ଭୁବନେଶ୍ୱରରେ ସ୍ପେଲ୍ ବି’ର ୧୩ତମ ସଂସ୍କରଣର ଆଂଚଳିକ ଫିନାଲେ ପାଇଁ ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ମିର୍ଚି ସହିତ ସହଯୋଗିତା

ଭୁବନେଶ୍ୱର: ଭାରତର ଅନ୍ୟତମ ବିଶ୍ୱସ୍ତ ଘରୋଇ ଜୀବନ ବୀମା କମ୍ପାନି ଏସ୍‌ବିଆଇ ଲାଇଫ୍ ଇନସ୍ୟୁରାନ୍ସ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ୧୩ତମ ସ୍ପେଲ୍ ବି- “ସ୍ପେଲମାଷ୍ଟର୍ସ ଅଫ୍ ଇଣ୍ଡିଆ’ର ଆଂଚଳିକ ଫିନାଲେ ଆରମ୍ଭ ହୋଇଛି । କିଟ୍ ଇଂଟରନ୍ୟାସନାଲ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ମନୀଷା ନାୟକ ଏସ୍‌ବିଆଇ ଲାଇଫ୍ ସ୍ପେଲ୍ ବି ୨୦୨୩ ସଂସ୍କରଣର ଭୁବନେଶ୍ୱର ରିଜିଓନାଲ ଫିନାଲେରେ ବିଜୟୀ ହୋଇଛନ୍ତି । ନିଜର ଚମତ୍କାର ବନାନ ଏବଂ ବୌଦ୍ଧିକ ଦକ୍ଷତା ବଳରେ ସେ ୨୦୨୪ ଫେବୃଆରୀ ୨୪ରେ ହେବାକୁ ଥିବା ଗ୍ରାଣ୍ଡ ଫିନାଲେରେ ଯୋଗ ଦେଇ ଅନ୍ୟ ସହରରୁ ମନୋନୀତ ପ୍ରତିଯୋଗୀମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ।
ଆଂଚଳିକ ଫିନାଲେରେ ଭୁବନେଶ୍ୱରର ୬ଟି ବିଦ୍ୟାଳୟର ୪୩୦୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୯ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କେବଳ ବନାନ ଦକ୍ଷତା ବୃଦ୍ଧି ନୁହେଁ ବରଂ ପଂଚମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଅମୂଲ୍ୟ ଜୀବନ କୌଶଳ ବିକଶିତ କରିବା ଏବଂ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଉତ୍ସାହିତ କରିବା ଏହି ପଦକ୍ଷେପର ପ୍ରମୁଖ ଉଦ୍ଦେଶ୍ୟ ।
ଏସ୍‌ବିଆଇ ଲାଇଫ୍ ଇନସ୍ୟୁରାନ୍ସର ଆଂଚଳିକ ପ୍ରବନ୍ଧକ ସୁମନ ବିଶ୍ୱାସ ଭୁବନେଶ୍ୱର ରିଜିଓନାଲ ଫିନାଲେର ବିଜେତାଙ୍କୁ ସମ୍ମାନିତ କରିଥିଲେ ।
ଏହି ସହଯୋଗ ମାଧ୍ୟମରେ, ଲୋକମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବା, ସେମାନଙ୍କ ପ୍ରିୟଜନଙ୍କ ଆବଶ୍ୟକତା ଏବଂ ଆକାଂକ୍ଷାକୁ ସୁରକ୍ଷିତ ରଖିବାର ଉଦ୍ଦେଶ୍ୟକୁ ଏସବିଆଇ ଲାଇଫ୍ ବଜାୟ ରଖିଛି । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଶିକ୍ଷାଗତ ଉତ୍କର୍ଷତା ପାଇଁ ପ୍ଲାଟଫର୍ମ ପ୍ରଦାନ କରିବା, ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଏବଂ ଜୀବନ ଦକ୍ଷତା ସୃଷ୍ଟି କରିବା । ଏସବିଆଇ ଲାଇଫ ଦେଶର ପ୍ରଗତି ଏବଂ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଆଗାମୀ ଚିନ୍ତାଧାରା, ସଶକ୍ତ ଏବଂ ଆତ୍ମବିଶ୍ୱାସୀ ଯୁବ ମାନସିକତାର ଏକ ପିଢ଼ି ଗଠନ କରିବା ପାଇଁ ସକ୍ରିୟ ଭାବେ ଯୋଗଦାନ କରୁଛି ।
ଏସ୍‌ବିଆଇ ଲାଇଫ୍ ଇନସ୍ୟୁରାନ୍ସର କର୍ପୋରେଟ୍ କମ୍ୟୁନିକେସନ୍ ଏବଂ ସିଏସ୍‌ଆର୍‌ର ବ୍ରାଣ୍ଡ୍ ମୁଖ୍ୟ ରବୀନ୍ଦ୍ର ଶର୍ମା କହିଛନ୍ତି ଯେ, “କୌଣସି ଦେଶ ପାଇଁ ସେମାନଙ୍କର ଯୁବପିଢ଼ି ହିଁ ସେମାନଙ୍କ ଭବିଷ୍ୟତ ଯେଉଁମାନେ ନିଜ ଦେଶର ଅଭିବୃଦ୍ଧି ବଢ଼ାଇବାର ଶକ୍ତି ରଖିଛନ୍ତି । ଏସ୍‌ବିଆଇ ଲାଇଫ୍‌ରେ ଆମେ ଯୁବପିଢ଼ିମାନଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ସାମର୍ଥ୍ୟ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବାର ଏକ ଗଭୀର ପ୍ରତିବଦ୍ଧତା ଦ୍ୱାରା ପରିଚାଳିତ ହେଉଛୁ । ସ୍ପେଲ୍ ବି – “ସ୍ପେଲମାଷ୍ଟର୍ସ ଅଫ୍ ଇଣ୍ଡିଆ’ ସହିତ ଆମର ସହଯାଗିତା ଶିକ୍ଷାର ବାତାବରଣକୁ ପ୍ରୋତ୍ସାହିତ କରିବା ପାଇଁ ବ୍ରାଣ୍ଡ୍‌ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଆମେ ଏପରି ଏକ ପରିବେଶ ସୃଷ୍ଟି କରିବାରେ ବିଶ୍ୱାସ କରୁଛୁ ଯେଉଁଠାରେ ସେମାନଙ୍କ ସ୍ୱପ୍ନ ବିକଶିତ ହୋଇପାରିବ ଏବଂ ଏହି ସହଯୋଗିତା ମାଧ୍ୟମରେ ଆମେ କେବଳ ଶିକ୍ଷାଗତ ଉତ୍କର୍ଷତାକୁ ପ୍ରୋତ୍ସାହିତ କରୁନାହୁଁ ବରଂ ଏହି ଯୁବ ପ୍ରତିଭାମାନଙ୍କୁ ଏକ ସର୍ବଭାରତୀୟ ପ୍ରଶଂସିତ ପ୍ଲାଟଫର୍ମରେ ସ୍ୱୀକୃତି ପାଇବା ପାଇଁ ଏକ ମାର୍ଗ ମଧ୍ୟ ପ୍ରଦାନ କରୁଛୁ । ଏହି ଛୋଟ ପିଲାମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତର ପ୍ରତିଷ୍ଠାତା ଏବଂ ଏସବିଆଇ ଲାଇଫରେ ଆମେ ସେମାନଙ୍କ ସ୍ୱୀକୃତି ଏବଂ ସଫଳତା ଅଭିମୁଖେ ଯାତ୍ରାରେ ଯୋଗଦାନ କରୁଥିବାରୁ ଗର୍ବ ଅନୁଭବ କରୁଛୁ ।’’

Share

Leave a Reply

Your email address will not be published. Required fields are marked *

fifteen − 8 =