ଆର୍କେଡ୍ ଡେଭେଲପର୍ସ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ମୁମ୍ବାଇର ଅଗ୍ରଣୀ ରିଅଲ ଇଷ୍ଟେଟ୍ ସଂସ୍ଥା ଆର୍କେଡ୍ ଡେଭେଲପର୍ସ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
କଂପାନି ପକ୍ଷରୁ ୪୩୦ କୋଟି ଟଙ୍କାର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁ ଯୋଜନା ରଖାଯାଇଛି । ସେଥିରୁ ଯେଉଁ ପାଣ୍ଠି ମିଳିବ ତାହାକୁ ବର୍ତମାନ ଜାରି ରହିଥିବା ପ୍ରକଳ୍ପ ଏବଂ ଆଗାମୀ ପ୍ରକଳ୍ପଗୁଡ଼ିକରେ ତଥା ଭବିଷ୍ୟତର ରିଅଲ ଇଷ୍ଟେଟ୍ ପ୍ରକଳ୍ପ ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଆର୍କେଡ୍ ଡେଭେଲପର୍ସ ହେଉଛି ଏକ ଅଗ୍ରଣୀ ରିଅଲ ଇଷ୍ଟେଟ୍ ସଂସ୍ଥା ଯାହାର ମହାରାଷ୍ଟ୍ରର ମୁମ୍ବାଇରେ ଉଲ୍ଲେଖନୀୟ ଉପସ୍ଥିତି ରହିଛି । ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ପ୍ରିମିୟମ୍ ଆବାସିକ ପ୍ରକଳ୍ପ ବିକାଶ କରିବା ଉପରେ କଂପାନି ଧ୍ୟାନ ଦେଉଛି । ୨୦୨୩ ଜୁଲାଇ ୩୧ ସୁଦ୍ଧା କଂପାନି ୧.୮୦ ନିୟୁତ ବର୍ଗଫୁଟର ଆବାସିକ ପ୍ରକଳ୍ପ ବିକାଶ କରିଛି । ୨୦୧୭ରୁ ୨୦୨୩ର ପ୍ରଥମ ତ୍ରୈମାସିକ ସୁଦ୍ଧା କଂପାନି ମୁମ୍ବାଇରେ ୧୦୪୦ ଆବାସିକ ୟୁନିଟ୍ ଉନ୍ମୋଚନ କରିଥିବା ବେଳେ ୭୯୨ ଆବାସିକ ୟୁନିଟ୍ ବିକ୍ରି କରିଛି । ସଠିକ୍ ସମୟରେ ପ୍ରକଳ୍ପ ଶେଷ କରିବାର ରେକର୍ଡ କଂପାନି ନାମରେ ରହିଛି । ୨୦୦୩ରୁ ୨୦୨୩ ମାର୍ଚ୍ଚ ସୁଦ୍ଧା କଂପାନି ସଫଳତାର ସହ ୯ଟି ପ୍ରକଳ୍ପର ପୁନଃ ବିକାଶ କରିଛି । ଆରାନକ୍ ରିପୋର୍ଟରେ ଆର୍କେଡ୍‌କୁ ମୁମ୍ବାଇର ଏକ ପ୍ରମୁଖ ରିଡେଭେଲପର ଭାବେ ଅଭିହିତ କରାଯାଇଛି ।
କଂପାନି ଏବେ ଆର୍କେଡ୍ ନେଷ୍ଟ, ଆର୍କେଡ୍ କ୍ରାଉନ୍‌, ଆର୍କେଡ୍ ଆସ୍ପାୟାର, ଆର୍କେଡ୍ ପ୍ରାଇମ୍ ଓ ଆର୍କେଡ୍ ଅରା ଭଳି ପ୍ରକଳ୍ପ ବିକାଶ କରୁଛି ।
୨୦୨୧, ୨୦୨୨ ଓ ୨୦୨୩ ଆର୍ଥିକ ବର୍ଷରେ ଆର୍କେଡ୍ ଡେଭେଲପରର ରାଜସ୍ୱ ଯଥାକ୍ରମେ ୧୧୩.୧୮ କୋଟି ଟଙ୍କା, ୨୩୭.୧୮ କୋଟି ଟଙ୍କା ଏବଂ ୨୨୪.୦୧ କୋଟି ଟଙ୍କା ଥିଲା ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛି ୟୁନିଷ୍ଟୋନ୍ କ୍ୟାପିଟାଲ୍ । ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରାଯିବ ।

Share

Leave a Reply

Your email address will not be published. Required fields are marked *

five + 3 =