ଟିପିଏସ୍ଓଡିଏଲ୍ ର“ସମ୍ପର୍କ କେନ୍ଦ୍ର” ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବ

  • କଂପାନି ଏହାର ସମସ୍ତ ଫ୍ୟୁଜ୍ କଲ୍ ସେଂଟର (ଏଫସିସି)କୁ “ସମ୍ପର୍କ କେନ୍ଦ୍ରରେ ରୂପାନ୍ତରିତ କରିବ
  • ଗ୍ରାମାଂଚଳ ଲାଗି ସେବା ମୂତୟନ

 ଭୁବନେଶ୍ୱର: ଗ୍ରାମାଂଚଳରେ ସମସ୍ତ ପ୍ରକାର ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବା ଲାଗି ସମସ୍ତ ଗ୍ରାମୀଣ ଫ୍ୟୁଜ କଲ୍ ସେଂଟରକୁ “ସମ୍ପର୍କ କେନ୍ଦ୍ରରେ ପରିଣତ କରିବାକୁ ଟିପି ସଦର୍ଣ୍ଣ ଓଡ଼ିଶା ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଲକ୍ଷ୍ୟ ରଖିଛି । ବ୍ରହ୍ମପୁର ବିଦ୍ୟୁତ ଡିଭିଜନ (ମଣ୍ଡଳ) ୨ ଏବଂ ହିଞ୍ଜିଳିକାଟୁ ଡିଭିଜନରେ ଏହି କାର୍ଯ୍ୟ ସଫଳତାର ସହ ସମ୍ପାଦିତ ହୋଇଛି । ଟିପିଏସ୍ଓଡିଏଲ୍ ସମସ୍ତ ଗ୍ରାମୀଣ ଏଫସିସିକୁ ସମ୍ପର୍କ କେନ୍ଦ୍ରରେ ପରିଣତ କରିବାକୁ ଚାହୁଛି।

ଗ୍ରାମୀଣ ସେବା ପ୍ରଦାନରେ ସମ୍ପର୍କ କେନ୍ଦ୍ରଗୁଡ଼ିକ ପରିବର୍ତନକାରୀର ଭୂମିକା ତୁଲାଇବେ କାରଣ ବିଦ୍ୟୁତ ଯୋଗାଣ ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ଲାଗି ସେଗୁଡ଼ିକ ପ୍ରଭାବୀ ଟଚ୍-ପଏଣ୍ଟ  ଭାବେ କାର୍ଯ୍ୟ କରିବେ । ବିଲ୍ ପେମେଂଟ୍ ସମସ୍ୟା, ବିବାଦୀୟ ବିଲ୍ ର ଫଇସଲା, ଯୋଗାଯୋଗ  ନମ୍ବର ଓ ଇ-ମେଲ୍ ଠିକଣା ଅପଡେଟ, ନୂଆ ସଂଯୋଗ ବିଷୟରେ ସୂଚନା, ବକେୟାର ସ୍ପଟ୍ କଲେକ୍ସନ ଏବଂ ମିଟର ନଥିବା ସଂଯୋଗର ନିୟମିତକରଣ, ଚୋରି/ ଉତ୍ପୀଡ଼ନ ସୂଚନା, ବାଣିଜ୍ୟିକ ଅଭିଯୋଗ ଦାଖଲ ଏବଂ ଅନ୍ୟାନ୍ୟ ବିଦ୍ୟୁତ ସମ୍ପର୍କିତ ସମସ୍ୟା ଲାଗି ଗ୍ରାହକମାନେ ସମ୍ପର୍କ କେନ୍ଦ୍ର ପରିଦର୍ଶନ କରିପାରିବେ ।

ଏହି ପ୍ରକ୍ରିୟାକୁ ଅଧିକ ସହଜ କରିବା ଲାଗି ଗ୍ରାହକମାନେ ସେମାନଙ୍କ ଅଭିଯୋଗ ପାଇଁ ଚବିଶ ଘଂଟିଆ ଦେୟମୁକ୍ତ ନମ୍ବର ୧୯୧୨ କିମ୍ବା ୧୮୦୦-୩୪୫୬-୭୯୭ରେ କଲ୍ କରିପାରିବେ ଏବଂ ନୂଆ ସଂଯୋଗ ପାଇବା ଲାଗି ୭୦୦୮୮୦୮୮୮୮ରେ ମିସଡ଼ କଲ୍ କରିପାରିବେ।

“ଟିପିଏସ୍ଓଡିଏଲ୍ ସର୍ବଦା ଗ୍ରାହକ ସେବାକୁ ସର୍ବାଧିକ ପ୍ରାଥମିକତା ଦେଉଛି । ବର୍ତମାନର ଭିତ୍ତିଭୂମିରେ ଉନ୍ନତୀକରଣ, ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣର ପ୍ରଦର୍ଶନ, ଗ୍ରାହକ ସମ୍ପର୍କ କେନ୍ଦ୍ର ପରିଚାଳନା, ଗ୍ରାମାଚଂଳରେ ଭରସାଯୋଗ୍ୟତାରେ ଉନ୍ନତି ଓ ଗ୍ରାହକ ସନ୍ତୁଷ୍ଟି ଲକ୍ଷ୍ୟ ହାସଲ କରିବା ଉପରେ ବ୍ୟାପକ ଧ୍ୟାନ ଦିଆଯାଉଛି ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର  ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂ କହିଛନ୍ତି ।’’

Share

Leave a Reply

Your email address will not be published. Required fields are marked *

twenty − eighteen =