ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ “ସ୍ମାର୍ଟ ୱାର୍କସପ୍‌’ ମୋବାଇଲ୍ ଆପ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଶିଳ୍ପର ପ୍ରଥମ ନବସୃଜନ “ସ୍ମାର୍ଟ ୱାର୍କସପ୍‌’ ମୋବାଇଲ୍ ଆପ୍‌କୁ ଗର୍ବର ସହ ଉନ୍ମୋଚନ କରାଯାଇଛି । ଏହା ଜରିଆରେ ଗ୍ରାହକମାନେ ଗାଡ଼ିର ସର୍ଭିସ୍ ଅଗ୍ରଗତି ବିଷୟରେ ବାସ୍ତବ ସମୟ ସୂଚନା ପାଇପାରିବେ । ଗ୍ରାହକମାନଙ୍କୁ ସୁବିଧା ଓ ସ୍ୱଚ୍ଛତା ପ୍ରଦାନ କରିବାରେ ଏଚ୍‌ଏମ୍‌ଏସ୍‌ଆଇର ପ୍ରତିବଦ୍ଧତାକୁ ଏହା ଦୋହରାଉଛି ।
“ସ୍ମାର୍ଟ ୱାର୍କସପ୍‌’ ଆପ୍ ଜରିଆରେ ଗ୍ରାହକମାନେ ଏବେ ଗୋଟିଏ ଏସ୍‌ଏମ୍‌ଏସ୍ ଲିଙ୍କ୍ ଜରିଆରେ ନିଜ ଗାଡ଼ିର ସର୍ଭିସ୍ ପ୍ରସ୍ତୁତିର ପ୍ରତ୍ୟେକ ପର୍ଯ୍ୟାୟକୁ ଟ୍ରାକ୍ କରିବାର କ୍ଷମତା ରଖିଛନ୍ତି । ସର୍ଭିସ୍ ସେଂଟରଗୁଡ଼ିକରେ ଗ୍ରାହକଙ୍କ ଗାଡି ଭର୍ତି ହେବା, ମରାମତି ହେବା ଏବଂ ଗାଡ଼ି ବାହାରିବାଠାରୁ ଆରମ୍ଭ କରି ବିଭିନ୍ନ ପର୍ଯ୍ୟାୟ ଦେଇ ଯାଇଥାଏ । ଗାଡି ସର୍ଭିସ୍‌ର ପ୍ରତ୍ୟେକ ପର୍ଯ୍ୟାୟ କାମ ଶେଷ ହେବା ପରେ ଗ୍ରାହକ ଏସଏମଏସ ମାଧ୍ୟମରେ ପଠାଯାଇଥିବା ଲିଙ୍କ ଜରିଆରେ ପ୍ରକ୍ରିୟା ସମାପ୍ତ ହେବାର ସୂଚନା ପାଇବେ । ଏହା ଦ୍ୱାରା ଗ୍ରାହକମାନେ ସେମାନଙ୍କ ଗାଡି ବିଷୟରେ ବାସ୍ତବ ସମୟ ସୂଚନା ପାଇପାରିବେ ।
ଏଚ୍‌ଏମ୍‌ଏସ୍‌ଆଇ ଆସନ୍ତା ବର୍ଷ ଶେଷ ସୁଦ୍ଧା ପର୍ଯ୍ୟାୟକ୍ରମେ ଭାରତର ସମସ୍ତ ଅଧିକୃତ ମୁଖ୍ୟ ଡିଲର୍ ସର୍ଭିସ୍ କେନ୍ଦ୍ରରେ ସ୍ମାର୍ଟ ୱାର୍କସପ୍ ମୋବାଇଲ୍ ଆପ୍‌କୁ ବିସ୍ତାର କରି ହାଇଦ୍ରାବାଦ, ଜୟପୁର, ପୁଣେ ଏବଂ ମୁମ୍ବାଇ ଭଳି ପ୍ରମୁଖ ସହରରୁ ଏହାର କାର୍ଯ୍ୟକାରିତା ଆରମ୍ଭ କରିଛି । ପ୍ରତୀକ୍ଷା ସମୟ ହ୍ରାସ, ସେମାନଙ୍କ ଦିନ ଯୋଜନାକୁ ସକ୍ଷମ କରୁଥିବା ସର୍ଭିସ୍ ପ୍ରସ୍ତୁତି ଦେଖିବା, ଅତିରିକ୍ତ ଆପଏଂଟ୍‌ମେଂଟ୍ ଅନୁରୋଧ କିମ୍ବା ସୁପାରିସ ବିଷୟରେ ସ୍ୱଚ୍ଛତା, ଗ୍ରାହକଙ୍କ ମତାମତ ଉପରେ ତ୍ୱରିତ ପ୍ରତିକ୍ରିୟା ଏବଂ କର୍ମଶାଳାରୁ ସୁରୁଖୁରୁରେ ଯାନ ବିତରଣ ଏବଂ ଯାନ ବାହାର ପ୍ରକ୍ରିୟା କ୍ଷେତ୍ରରେ ଗ୍ରାହକଙ୍କୁ ସିଧାସଳଖ ଲାଭ ମିଳିବ ।
“ସ୍ମାର୍ଟ ୱାର୍କସପ୍‌’ ମୋବାଇଲ ଆପ୍‌ର ପ୍ରଚଳନ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସେଲ୍ସ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ ଯୋଗେଶ ମାଥୁର କହିଛନ୍ତି ଯେ, ଗ୍ରାହକଙ୍କ ସନ୍ତୁଷ୍ଟି ଓ ନବସୃଜନ ବୃଦ୍ଧି ପାଇଁ ଆମ

ପ୍ରତିବଦ୍ଧତା ଆମକୁ “ସ୍ମାର୍ଟ ୱାର୍କସପ୍‌’ ମୋବାଇଲ୍ ଆପ୍ ବିକଶିତ କରିବାକୁ ପ୍ରେରଣା ଦେଇଛି । ଏହି ବୈପ୍ଳବିକ ଉପକରଣ କେବଳ ସ୍ୱଚ୍ଛତା ପ୍ରଦାନ କରିବ ନାହିଁ ବରଂ ଆମ ମୂଲ୍ୟବାନ ଗ୍ରାହକଙ୍କ ପାଇଁ ଏକ ଅସୁବିଧାମୁକ୍ତ ଅନୁଭୂତି ମଧ୍ୟ ସୁନିଶ୍ଚିତ କରିବ । ଏହି ଆପ୍ଲିକେସନ୍‌ର ଶୁଭାରମ୍ଭ ଏହାର ଗ୍ରାହକଙ୍କ ସୁବିଧା ପାଇଁ ପ୍ରଯୁକ୍ତିର ଉପଯୋଗ କରିବା ପାଇଁ ଏଚ୍‌ଏମ୍‌ଏସ୍‌ଆଇର ସମର୍ପଣର ପ୍ରମାଣ ।’’

Share

Leave a Reply

Your email address will not be published. Required fields are marked *

20 + seven =