ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଯୋଡା ଅଞ୍ଚଳର ୧୨୧୧ ପଛୁଆବର୍ଗ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍ ପ୍ରଦାନ

ଫେଲୋସିପ୍ ରାଶି ୧.୨୯ କୋଟି ଟଙ୍କା ପ୍ରଦାନ

ପ୍ରାୟ ୩୦୦ ମହିଳା ଡିଜିଟାଲ ଦକ୍ଷତା ବିକାଶ ଆଲୋଚନାରେ ଭାଗ ନେଲେ

୧୦୦ ଜଣ କୃଷକଙ୍କୁ ବାଣିଜ୍ୟିକ କୃଷି ଏବଂ ଦୀର୍ଘସ୍ଥାୟୀ ଜଳ ପରିଚାଳନା ପଦ୍ଧତି ଉପରେ ଶିକ୍ଷା ଗ୍ରହଣ

ଯୋଡ଼ା: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ ମଙ୍ଗଳବାର ଯୋଡ଼ାରେ ଅନୁଷ୍ଠିତ ଅରୁଣିମା କାର୍ଯ୍ୟକ୍ରମରେ ଯୋଡ଼ା ଏବଂ ଆଖପାଖ ଅଞ୍ଚଳର ଅର୍ଥନୈତିକ ଅନଗ୍ରସର ଅନୁସୂଚିତ ଜାତିି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ୧୨୧୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୧.୨୯ କୋଟି ଟଙ୍କାର ଜ୍ୟୋତି ଫେଲୋସିପ୍ ପ୍ରଦାନ କରାଯାଇଛି ।

ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ‘ଅରୁଣିମା’ରେ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଓ ବିକାଶର ମହତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଏଥିରେ ଟାଟା ଷ୍ଟିଲର ଜିଏମ୍ (ଓଏମ୍‌କ୍ୟୁ) ଅତୁଲ କୁମାର ଭଟ୍ଟନାଗର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଟାଟା ଷ୍ଟିଲ୍ ଯୋଡ଼ାର ମୁଖ୍ୟ ରାଜେଶ କୁମାର, ଟାଟା ଷ୍ଟିଲ୍‌ର କଳମଙ୍ଗ-ଗନ୍ଧଲପଡ଼ା ପ୍ରକଳ୍ପ ମୁଖ୍ୟ ଦୀପକ କୁମାର ବେହେରା, ଏନ୍‌ଆଇଏନ୍‌ଏଲ୍‌ର ମୁଖ୍ୟ ରାହୁଲ କିଶୋର ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଓଡ଼ିଶାର ସିଏସ୍‌ଆର୍ ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ ଓ ଟିଏସ୍‌ଏଫ୍‌ର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଉଦ୍‌ଘାଟନୀ ସମାରୋହରେ ଜ୍ୟୋତି ଫେଲୋସିପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଊଁଥିରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଫେଲୋସିପ୍ ପ୍ରଦାନ କରାଯାଇଥିଲା ।

“ଦୀର୍ଘସ୍ଥାୟୀ ବିକାଶ ପାଇଁ ଜଳ – ବିଶ୍ୱ ଜଳ ସଙ୍କଟକୁ ଏଡ଼ାଇବା’ ବିଷୟବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦକ୍ଷତା ବୃଦ୍ଧି, ସଚେତନତା ପଦକ୍ଷେପ ଏବଂ ଅଭିନବ ସମାଧାନ ମାଧ୍ୟମରେ ଜଳ ସମ୍ବନ୍ଧୀୟ ଆହ୍ୱାନର ମୁକାବିଲା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଦୀର୍ଘସ୍ଥାୟୀ ଜଳ ଓ କୃଷି ପ୍ରକଳ୍ପ, ଜଳ ସଂରକ୍ଷଣ ଢାଂଚା, ଜଳସେଚନ ପରିଚାଳନା ଏବଂ କୃଷକମାନଙ୍କ ଶିକ୍ଷା ପାଇଁ ଉଦ୍ୟମକୁ ପ୍ରଦର୍ଶିତ କରାଯାଇଥିଲା ।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ମହିଳା ଲିଡର ଓ କୃଷକମାନଙ୍କୁ କେନ୍ଦ୍ର କରି ଆଲୋଚନା ଆୟୋଜନ କରାଯାଇଥିଲା । ଫାଉଣ୍ଡେସନର ଦିଶା ପ୍ରକଳ୍ପ ଜରିଆରେ ପ୍ରାୟ ୩୦୦ ମହିଳା ସାମାଜିକ-ରାଜନୈତିକ ସଶକ୍ତିକରଣ ଏବଂ ଡିଜିଟାଲ ଦକ୍ଷତା ବିକାଶ ଉପରେ ଆଧାରିତ ଆଲୋଚନାରେ ଭାଗ ନେଇଥିଲେ । ପଦ୍ମଶ୍ରୀ ଦୈତ୍ରୀ ନାୟକ ଓ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପ୍ରମୁଖ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣକାରୀଙ୍କ ସହ ନିଜ ବ୍ୟକ୍ତିଗତ ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ।

ଆଲୋଚନାରେ ପ୍ରାୟ ୧୦୦ ଜଣ କୃଷକ ଅର୍ଥକାରୀ ଫସଲ ଏବଂ ଦୀର୍ଘସ୍ଥାୟୀ ଜଳ ପରିଚାଳନା, ଭୂପୃଷ୍ଠ ଏବଂ ଭୂତଳ ଜଳ ସଂରକ୍ଷଣ, ଜଳ ସଂରକ୍ଷଣ ଢାଂଚା ଏବଂ ଜଳସେଚନ ପରିଚାଳନା ଉପରେ ଆଲୋଚନା କରିଥିଲେ ।

ଅରୁଣିମାର ଯୋଡା ସଂସ୍କରଣରେ ଦୀର୍ଘସ୍ଥାୟୀ ଗୋଷ୍ଠୀ ବିକାଶ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନର ଆଭିମୁଖ୍ୟ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୃଷକଙ୍କ ଦକ୍ଷତା ବୃଦ୍ଧି, ମହିଳାଙ୍କ ସଂପୃକ୍ତି, ବୈଷୟିକ ସମନ୍ୱୟ ଏବଂ ଜୀବିକା ଭିତିକ ପୋଖରୀ ଭଳି ଅଭିନବ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହା ଜଳ ପରିଚାଳନା ଅଭ୍ୟାସରେ ଉନ୍ନତି ଆଣିବା, ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଯୋଗ୍ୟ ଛାତ୍ରମାନଙ୍କୁ ସମର୍ଥନ କରି ଗୋଷ୍ଠୀକୁ ସଶକ୍ତ କରିବା ପାଇଁ ଫାଉଣ୍ଡେସନର ସମର୍ପଣକୁ ପ୍ରତିଫଳିତ କରୁଛି ।

Share

Leave a Reply

Your email address will not be published. Required fields are marked *

1 × 2 =