ଆକ୍ସିସ୍ ବ୍ୟାଙ୍କର ତୃତୀୟ ତ୍ରୈମାସିକରେ ୯,୧୪୧ କୋଟି ଟଙ୍କାର ଲାଭ

ଭୁବନେଶ୍ୱର: ଭାରତର ଅନ୍ୟତମ ବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ଆର୍ôଥକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ଘୋଷଣା କରିଛି । ତୃତୀୟ ତ୍ରୈମାସିକରେ ଏହା ୬,୦୭୧ କୋଟି ଟଙ୍କା ଲାଭ କରିଛି । ବ୍ୟାଙ୍କର ସୁଧ ଆୟ (ଏନଆଇଆଇ) ଆର୍ôଥକ ବର୍ଷର ତୃତୀୟ ତ୍ରୟମାସରେ ୯% ବୃଦ୍ଧି ପାଇ ୧୨,୫୩୨ କୋଟି ଟଙ୍କାରେ ପହଂଚିଛି । ସୁଧ ମାର୍ଜିନ୍ (ଏନ୍‌ଆଇଏମ୍‌) ୪.୦୧% ରହିଥିଲା । କ୍ୟୁଏବି ଭିତିରେ କାସା ବାର୍ଷିକ ୧୩% ଏବଂ ତ୍ରୈମାସିକରେ ୧% ବୃଦ୍ଧି ପାଇଥିବା ବେଳେ କାସା ଅନୁପାତ ୪୨% ରହିଛି । ୩୧ ଡିସେମ୍ବର ୨୦୨୩ ସୁଦ୍ଧା ବ୍ୟାଙ୍କର ମୋଟ ଏନ୍‌ପିଏ ଏବଂ ନେଟ୍ ଏନ୍‌ପିଏ ସ୍ତର ଯଥାକ୍ରମେ ୧.୫୮% ଏବଂ ୦.୩୬% ରହିଛି । ତୃତୀୟ ତ୍ରୟମାସରେ ବ୍ୟାଙ୍କର ଫି ଆୟ ବାର୍ଷିକ ୨୯% ବୃଦ୍ଧି ପାଇ ୫,୧୭୦ କୋଟି ଟଙ୍କାରେ ପହଂଚିଛି । ରିଟେଲ ଫି’ ବାର୍ଷିକ ୩୬% ବୃଦ୍ଧି ପାଇଛି ଯାହା ବ୍ୟାଙ୍କର ମୋଟ ଫି ଆୟର ୭୨% ଅଟେ । ଲାଭକୁ ମିଶାଇ ମୋଟ ପୁଞ୍ଜି ସ୍ୱଚ୍ଛଳତା ଅନୁପାତ (ସିଏଆର) ୧୬.୬୩% ରହିଥିବା ବେଳେ ସିଇଟି ୧ ଅନୁପାତ ୧୩.୭୧% ରହିଛି ।
ଆକ୍ସିସ୍ ବ୍ୟାଙ୍କର ଏମଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ଭାରତ ଉପରେ ଆଲୋଚନା ଉତ୍ସାହଜନକ ଏବଂ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ସ୍ଥଳ ଭାବେ ବିଚାର କରାଯାଉଛି ଯାହା ବିଶ୍ୱ ଅର୍ଥନୈତିକ ଫୋରମ ଭଳି ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ହୋଇଥିବା ଆଲୋଚନାରୁ ସ୍ପଷ୍ଟ ହୋଇଛି । ଆର୍ôଥକ ବର୍ଷ ୨୦୨୩-୨୪ରେ ଭାରତୀୟ ଅର୍ଥନୈତିକ ଗତି ଦୃଢ଼ ରହିଛି ଏବଂ ଆମେ ବିଶ୍ୱାସ କରୁଛୁ ଯେ ଏହି ଧାରା ଆର୍ôଥକ ବର୍ଷ ୨୦୨୪-୨୫ ପର୍ଯ୍ୟନ୍ତ ଜାରି ରହିବ । ଆକ୍ସିସ୍ ବ୍ୟାଙ୍କରେ ଆମର ଗୁରୁତ୍ୱ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଉପରେ ରହିଛି ଏବଂ ଗ୍ରାହକମାନେ ପ୍ରତ୍ୟେକ ଆଲୋଚନାରେ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି ତ୍ରୈମାସିକାରେ ଆମେ “ସ୍ପର୍ଶ ସପ୍ତାହ’ ପାଳନ କରିଥିଲୁ, ଯାହା ଗ୍ରାହକ କ୍ରୈନ୍ଦ୍ରୀକ କାର୍ଯ୍ୟକଳାପ ଉପରେ କେନ୍ଦ୍ରିତ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଥିଲା ଯେଉଁଥିରେ ୫୦୦୦ ରୁ ଅଧିକ ଶାଖା ଏବଂ ଖୁଚୁରା ସଂପତି କେନ୍ଦ୍ରକୁ ନେଇ ୧୫ଟି କାର୍ଯ୍ୟକ୍ରମ ରହିଛି ଏବଂ ଏହା ୯୫,୦୦୦ ରୁ ଅଧିକ କର୍ମଚାରୀଙ୍କ ନିକଟରେ ପହଂଚିଛି ।”

Share

Leave a Reply

Your email address will not be published. Required fields are marked *

one × 5 =