ଇନ୍‌ଭଏସ୍‌ମାର୍ଟରେ ୧,୦୦,୦୦୦ କୋଟି ଟଙ୍କାର ଏମ୍‌ଏସ୍‌ଏମ୍‌ଇ ଇନ୍‌ଭଏସ୍ ଫାଇନାନ୍ସିଂ ସମ୍ପାଦିତ

ଭୁବନେଶ୍ୱର: ଭାରତର ସର୍ବବୃହତ ଟ୍ରେଡ୍ ରିସିଭେବଲ୍ ଡିସ୍‌କାଉଟିଂ ବ୍ୟବସ୍ଥା (ଟିଆର୍‌ିଡିଏସ୍‌) ପ୍ଲାଟଫର୍ମ ପକ୍ଷରୁ ୧,୦୦,୦୦୦ କୋଟି ଟଙ୍କାର ଏମ୍‌ଏସ୍‌ଏମ୍‌ଇ ଇନ୍‌ଭଏସ୍ ଫାଇନାନ୍ସିଂ ମାଇଲ୍‌ଖୁଂଟ ହାସଲ କରିଛି । ପ୍ରଥମ ଟିଆର୍‌ଇଡିଏସ୍ ପ୍ଲାଟଫର୍ମ ଭାବେ ଏହା ଏଭଳି ସଫଳତା ହାସଲ କରିଛି ଏବଂ ଫିନ୍‌ଟେକ୍ କ୍ଷେତ୍ରରେ ଏହାକୁ ନିଜକୁ ଅଗ୍ରଣୀ ଯୋଗାଣକାରୀ ଭାବେ ପ୍ରତିଷ୍ଠିତ କରିପାରିଛି ।
୨୦୨୩ ଆର୍ôଥକ ବର୍ଷରୁ ଇନଭଏସ୍ ଫାଇନାନ୍ସିଂରେ ଦ୍ରୁତ ଅଭିବୃଦ୍ଧି ଘଟିଛି ଏବଂ ବର୍ତମାନ ପ୍ଲାଟଫର୍ମରେ କାରବାର କରୁଥିବା ୫୦୦୦ରୁ ଅଧିକ ପିନ୍ କୋଡ୍‌ରେ ୨୮୦୦୦ରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ପଞ୍ଜୀକୃତ ହୋଇଛନ୍ତି । ବର୍ତମାନ ଇନଭଏସମାର୍ଟ ମାସିକ ୫୦୦୦ କୋଟି ଟଙ୍କାରୁ ଅଧିକ ଆର୍ôଥକ ସହାୟତା ପ୍ରଦାନ କରୁଛି ଏବଂ ସମସ୍ତ ପ୍ରକାର ସଂସ୍ଥାଙ୍କ ଅଂଶଗ୍ରହଣ ଦ୍ୱାରା ସକ୍ରିୟ ରହିଛି ।
୨୦୨୩ ଜୁନ୍‌ରେ ଟିଆରଇଡିଏସର ସମ୍ପ୍ରସାରଣ ଉପରେ ଆରବିଆଇର ଘୋଷଣା ସହିତ ସମନ୍ୱିତ ହୋଇ ଇନଭଏସମାର୍ଟ ଟିଆରଇଡିଏସ ମାଧ୍ୟମରେ ଏମଏସଏମଇ ଇନଭଏସ୍ ପେମେଂଟ୍‌ର ସିଧାସଳଖ ସମାଧାନ ଆରମ୍ଭ କରିଛି । ଏହା ଦ୍ୱାରା କର୍ପୋରେଟ, ସିପିଏସଇ, ପିଏସୟୁ ଇତ୍ୟାଦି ଏମଏସଏମଇ ଯୋଗାଣ ଶୃଙ୍ଖଳା ଦେୟ ପ୍ରକ୍ରିୟାକୁ ସୁଗମ କରିବାରେ ସାହାଯ୍ୟ କରିବ । ଇନଭଏସମାର୍ଟ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି ଏବଂ ଏକ ଅଗ୍ରଣୀ ମହାନଗର ନିଗମକୁ ଅତି ପ୍ରତିଯୋଗିତାମୂଳକ ହାରରେ ଟିଆରଇଡିଏସ ମାଧ୍ୟମରେ ଏହାର ଏମଏସଏମଇଗୁଡିକୁ ଦେୟ ପ୍ରଦାନ କରିବା ସୁବିଧ ପ୍ରଦାନ କରୁଛି ।
ପ୍ରାୟ ୧୬୦୦ରୁ ଅଧିକ ନିଗମ, ସିପିଏସ୍‌ଇ, ପିଏସୟୁ ଇତ୍ୟାଦି ପାଇଁ ଇନଭଏସ୍‌ମାର୍ଟ ହେଉଛି ପସନ୍ଦର ଟିଆରଇଡିଏସ୍ ପ୍ଲାଟଫର୍ମ । ୪ଟି ରାଜ୍ୟ ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ପରେ ଇନଭଏସମାର୍ଟ ଏବେ ଏମଏସଏମଇ କ୍ଷେତ୍ରରେ ଗଭୀର ଭାବେ ପ୍ରବେଶ କରିବା ଏବଂ ଏମଏସଏମଇ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ରାଜ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେଉଛି । ଡିଜିଟାଲ ସକ୍ଷମତା ଏବଂ ଡିଜିଟାଲ ସାର୍ବଜନୀନ ଭିତିଭୂମିର ବ୍ୟବହାର ମଧ୍ୟ ଏମଏସଏମଇ ପଞ୍ଜୀକରଣରେ ବୃଦ୍ଧି ଆଣିଛି ଯେଉଁଠାରେ ଏହା ବର୍ତମାନ ଗତ ଦୁଇ ମାସ ମଧ୍ୟରେ ୧୦୦୦ରୁ ଅଧିକ ପଞ୍ଜୀକରଣ ହାସଲ କରିଛି ।
ବଜାରରେ ଇନଭଏସ୍ ଫାଇନାନ୍ସିଂ ମାଧ୍ୟମରେ ଏମଏସଏମଇ ପାଇଁ ଋଣ ପାଇବାର ସହଜତା ପ୍ରକୃତରେ ଏକ ପରିବର୍ତନକାରୀ ସାବ୍ୟସ୍ତ ହୋଇଛିି ଏବଂ ଇନଭଏସମାର୍ଟ ଗର୍ବର ସହ ଟିଆରଇଡିଏସରେ ନେତୃତ୍ୱ ନେଉଛି । ଏହି ପ୍ଲାଟଫର୍ମ ଜରିଆରେ ୨୫ ଲକ୍ଷରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ଚାଲାଣ ପାଇଁ ପାଖାପାଖି ୧ ଲକ୍ଷ କୋଟି ଟଙ୍କାର ଅର୍ଥ ଯୋଗାଣ କରାଯାଉଥିବାରୁ ଏହା ପ୍ରମାଣିତ ହୋଇଛି ଯେ ଯଦି ପ୍ରମୁଖ କ୍ରେତା (କର୍ପୋରେଟ୍‌, ସିପିଏସ୍‌ଇ, ପିଏସୟୁ ଇତ୍ୟାଦି) ସକ୍ରିୟ ଭାବରେ ଟିଆରଇଡିଏସ୍ ଗ୍ରହଣ କରନ୍ତି ଏବଂ ଆବଶ୍ୟକ ନିୟାମକ ତଥା ସରକାରୀ ସହାୟତା ପ୍ରଦାନ କରାଯାଏ ତେବେ ଏହି ଅଭିନବ ଉପକରଣ ମାଧ୍ୟମରେ ଆହୁରି ଅନେକ ଏମ୍‌ଏସ୍‌ଏମ୍‌ଇ ଉପକୃତ ହୋଇପାରିବେ ।
ଇନଭଏସମାର୍ଟର ଏମଡି ଏବଂ ସିଇଓ ପ୍ରକାଶ ଶଙ୍କରନ କହିଛନ୍ତି ଯେ,“ଆମେ ଗୋଟିଏ ପଟେ କର୍ପୋରେଟ୍ ଏବଂ ସରକାରୀ କ୍ରେତାଙ୍କ ଅଂଶଗ୍ରହଣ ବୃଦ୍ଧି କରୁଛୁ ଏବଂ ଅନ୍ୟପଟେ ଏନବିଏଫସି/ଫ୍ୟାକ୍ଟର୍ସ ସମେତ ବ୍ୟାଙ୍କିଙ୍ଗ ୍ ବ୍ୟବସ୍ଥାରେ ଅଂଶଗ୍ରହଣ ବୃଦ୍ଧି ଆଣୁଛୁ । ଇନଭଏ୍ୱାର୍ଟର ଉନ୍ନତ ଜ୍ଞାନକୌଶଳ ଏବଂ ଦୃଢ଼ ଗ୍ରାହକ ସେବା ଏହି ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରୁଛି । ଆର୍ôଥକ ବର୍ଷ ୨୦୨୩-୨୪ରେ ଆମେ ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କ ସମେତ ଆମର ଫାଇନାନ୍ସରମାନଙ୍କ ଅଂଶଗ୍ରହଣର ଗତିରେ ମଧ୍ୟ ପରିବର୍ତନ ପରିଲକ୍ଷିତ କରିଛୁ । ରାଜ୍ୟ ସରକାରଙ୍କ ବ୍ୟବସାୟ ସମେତ ଟିଆରଇଡିଏସ୍‌କୁ ସରକାରଙ୍କ ଅନୁମୋଦନ ଆଗାମୀ ଦିନରେ ଦୃଷ୍ଟିକୋଣକୁ ସକାରାତ୍ମକ ଭାବେ ପ୍ରଭାବିତ କରିବ ।”

Share

Leave a Reply

Your email address will not be published. Required fields are marked *

17 − 6 =