ଅଫିସରେ କରୋନା କଟକଣା ନମାନିଲେ ଦଣ୍ଡ

ଭୁବନେଶ୍ୱର()  ଦିନକୁ ଦିନ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି ।  ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି ।  ତେବେ ଏହାରି ଭିତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର  ନୂଆ ଗାଇଡଲାଇନ ଜାରି କରିଛନ୍ତି ।  ସରକାରୀ କର୍ମଜାରୀ ଓ ବିଭାଗଗୁଡ଼ିକ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି ।  ଜାରି ହୋଇଥିବା କଟକଣାକୁ କଡ଼ାକଡ଼ିଭାବେ ପାଳନ ପାଇଁ ନିଦେ୍ର୍ଧଶ ଦିଆଯାଇଛି ।
୧-  ଅଫିସରେ ସାମାଜିକ ଦୂରତା ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯିବ
୨-  ଅଫିସରେ କର୍ମଚାରୀମାନେ ଏକାଠି ହେବା କିମ୍ବା ବୈଠକ କରିପାରିବେ ନାହିଁ
୩- ସମସ୍ତ ଅଧିକାର, କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
୪- ଡ୍ରାଇଭର, ସିକୁ୍ୟରିଟି ଗାର୍ଡ ଓ ଜଗୁଆଳିଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ
୫- ନିୟମିତ ସାବୁନରେ ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବେ
୬- କର୍ମଚାରୀ ଓ ଭିଜିଟର ଅଫିସ ପରିସରରେ ଛେପ ପକାଇବା ଦଣ୍ଡନୀୟ
୭- କଟକଣା ଖିଲାପ କଲେ ଶୃଙ୍ଖଳାଭଙ୍ଗ ଅଭିଯୋଗରେ କାର୍ୟ୍ୟାନୁଷ୍ଠାନ ହେବ

Share

Leave a Reply

Your email address will not be published. Required fields are marked *

twenty + 17 =