ୱି ପକ୍ଷରୁ ପୋଷ୍ଟ୍‌ପେଡ୍ ଅନୁଭୂତିରେ ଉନ୍ନତି ଆଣିବା ପାଇଁ “ଚଏସ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ଗ୍ରାହକମାନଙ୍କୁ ସୁହାଇବା ଭଳି ସମାଧାନ ପ୍ରଦାନ କରିବାର ଧାରାକୁ ଜାରି ରଖି ଦେଶର ଅଗ୍ରଣୀ ଟେଲିକମ ଅପରେଟର ୱି ପକ୍ଷରୁ ଶିଳ୍ପର ପ୍ରଥମ ଅଭିଯାନ “ଚଏସ୍‌’ର ଶୁଭାରମ୍ଭ କରାଯାଇଛି ଯାହା ପୋଷ୍ଟ୍‌ପେଡ୍ ଗ୍ରାହକମାନଙ୍କୁ ମନୋରଂଜନ, ଖାଦ୍ୟ, ପରିବହନ ଓ ମୋବାଇଲ୍ ସୁରକ୍ଷା ଭଳି ସ୍ୱତନ୍ତ୍ର ଜୀବନଶୈଳୀ ଲାଭଗୁଡ଼ିକର ବିକଳ୍ପ ଚୟନ କରିବାରେ ସ୍ୱାଧୀନତା ପ୍ରଦାନ କରିବ ।
ପୋଷ୍ଟପେଡ୍ ଗ୍ରାହକମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଥମ ଟେଲିକମ୍ କଂପାନି ଭାବେ ୱି ଏଭଳି ଅଭିଯାନ ଉପସ୍ଥାପନ କରି ଯାହା ପୋଷ୍ଟପେଡ୍ ଗ୍ରାହକମାନଙ୍କୁ ସେମାନଙ୍କ ପାଇଁ ସବୁଠୁ ଉପଯୁକ୍ତ ଲାଭକୁ ହାସଲ କରିବାରେ ସକ୍ଷମ କରିବ । ଏହି ନୂଆ ଅଭିଯାନରେ ୱି ଇଣ୍ଡିଭିଜୁଆଲ୍ ଆଣ୍ଡ୍ ଫାମିଲି ପୋଷ୍ଟ୍‌ପେଡ୍ ଗ୍ରାହକମାନେ ଚାରିଟି ସ୍ୱତନ୍ତ୍ର ବର୍ଗରେ ସେମାନଙ୍କ ପସନ୍ଦର ପ୍ରିମିୟମ୍ ପାର୍ଟନରଙ୍କ ଲାଭକୁ ହାସଲ କରିବାର ବିକଳ୍ପ ଚୟନ କରିପାରିବେ ।
ମନୋରଂଜନରେ ଆମାଜନ ପ୍ରାଇମ୍‌, ଡିଜ୍‌ନି+ହଟ୍‌ଷ୍ଟାର, ସୋନିଲିଭ୍ ଓ ସନ୍‌ନେକ୍ସଟ୍ । ଖାଦ୍ୟରେ ଇଜିଡାଇନର୍‌ର ୬ ମସ ସବ୍‌ସ୍କ୍ରିପ୍‌ସନ୍‌, ପ୍ରିମିୟମ୍ ରେସ୍ତୋରାଁ ଓ ବାର୍‌ରେ ୫୦% ପର୍ଯ୍ୟନ୍ତ ରିହାତିି, ପରିବହନରେ ଇଜିମାଇଁଟ୍ରିପ୍‌ର ଏକ ବର୍ଷ ସବ୍‌ସ୍କ୍ରିପ୍‌ସନ୍‌, ପ୍ରତି ମାସରେ ଗୋଟିଏ ପାଶ୍ୱର୍ର ବିମାନ ଟିକଟ ବୁକିଂରେ ୪୦୦ ଟଙ୍କା ରିହାତି କିମ୍ବ ରାଉଣ୍ଡ୍ ଟ୍ରିପ୍‌ରେ ୭୫୦ ଟଙ୍କାର ରିହାତି । ଗୋଟି ମୋବାଇଲ୍ ଡିଭାଇସ୍ ପାଇଁ ନର୍ଟନ ଆଂଟିଭାଇରସ୍ ପ୍ରୋଟେକ୍ସନର ୧ ବର୍ଷିଆ ସବ୍‌ସ୍କ୍ରିପ୍‌ସନ୍ । ଗ୍ରାହକମାନେ ନିଜ ପସନ୍ଦ ଅନୁସାରେ ଏହି ବିକଳ୍ପଗୁଡ଼ିକୁ ଚୟନ କରିପାରିବେ ।
ଏ ସମ୍ପର୍କରେ ୱିର ସିଏମ୍‌ଓ ଅବନୀଶ ଖୋସ୍‌ଲା କହିଛନ୍ତି ଯେ, “ନବସୃଜନ ଓ ଗ୍ରାହକ କୈନ୍ଦ୍ରୀକତା ପାଇଁ ଆମର ରହିଥିବା ପ୍ରତିବଦ୍ଧତା ଦିଗରେ ୱି ମ୍ୟାକ୍ସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି । ଆମେ “ଚଏସ୍‌’ ସୁବିଧାକୁ ଉପସ୍ଥାପନ କରିଥିବାରୁ ବେଳେ ପୋଷ୍ଟପେଡ୍ ପ୍ଲାନ୍‌ର ସମ୍ଭାବନାକୁ ପରିମାର୍ଜିତ କରିପାରିଛୁ । ନିଜ ସ୍ୱତନ୍ତ୍ର ଆବଶ୍ୟକତା ଅନୁସାରେ ସେମାନଙ୍କୁ ସୁହାଇବା ଭଳି ସୁବିଧା ପ୍ରଦାନ କରି ଗ୍ରାହକଙ୍କୁ ସଶକ୍ତ କରିବା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ । ୱି ମ୍ୟାକ୍ସ କେବଳ ଯୋଗାଯୋଗ ସୁବିଧା ପ୍ରଦାନ କରୁନାହିଁ ବରଂ ଏହାକୁ ଏଭଳି ପ୍ରସ୍ତୁତ କରାଯାଇଛି ଯାହା ନିଜ ପାଇଁ ସବୁଠୁ ଉପଯୋଗୀ ସେବାକୁ ଚୟନ କରିବାର ସୁବିଧା ପ୍ରଦାନ କରି ଆମ ଗ୍ରାହକମାନଙ୍କୁ ସଶକ୍ତ କରିବ । ପସନ୍ଦର ଓଟିଟି ସବ୍‌ସ୍କ୍ରିପ୍‌ସନ୍‌, ଉନ୍ନତ ସୁରକ୍ଷା ବ୍ୟବସ୍ଥା ଏବଂ ଜୀବନଶୈଳୀ ଲାଭକୁ ସମନ୍ୱିତ କରି ଆମେ ଏକ ସାମଗ୍ରିକ ସମାଧାନ ପ୍ରଦାନ କରୁଛୁ ଯାହା ଆଜିର ବ୍ୟବହାରକାରୀମାନଙ୍କ ଡିଜିଟାଲ୍ ଜୀବନଶୈଳୀ ସହ ବେଶ ଖାପ ଖାଉଛି । ଆମ ଗ୍ରାହକମାନଙ୍କ ପାଇଁ ମୂଲ୍ୟ, ଶକ୍ତି ଓ ସୁବିଧାକୁ ଆଗକୁ ବଢ଼ାଇବା ପାଇଁ ଆମର ରହିଥିବା ସମର୍ପଣ ଭାବର ପ୍ରତିଫଳନ ହେଉଛି ୱି ମ୍ୟାକ୍ସ ଯାହା ସେମାନଙ୍କୁ ଡିଜିଟାଲ ଯୁଗରେ ସମୃଦ୍ଧ ହେବା ପାଇଁ ସକ୍ଷମ କରିବ ।’’

Share

Leave a Reply

Your email address will not be published. Required fields are marked *

fifteen + twenty =