ଜନକଲ୍ୟାଣ ଓ ପ୍ରାକୃତିକ ଚିକିତ୍ସା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ସୀତାରାମ ଜିନ୍ଦଲଙ୍କୁ ପଦ୍ମଭୂଷଣ

ଭୁବନେଶ୍ୱର: ଦାତବ୍ୟ କାର୍ଯ୍ୟ ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ଡକ୍ଟର ସୀତାରାମ ଜିନ୍ଦଲଙ୍କୁ ସମ୍ମାନଜନକ ପଦ୍ମଭୂଷଣ ପ୍ରଦାନ କରାଯାଇଛି । ଏହାକୁ ନେଇ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । ଜନକଲ୍ୟାଣ କାର୍ଯ୍ୟ ଓ ପ୍ରାକୃତିକ ଚିକିତ୍ସା (ନେଚରକିଓର) ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ଉପାଧି ପ୍ରଦାନ କରାଯାଇଛି । ଔଷଧବିହୀନ ଚିକିତ୍ସା ପଦ୍ଧତି ଏବଂ ଜିନ୍ଦଲ ନେଚରକିଓର ଇନଷ୍ଟିଚ୍ୟୁଟ୍ (ଜେଏନ୍‌ଆଇ) ପ୍ରତିଷ୍ଠା ପ୍ରତି ଅବଦାନ ପାଇଁ ଡକ୍ଟର ଜିନ୍ଦଲଙ୍କୁ ଏହି ସମ୍ମାନଜନକ ମାନ୍ୟତା ପ୍ରଦାନ କରାଯାଇଛି ।
ହରିୟାଣାର ଦୁର୍ଗମ ଗ୍ରାମ ନଲୱାରେ ୧୯୩୨ରେ ଜନ୍ମଗ୍ରହଣ କରିଥିବା ଡକ୍ଟର ଜିନ୍ଦଲଙ୍କ ପ୍ରାକୃତିକ ଚିକିତ୍ସା ପ୍ରତି ଯାତ୍ରା ସେ ବିଶ୍ୱବିଦ୍ୟାଳୟରେ ଥିବା ସମୟରେ ଆରମ୍ଭ ହୋଇଥିଲା ଯେତେବେଳେ ସେ ପେଟରେ ଯକ୍ଷ୍ମା ରୋଗକୁ ନେଇ ଲଢ଼େଇ କରୁଥିଲେ । ଉପଷମ ନହେବା ଭଳି ଏକ ସ୍ଥିତିକୁ ସାମ୍ନା କରିଥିବା ଡକ୍ଟର ଜିନ୍ଦଲ ଏକ କ୍ଷୁଦ୍ର ନେଚରକିଓର କ୍ଲିନିକର ଶରଣରେ ରହିଥିଲେ । ସେଠାରେ ଉପବାସ ଓ ଅନ୍ୟ ଅଣ ପାରମ୍ପରିକ ପଦ୍ଧତିରେ ସେ ଉପଷମ ଲାଭ କରିଥିଲେ । ସେହି ରୂପାନ୍ତରୀତ ଅନୁଭବ ତାଙ୍କ ମଧ୍ୟରେ ନେଚରକିଓର ଓ ଯୋଗ ପ୍ରତି ଅତୁଟ ବିଶ୍ୱାସ ଜାଗ୍ରତ କରିଥିଲା ।
୧୯୭୭-୭୯ରେ ବେଙ୍ଗାଲୁରୁ ଉପକଣ୍ଠରେ ଏକ ବ୍ୟାକ ଜମିରେ ସେ ନେଚରୋପାଥି ଓ ଯୋଗ ହସ୍ପିଟାଲ ସ୍ଥାପନର ସ୍ୱପ୍ନ ଦେଖିଥିଲେ । ଜିନ୍ଦଲ ଆଲୁମିନିୟମ ଲିମିଟେଡ (ଜେଏଏଲ୍‌) ପ୍ରଦାନ କରିଥିବା ପାଣ୍ଠିରେ ଜେଏନ୍‌ଆଇ ସ୍ଥାପନ ହୋଇଥିଲା । ୧୯୬୯ରେ ସ୍ଥାପନ ହୋଇଥିବା ଏସ୍‌ଜେ ଫାଉଣ୍ଡେସନ ଏହି ଦାତବ୍ୟ ଅଭିଯାନ ପାଇଁ ଆର୍ଥିକ ମେରୁଦଣ୍ଡ ଭାବେ କାମ କରିଥିଲା । ଡକ୍ଟର ଜିନ୍ଦଲଙ୍କ ଉଦ୍ୟମରେ ଶ୍ୱାସରୋଗ, ଡାଇବେଟିସ୍‌, ରକ୍ତଚାପ, ବାତ ଏବଂ କ୍ୟାନସର ଭଳି ରୋଗର ଚିକିତ୍ସା କରାଯାଇଥିଲା । ଏହି ହସ୍ପିଟାଲ୍‌ରେ ୫୫୦ ଶଯ୍ୟା ରହିଛି । ଔଷଧ ବିହୀନ ଚିକିତ୍ସା ପାଇଁ ଏହା ଆଶାର କୀରଣ ପାଲଟିଛି ।
ଏହା ବ୍ୟତୀତ ବିଭିନ୍ନ ଏନ୍‌ଜିଓ ସହଯୋଗୀଙ୍କ ସହିତ ମିଶି ଡକ୍ଟର ଜିନ୍ଦଲ ବିଭିନ୍ନ ଦାତବ୍ୟ କାର୍ଯ୍ୟ ମଧ୍ୟ କରିଛନ୍ତି । ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ର ପ୍ରତି ସେ ଯୋଗଦାନ ପ୍ରଦାନ କରିଛନ୍ତି । ନେଚରପାଥି ଓ ଯୋଗ ଜରିଆରେ ବିଶ୍ୱବ୍ୟାପୀ କୋଟି କୋଟି ଲୋକଙ୍କ ଜୀବନକୁ ଡକ୍ଟର ଜିନ୍ଦଲଙ୍କ କାମ ବଦଳାଇପାରିଛି । ଏହି ପ୍ରକ୍ରିୟାରେ ଡକ୍ଟର ଜିନ୍ଦଲ ବିଭିନ୍ନ ନବସୃଜନ ଓ ଚିକିତ୍ସା ପଦ୍ଧତି ଲାଗୁ କରିଛନ୍ତି ।
ଏହି ମହତ କାର୍ଯ୍ୟ ଲାଗି ଡକ୍ଟର ଜିନ୍ଦଲଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଚନ୍ଦ୍ରଶେଖର, ଆଇ କେ ଗୁଜରାଲ, ଏଚଡି ଦେବେଗୌଡ଼ା, ଉପ ପ୍ରଧାନମନ୍ତ୍ରୀ ଦେବୀ ଲାଲ ଓ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ରାମକୃଷ୍ଣ ହେଗ୍‌ଡେ ପ୍ରଶଂସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − fourteen =