ଜୟ ଇ-ବାଇକ୍ ପକ୍ଷରୁ ସାରା ଦେଶରେ ୧୫୦ ସୋ’ରୁମ୍ ସହ ବିତରଣ ନେଟ୍‌ୱର୍କର ସୁଦୃଢ଼ୀକରଣ

ଭୁବନେଶ୍ୱର: ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ଅଗ୍ରଣୀ ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଦ୍ରୁତ ସମ୍ପ୍ରସାରଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ ବିଷୟରେ ଘୋଷଣା କରାଯାଇଛି । ଗତ ଏକ ବର୍ଷ ମଧ୍ୟରେ ଦ୍ରୁତ ସମ୍ପ୍ରସାରଣ ଜରିଆରେ କମ୍ପାନି ୧୫୬ଟି ସ୍ୱତନ୍ତ୍ର ବିତରକ ସୋ’ରୁମ୍ ସ୍ଥାପନ କରିଥିବା ବେଳେ ସାରା ଭାରତରେ ଏହାର ଟଚ୍‌ପଏଂଟ୍ ସଂଖ୍ୟାକୁ ୭୫୦ରୁ ଅଧିକ କରି ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣକୁ ସଫଳତାର ସହ କାର୍ଯ୍ୟକାରୀ କରିଛି । ଗ୍ରାହକଙ୍କୁ କେନ୍ଦ୍ରରେ ରଖି ଉତ୍ପାଦ ଓ ସେବା ପ୍ରଦାନ କରିବା ଲାଗି ରହିଥିବା ଲକ୍ଷ୍ୟ ଅନୁସାରେ କମ୍ପାନି ଏହା ହାସଲ କରିଛି ।
ପଶ୍ଚିମରେ ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ; ଉତରରେ ଦିଲ୍ଲୀ, ଚଣ୍ଡିଗଡ଼, ପଞ୍ଜାବ, ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ, ଉତରାଖଣ୍ଡ ଓ ଉତରପ୍ରଦେଶ; ପୂର୍ବରେ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା ଓ ପଶ୍ଚିମବଙ୍ଗ; ଏବଂ ଦକ୍ଷିଣରେ ତାମିଲନାଡୁ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଏହି ସ୍ୱତନ୍ତ୍ର ବିତରକ ସୋ’ରୁମ୍ ଗୁଡ଼ିକ ଭାରତର କୋଣ ଅନୁକୋଣରେ ରହିଛି । ନିକଟରେ ଉନ୍ମୋଚିତ ହୋଇଥିବା ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ମିହୋସ୍ ସମେତ ଏହି ସୋ’ରୁମ୍ ଗୁଡ଼ିକରେ ଲୋ ଓ ହାଇସ୍ପିଡ୍ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ଉପଲବ୍ଧ ହେଉଛି । ମିହୋସ୍‌, ପଲି ଡିସାଇକ୍ଲୋପେଟାାଂଡିନ୍ ମ୍ୟାଟେରିଆଲ୍ (ପିଡିସିପିଡି) ସହିତ ନିର୍ମିତ ଏକ ହାଇସ୍ପିଡ୍ ଇଲେକ୍ଟ୍ରିକ୍ ସ୍କୁଟର ଯାହା ଚାଳକମାନଙ୍କ ପାଇଁ ସ୍ଥାୟୀତ୍ୱ ଏବଂ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତିକୁ ପ୍ରତିଫଳିତ କରୁଛି ।
ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଯତୀନ ଗୁପ୍ତେ କହିଛନ୍ତି ଯେ, “ଆମେ ରେକର୍ଡ ସମୟ ମଧ୍ୟରେ ୧୫୬ଟି ବିତରକ ସୋ’ରୁମ୍ ଶୁଭାରମ୍ଭ କରିବାର ଏକ ଉଲ୍ଲେଖନୀୟ ମାଇଲଖୁଂଟ ହାସଲ କରିଛୁ ଯାହା ଦେଶର ୨୧ଟି ରାଜ୍ୟର ମେଟ୍ରୋ ସହରଠାରୁ ଆରମ୍ଭ କରି ଟାୟାର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ସହରକୁ ଇଲେକ୍ଟ୍ରିକ୍ ଗମନାଗମନକୁ ଆଗକୁ ବଢ଼ାଇବା ଦିଗରେ ଏକ ବଡ଼ ପଦକ୍ଷେପ । ଏହା ଆମର ବିତରଣ ନେଟୱାର୍କ, ବୃହତ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ ଆମର ନିରନ୍ତର ପ୍ରୟାସ ସହିତ ସମନ୍ୱିତ ରହିଛି । ତୃଣମୂଳ ସ୍ତରରେ ଆମର ଡିଲରମାନଙ୍କ ସହ ସୁଦୃଢ଼ ସମ୍ପର୍କ ସ୍ଥାପନ କରିବା ଏବଂ ଦେଶବ୍ୟାପୀ ଗ୍ରାହକଙ୍କ ସହ ସ୍ଥାୟୀ ସମ୍ପର୍କ ସ୍ଥାପନ କରି ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ଶିଳ୍ପରେ ବୈପ୍ଳବିକ ପରିବର୍ତନ ଆଣିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଆମର ଅତ୍ୟାଧୁନିକ ସୁବିଧା ଏବଂ ଉତ୍କୃଷ୍ଟ ବିକ୍ରୟ ଏବଂ ସେବା ମାଧ୍ୟମରେ ଆମେ ଆମ ସମ୍ମାନିତ ଗ୍ରାହକମାନଙ୍କ ପାଇଁ ଏକ ନିରବଚ୍ଛିନ୍ନ କ୍ରୟ ଏବଂ ମାଲିକାନା ଯାତ୍ରା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ । ଏହି ଉପଲବ୍ଧି ଦେଶର ଅତ୍ୟନ୍ତ ଦୁର୍ଗମ ଅଂଚଳରେ ଗ୍ରାହକଙ୍କ ନିକଟରେ ପହଚାଂଇବା ସହ ଏକ ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ କରିବାକୁ ଆମର ପ୍ରତିଶ୍ରୁତିକୁ ଦୋହରାଇଛି ।’’

Share

Leave a Reply

Your email address will not be published. Required fields are marked *

four × five =