ସୋଆ ଏନ୍‌ଏସ୍‌ଏସ୍‌ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

ଭୁବନେଶ୍ୱର () ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଏନ୍‌ଏସ୍‌ଏସ୍‌ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି । ଏହି ଅବସରରେ ୬ଟି ଶିକ୍ଷାନୁଷ୍ଠାନର ପ୍ରୋଗ୍ରାମ ଅଫିସରଙ୍କ ଦ୍ୱାରା ଦୁଇ ଘଣ୍ଟିଆ ଜଳଶକ୍ତି ଗ୍ରାମ, ସ୍ୱଚ୍ଛ କ୍ୟାମ୍ପସ୍‌, ଅନ୍‌ଲାଇନ୍‌ ପ୍ରଶିକ୍ଷଣ ଓ ସଚେତନତା କାର୍ୟ୍ୟକ୍ରମ କରାଯାଇଥିଲା ।

ଆୟୋଜିତ କାର୍ୟ୍ୟକ୍ରମରେ ସ୍ୱେଚ୍ଛାସେବୀଙ୍କୁ ପାଞ୍ଚଟି ଦଳରେ ବିଭକ୍ତ କରାଯାଇଥିଲା । ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟରକ୍ଷା, ଆବର୍ଜନା ପରିଚାଳନା, ସବୁଜିମା ଓ ଶକ୍ତି ସଂରକ୍ଷଣ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ତେବେ ପ୍ରତ୍ୟେକ ଏନ୍‌ଏସ୍‌ଏସ୍‌ ୟୁନିଟ୍‌ର ୫୦ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଏହିପରି ପାଞ୍ଚଟି ଦଳରେ ବିଭକ୍ତ କରି ପ୍ରତ୍ୟେକ ଦଳ ପାଇଁ ଏକ ଦଳପତି ଚୟନ କରାଯିବ । ଏହାଦ୍ୱାରା କ୍ୟାମ୍ପସ୍‌ରେ ଓ ପୋଷ୍ୟ ଗ୍ରାମରେ ପରିବେଶ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କାର୍ୟ୍ୟକ୍ରମ କରାଯିବ ଓ ଏକ ଖସଡ଼ା ପ୍ରସ୍ତୁତ ହେବ । ଏନେଇ ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ସଂଯୋଜକ ଡ. ନଚିକେତା ଶର୍ମା ସୂଚନା ଦେଇଛନ୍ତି ।

ଏହି କାର୍ୟ୍ୟକ୍ରମରେ ସୋଆ ଅନ୍ତର୍ଗତ ଆଇଟିଇଆର୍‌, ଆଇଏଏସ୍‌, ଏସ୍‌ଏଚ୍‌ଏମ୍‌, ଏସ୍‌ପିଏସ୍‌, ଆଇବିସିଏସ୍‌ ଓ ଏସ୍‌ଏନ୍‌ସିର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସମୁଦାୟ ୩୫୫ ଜଣ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ସେହିପରି କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ଅନ୍ତର୍ଗତ ମହାତ୍ମାଗାନ୍ଧୀ ଗ୍ରାମୀଣ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ପାଞ୍ଚଦିନିଆ ଫ୍ୟାକଲ୍ଟି ଡେଭଲ୍ପମେଣ୍ଟ ପ୍ରୋଗ୍ରାମରେ ଡ. ଶର୍ମା ଭାଗ ନେଇଥିଲେ ।

ପ୍ରଶିକ୍ଷଣ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରୋଗ୍ରାମ ଅଫିସର ଡ. ଶାନ୍ତିଲତା ଚମ୍ପତ୍ତି, ଜୀବନଜ୍ୟୋତି ମହାକୁଡ଼, ଡ. ଚକ୍ରଧର ପାତ୍ର, ଡ. ସରୋଜ କୁମାର ମହାନ୍ତି, ଡ. ସତ୍ୟ ନାରାୟଣ ଶତପଥି, ସୁକିର୍ତି ମହାନ୍ତି, ରାକେଶ ରୋଶନ ଶତପଥି, ମଧୁସ୍ମିତା ନାୟକ, ଡ. ଶୋଭନ୍‌ ପଟ୍ଟନାୟକ, ଡ. ରାଜାରାମ ମହାପାତ୍ର, ଡ. ଲଲାଟ ଇନ୍ଦୁ ମିଶ୍ର, ଭାଗ୍ୟଶ୍ରୀ ଖମାରୀ ଓ ଅଳକା ସାମନ୍ତରାୟ ।

ଉଲ୍ଲେଖଯୋଗ୍ୟ, ଆଗାମୀ ଦିନରେ ଏକ ଭାରତ ଶ୍ରେଷ୍ଠ ଭାରତ ଆନୁକୂଲ୍ୟରେ ମହାରାଷ୍ଟ୍ରର ୧୨ ବିଶ୍ୱବିଦ୍ୟାଳୟ ସହିତ ସୋଆ ଏନ୍‌ଏସ୍‌ଏସ୍‌ର ସଂସ୍କୃତି, ଚଳଣି, କଳା, ସଙ୍ଗୀତ ଆଦି ବିଷୟରେ ଅନ୍‌ଲାଇନ୍‌ ଆଦାନପ୍ରଦାନ ହେବ । ସେହିପରି ଉନ୍ନତ ଭାରତ ଅଭିଯାନ ଅନ୍ତର୍ଗତ ପୋଷ୍ୟ ଗ୍ରାମରେ ମଧ୍ୟ ଅନ୍‌ଲାଇନ୍‌ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ।

Share

Leave a Reply

Your email address will not be published. Required fields are marked *

nine + eighteen =