କେବଳ ପ୍ରିଫରଡ୍ ନେଟ୍‌ୱର୍କ ସେଟିଂକୁ ୪ଜିରୁ ୫ଜିକୁ ବଦଳାଇବାକୁ ପଡ଼ିବ ।
ସକ୍ଷମ ଡିଜାଇସ୍‌ଗୁଡ଼ିକ ହେଉଛି ଶାଓମି ୧୩ ପ୍ରୋ, ରେଡ୍‌ମି ନୋଟ୍ ୧୨ ପ୍ରୋ ୫ଜି, ରେଡ୍‌ମି ନୋଟ୍ ୧୨ ପ୍ରୋ+ ୫ଜି, ରେଡ୍‌ମି ନୋଟ୍ ୧୨ ୫ଜି, ଶାଓମି ୧୨ ପ୍ରୋ, ଏମ୍‌ଆଇ ୧୧ ଅଲ୍‌ଟ୍ରା, ଏମ୍‌ଆଇ ୧୧ ଏକ୍ସ ପ୍ରୋ, ଶାଓମି ୧୧ଟି ପ୍ରୋ ୫ଜି, ଶାଓମି ୧୧ ଲାଇଟ୍ ଏନ୍‌ଇ ୫ଜି, ରେଡ୍‌ମି ୧୧ ପ୍ରାଇମ୍ ୫ଜି, ରେଡ୍‌ମି କେ୫୦ଆଇ, ରେଡ୍‌ମି ନୋଟ୍ ୧୧ଟି ୫ଜି, ରେଡ୍‌ମି ନୋଟ୍ ୧୧ ପ୍ରୋ ୫ଜି, ଏମ୍‌ଆଇ ୧୧ଏକ୍ସ, ଏମ୍‌ଆଇ୧୦, ଏମ୍‌ଆଇ ୧୦ଟି, ଏମ୍‌ଆଇ ୧୦ଟି ପ୍ରୋ ଓ ଏମ୍‌ଆଇ ୧୦ଆଇ ।
ଏକ ସଂଯୋଗର ଭବିଷ୍ୟତ ସନ୍ଧାନରେ ଏବଂ ଭାରତରେ ୫ଜିର ଅସୀମ ସମ୍ଭାବନାକୁ ଉଜାଗର କରିବା ଲାଗି ନିଜ ଡିଭାଇସ୍ ଜରିଆରେ ୫ଜି ନେଟୱର୍କରେ ଗ୍ରାହକଙ୍କୁ ସଶକ୍ତ କରିବା ଲାଗି ଶାଓମି ଓ ୱି ପରସ୍କର ସହ ହାତ ମିଳାଇଛନ୍ତି । ଶାଓମି ଓ ରେଡ୍‌ମି ୫ଜି ଡିଭାଇସ୍‌ରେ ଶାଓମି ଇଣ୍ଡିଆ ଓ ୱି ପକ୍ଷରୁ ନୂଆଦିଲ୍ଲୀରେ ନେଟ୍‌ୱର୍କର ବ୍ୟାପକ ପରୀକ୍ଷଣ କରାଯାଇଛି ।
ଗ୍ରାହକ ଓ ସଂସ୍ଥାମାନଙ୍କ ଲାଗି ସ୍ୱତନ୍ତ୍ର ୫ଜି ବ୍ୟବହାର ଲାଗି ପ୍ରଯୁକ୍ତି ସଂସ୍ଥା, ବିଷୟବସ୍ତୁ ବିଶେଷଜ୍ଞ, ଷ୍ଟାର୍ଟଅପ୍ ଓ ଡିଭାଇସ୍ ଓଇଏମ୍‌ଙ୍କ ସହ ୱି କାର୍ଯ୍ୟ କରୁଛି ।
ନିଷ୍ଠାପର ମୂଲ୍ୟରେ ଶ୍ରେଷ୍ଠ ମାନର ପ୍ରଯୁକ୍ତି ଅନୂଭୂତି ପ୍ରଦାନ କରି ସାରା ଦେଶର ଗ୍ରାହକମାନଙ୍କ ନିକଟରେ ପ୍ରଯୁକ୍ତିକୁ ପହଂଚାଇବା ଲାଗି ଶାଓମି ଇଣ୍ଡିଆ ପ୍ରତିବଦ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

13 + 13 =