ମୁକେଶ ଅମ୍ବାନୀଙ୍କ ବଡ଼ ନିଷ୍ପତି

ମୁମ୍ବାଇ: କରୋନା କାଳରେ ରିଲିଆନ୍ସ କମ୍ପାନୀର ବଡ଼ ଘୋଷଣା । ରିଲିଆନ୍ସ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୫ବର୍ଷ ଯାଏଁ ଦରମା ପ୍ରଦାନ କରିବ କମ୍ପାନୀ । ଏହା ସହ ମୃତ କର୍ମଚାରୀଙ୍କ ପିଲାମାନଙ୍କ ପାଠ ପଢିବା ଖର୍ଚ୍ଚ କମ୍ପାନୀ ସମ୍ପୂର୍ଣ୍ଣ ବହନ କରିବ । ଏନେଇ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡର ଚେୟାରମ୍ୟାନ ଓ ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଓ ତାଙ୍କ ଧର୍ମପତ୍ନୀ ନୀତା ଅମ୍ବାନୀ ରିଲିଆନ୍ସ ଫ୍ୟାମିଲି ସପୋର୍ଟ ଓ ୱେଲଫେୟାର ସ୍କିମର ଘୋଷଣା କରିଛନ୍ତି । ଏହି ଅବସରରେ ସେମାନେ କହିଥିଲେ କି କରୋନା ମହାମାରୀ ଇତିହାସର ସବୁଠାରୁ ଭୟାବହ ଅନୁଭବ ନେଇ ଆମ ସାମ୍ନାକୁ ଆସିଛି । ତେଣୁ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜ୍ ତା’ର କର୍ମଚାରୀ ଓ ସେମାନଙ୍କ ପରିବାର ସହ ଛିଡା ହେବାକୁ ଚେଷ୍ଟା କରୁଛି ।

Share

Leave a Reply

Your email address will not be published. Required fields are marked *

16 − 7 =